ETV Bharat / state

ପଥରରେ ଛେଚି ଅଜଣା ବ୍ୟକ୍ତିଙ୍କୁ ହତ୍ୟା - ଅଜଣା ବ୍ୟକ୍ତିଙ୍କୁ ହତ୍ୟା

ପଥରରେ ଛେଚି ଅଜଣା ବ୍ୟକ୍ତିଙ୍କୁ ହତ୍ୟା । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ସହର ଲକ୍ଷ୍ମୀପଣ୍ଡା ଛକରେ । ଅଧିକ ପଢନ୍ତୁ...

ପଥରରେ ଛେଚି ଅଜଣା ବ୍ୟକ୍ତିଙ୍କୁ ହତ୍ୟା
ପଥରରେ ଛେଚି ଅଜଣା ବ୍ୟକ୍ତିଙ୍କୁ ହତ୍ୟା
author img

By

Published : Jul 31, 2021, 9:12 AM IST

Updated : Jul 31, 2021, 9:50 AM IST

କୋରାପୁଟ: ସୀମା ଟପିଲା ବର୍ବରତା । ପଥରରେ ଛେଚି ଅଜଣା ବ୍ୟକ୍ତିଙ୍କୁ ହତ୍ୟା । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ସହର ଲକ୍ଷ୍ମୀପଣ୍ଡା ଛକରେ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳ ସମୟରେ ଛକରେ ଥିବା ଏକ ହୋଟେଲରେ ଜଣେ ବ୍ୟକ୍ତିଙ୍କର ମୃତଦେହ ପଡିଥିବା ହୋଟେଲ ମାଲିକ ଦେଖିବାକୁ ପାଇଥିଲେ ।

ପଥରରେ ଛେଚି ଅଜଣା ବ୍ୟକ୍ତିଙ୍କୁ ହତ୍ୟା

ଏନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ମୃତ ବ୍ୟକ୍ତିଙ୍କ ନିକଟରେ ଏକ ବ୍ୟାଗ ସହ କିଛି ପଥର ଓ ଇଟା ପଡିଥିବା ପୋଲିସ ଦେଖିବାକୁ ପାଇଥିଲା । ତେବେ ପରିପାର୍ଶ୍ବିକ ସ୍ଥିତିକୁ ଦେଖି ବ୍ୟକ୍ତି ଜଣଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ମୃତକ ଜଣଙ୍କ କିଏ ଓ ତାଙ୍କୁ କିଏ ଏପରି ଭାବେ ହତ୍ୟା କରିଚାଲିଗଲା ସେନେଇ କିଛି ସୂଚନା ମିଳିପାରିନାହିଁ ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Last Updated : Jul 31, 2021, 9:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.