ETV Bharat / state

କାଳିଆ ଯୋଜନା: ପଞ୍ଚାୟତକୁ ହଁ, ପୌରାଞ୍ଚଳକୁ ନାଁ - municipality

ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା କାଳିଆ ଯୋଜନାକୁ ନେଇ ଅନେକ ବିବାଦ । କେଉଁଠି କାଳିଆ ଟଙ୍କା ମିଳୁଛି ତ କେଉଁଠି ପୁଣି ମିିଳୁନାହିଁ । ହେଲେ ପଞ୍ଚାୟତ ଅନ୍ତର୍ଗତ ଚାଷୀଙ୍କୁ ସମସ୍ତ ସୁବିଧା ଯୋଗାଇ ପୌରାଞ୍ଚଳ ଅନ୍ତର୍ଗତ ଚାଷୀଙ୍କୁ ଆଡ ଆଖିରେ ସରକାର ଦେଖୁଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jun 27, 2019, 8:23 PM IST

କୋରାପୁଟ: ଚାଷ କାର୍ଯ୍ୟରେ ଚାଷୀକୁ ସାହାଯ୍ୟ କରିବା ପାଇଁ ଓଡିଶା ସରକାର ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ କରିଥିଲେ କାଳିଆ ଯୋଜନା । ଚାଷୀକୁ ସାର, ବିହନ ପ୍ରଭୃତି କିଣିବାରେ ସହାୟତା ପାଇଁ 5 ହଜାର ଲେଖାଏଁ ଦେବା ଆରମ୍ଭ କରିଥିଲେ ରାଜ୍ୟ ସରକାର । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଦିଆଯାଉଥିବା କାଳିଆ ଯୋଜନାରେ ଏବେ ପାତର ଅନ୍ତରର ଅଭିଯୋଗ ଆସିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ପଞ୍ଚାୟତ ଅନ୍ତର୍ଗତ ଗାଁ ଗଣ୍ଡାରେ କେଉଁଠି ସୁବିଧା ମିଳିଥିବାବେଳେ କେଉଁଠି ଆଜି ପର୍ଯ୍ୟନ୍ତ ମିଳିନାହିଁ । ହେଲେ ପୌରାଞ୍ଚଳରେ ଚାଷ କରି ଗୁଜୁରାଣ ମେଣ୍ଟାଉଥିବା ଗରିବ ଚାଷୀ କିନ୍ତୁ ରାଜ୍ୟ ସରକାରଙ୍କ ଏହି ସୁବିଧାରୁ ସମ୍ପୂର୍ଣ୍ଣ ବଞ୍ଚିତ । ଯାହାଫଳରେ କୋରାପୁଟ ପୌରାଞ୍ଚଳର ଚମ୍ପାଗୁଡା, ରଙ୍ଗବାଲିକୁମ୍ଭା ଓ ଚାନ୍ଦୀରି ଭଳି ଗାଁର ଚାଷୀଙ୍କ ଭିତରେ ଦେଖାଦେଇଛି ଘୋର ଅସନ୍ତୋଷ ।

କେଉଁ ମାପଦଣ୍ଡକୁ ଆଧାର କରି ସରକାର ପୌରାଞ୍ଚଳବାସୀ ଚାଷୀଙ୍କୁ କାଳିଆ ଯୋଜନାରୁ ବାସନ୍ଦ କରିଦେଲେ ସେନେଇ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଉଙ୍କିମାରିଛି ନାନାଦି ପ୍ରଶ୍ନ । ଅନ୍ୟପକ୍ଷରେ ଏହି ଯୋଜନା ଯେ କେବଳ ପଞ୍ଚାୟତ ଅଞ୍ଚଳରେ ଲାଗୁ ହୋଇଥିବା ସ୍ପଷ୍ଟ କରିଛନ୍ତି ସରକାରୀ ଅଧିକାରୀ ।

