କୋରାପୁଟ : ଗୁଣିଆ ସନ୍ଦେହରେ ଜଣକୁ ପଥର ଛେଚି ହତ୍ୟା । ବନ୍ଧୁଗାଁ ଥାନା ଅନ୍ତର୍ଗତ କନାଗାଁ ଗାଁରେ ଗୁଣିଆ ସନ୍ଦେହ କରି ଜଣକୁ ଅତି ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ବନ୍ଧୁଗାଁ ଗାଁର କୁମୁଟି ୱାଟେକା।
ସୂଚନା ଅନୁଯାୟୀ, ଗତ କିଛି ମାସ ପୂର୍ବରୁ ଉକ୍ତ ଗାଁର ଜୈନିକ ବ୍ୟକ୍ତି କୌଣସି କାରଣରୁ ମୃତ୍ୟୁବରଣ କରିଥିଲେ। ଏହାକୁ କୁମୁଟି ୱାଟେକା ହିଁ ଗୁଣି କରି ମାରିଦେଇଥିବା ଗ୍ରାମବାସୀ ସନ୍ଦେହ କରିଥିବାବେଳେ ସେବେ ଠାରୁ କୁମୁଟି କୁଆଡେ ଚାଲିଯାଇଥିଲା। ତେବେ କିଛି ଦିନ ପରେ କୁମୁଟି ଗାଁକୁ ଫେରିଥିବାବେଳେ କାନାଗାଁ -ମାଥୁର ଘାଟି ଜଙ୍ଗଲରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ପୂର୍ବ ଶତ୍ରୁତାକୁ ନେଇ କିମ୍ବା ଗୁଣି ସନ୍ଧେହରେ କୁମୁଟାଙ୍କୁ ହତ୍ୟା କରାଯାଇଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଠ ରହିଛି । ଏନେଇ ଥାନା ଅଧିକାରୀ ତପନ କୁମାର ନାହକ ଏକ ହତ୍ୟା ମାମଲା ରୁଜୁ କରି ଜଣକୁ ଅଟକ ରଖି ପଚରା ଉଚରା କରୁଥିବା ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