ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁରଙ୍କ ନବଯୌବନ ଦର୍ଶନ

ଶାବର ଶ୍ରୀକ୍ଷେତ୍ର କୋରାପୁଟ ଶ୍ରୀଜଗନ୍ନାଥ ମନ୍ଦିରରେ ଚାଲୁ ରହିଛି ମହାପ୍ରଭୁଙ୍କ ରିତିକାନ୍ତି । ତେବେ କୋଭିଡ ପାଇଁ କଟକଣାକୁ ଆଖିରେ ରଖି ଏହି ଉତ୍ସବ କେବଳ କିଛି ସେବାୟତଙ୍କ ଦ୍ବାରା ସମ୍ପନ୍ନ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁରଙ୍କ ନବଯୌବନ ଦର୍ଶନ
ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁରଙ୍କ ନବଯୌବନ ଦର୍ଶନ
author img

By

Published : Jun 21, 2020, 9:13 PM IST

କୋରାପୁଟ: କୋଭିଡ-19 ଲକଡାଉନ ସମୟର ସମସ୍ତ କଟକଣାକୁ ପାଳନ କରି ଶାବର ଶ୍ରୀକ୍ଷେତ୍ର କୋରାପୁଟ ଶ୍ରୀଜଗନ୍ନାଥ ମନ୍ଦିରରେ ସମସ୍ତ ରିତିକାନ୍ତି ନିର୍ବିଘ୍ନରେ ଚାଲୁ ରହିଛି । ଅଣସରରୁ ଶନିବାର ସୁସ୍ଥ ହୋଇ ଫେରିଥିବା ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନେତ୍ରୋତ୍ସବ ସମ୍ପନ୍ନ ହେବାପରେ ସୂର୍ଯ୍ୟପରାଗକୁ ଆଖିରେ ରଖି ମନ୍ଦିରର ସମସ୍ତ ପୂଜାର୍ଚନା ରାତି 10ଟା ସୁଦ୍ଧା ସମ୍ପନ୍ନ କରାଯାଇଥିଲା ।

ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁରଙ୍କ ନବଯୌବନ ଦର୍ଶନ

ସେହିପରି ରବିବାର ଅପରାହ୍ନରେ ସୂର୍ଯ୍ୟ ପରାଗ ସମାପ୍ତ ହେବା ପରେ ତିନିଠାକୁରଙ୍କୁ ନବଯୌବନ ବେଶରେ ସଜ୍ଜିତ କରାଯାଇଥିଲା । ତେବେ କଟକଣାକୁ ଆଖିରେ ରଖି ଏହି ଉତ୍ସବଟି କେବଳ କିଛି ସେବାୟତଙ୍କ ଦ୍ବାରା ସମ୍ପନ୍ନ କରାଯାଇଛି । ମନ୍ଦିର ପରିସର ମଧ୍ୟରେ ତିନିଠାକୁରଙ୍କ ରଥ ତିଆରି ସରିଥିଲେ ମଧ୍ୟ ଉଚ୍ଚତମ ନ୍ୟାୟାଳୟର ନିଷ୍ପତ୍ତିକୁ ଶୁଣିବା ପରେ ମଙ୍ଗଳବାର ଅନୁଷ୍ଠିତ ହେଉଥିବା ରଥଯାତ୍ରାର ବିସ୍ତୃତ କାର୍ଯ୍ୟକ୍ରମ ଚୂଡାନ୍ତ କରାଯିବ ବୋଲି ମନ୍ଦିରର ସମ୍ପାଦକ ଗଦାଧର ପରିଡା ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.