ତେବେ ଯଦି ସରକାର ଚାଷୀଙ୍କ ରାଜସ୍ବ ସୀମାରେଖାକୁ ଆଧାର କରି ବିଭେଦ ସୃଷ୍ଟି କରୁଛନ୍ତି ଓ ପଞ୍ଚାୟତ ଅନ୍ତର୍ଗତ ଚାଷୀଙ୍କୁ ସୁବିଧା ଯୋଗାଉଛନ୍ତି ତେବେ ପୌରାଞ୍ଚଳର ଚାଷୀମାନଙ୍କୁ ମଧ୍ୟ ବ୍ଲକ ଅନ୍ତର୍ଗତ କରାଯାଉ ବୋଲି ଦାବି କରିଛନ୍ତି ଚାଷୀଗଣ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ଚାଷ କାର୍ଯ୍ୟରେ ସାହାଜ୍ୟ କରିବା ପାଈଁ ଓଡିଶା ସରକାର ସାଧାରଣ ନିର୍ବାଚନ ପୂର୍ବରୁ  ଆରମ୍ଭ କଲେ କାଳିଆ ଯୋଜନା । ଚାଷୀ ତାର ଚାଷ କାମରେ ସାର , ବିହନ ପ୍ରଭୃତି କିଣିବାରେ ସହାୟକ ହେବ ବୋଲି ତାଙ୍କୁ ୫ହଜାର ଟଙ୍କା ଲେଖାଏଁ ଦେବା ଆରମ୍ଭ କଲେ । ପଂଚାୟତ ଅନ୍ତର୍ଗତ୍ ଗାଁ ଗଣ୍ଡାରେ କେଉଁଠି ଏହି ସୁବିଧା ମିଳିଲା ତ ଆଉକେଉଁଠି ଆଜି ପର୍ଯ୍ୟନ୍ତ ମିଳିନାହିଁ । କିନ୍ତୁ ପୋୖରାଞ୍ଚଳ ରେ ଚାଷବାସ କରି ଗୁଜୁରାଣ ମେଣ୍ଟାଉଥିବା ଗରିବ ଚାଷୀଙ୍କୁ କିନ୍ତୁ ସରକାର ସମ୍ପୁର୍ଣ ଭାବେ ଏହି ସୁବିଧାରୁ ବଂଚିତ କରିଥିବା ଫଳରେ କୋରାପୁଟ ପୋୖରାଞ୍ଚଳର ଚମ୍ପାଗୁଡା , ରଙ୍ଗବାଲିକୁମ୍ଭା , ଚିନ୍ଦୀରି ଭଳି ଗାଁରେ ଚାଷୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । କେଉଁ ମାପଦଣ୍ଡରେ ତଉଲି ସରକାର ପୋୖରାଞ୍ଚଳର ଚାଷୀଙ୍କୁ କାଳିଆ ଯୋଜନାରୁ ଅଲଗା କରିଦେଲେ ସେ ନେଇ ଲୋକଙ୍କ ମନରେ ନାନା ପ୍ରଶ୍ନ ବସା ବାନ୍ଧୁଥିବା ବେଳେ ଏହି ଯୋଜନା କେବଳ ପଂଚାୟତ ଅଂଚଳରେ ଲାଗୁ ହୋଇଥିବା ସରକାରୀ ଅଧିକାରୀ ସ୍ପଷ୍ଟ କରିଛନ୍ତି । ତେବେ ଯଦି ସରକାର ଚାଷୀଙ୍କ ମଧ୍ୟରେ ରାଜସ୍ବ ସୀମାରେଖାକୁ ଆଧାର କରି ସେମାନଙ୍କ  ମଧ୍ୟରେ ବିଭେଦ ସୃଷ୍ଠି କରୁଛନ୍ତି ଓ ପଂଚାୟତ ର ଗାଁଗଣ୍ଡାରେ ହିଁ କାଳିଆ ଭଳି ଯୋଜନା ଚାଷୀକୁ ମିଳିବାର ସୁବିଧା କରିଛନ୍ତି  ତେବେ ପୋୖରାଞ୍ଚଳରେ  ଥିବା ଚାଷଗାଁ ଗୁଡିକୁ ପଂଚାୟତରେ ସାମିଲ କରିଦିଆଯାଉ ବୋଲି ଚାଷୀ ଦାବି କରିଛନ୍ତି ।
........
Byte :ମୃତ୍ୟୁଞ୍ଜୟ ମହାରଣା , ଉପ କୃଷି ଅଧିକାରୀ
Byte :ଚାଷୀ , ଚମ୍ପାଗୁଡା
P2C : Ch.Santakar
............

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.