କୋରାପୁଟ: ମାଆ ଘର ସଂଗଠନ ପକ୍ଷରୁ ଜିଲ୍ଲାରେ ପାଳିତ ହୋଇଛି ବିଶ୍ବ ମାତୃ ଦିବସ । ମାଆ ଘର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ତେବେ ମହିଳା ମାନେ କିପରି ସବୁ ଦିଗରେ ଉନ୍ନତି କରିପାରିବେ ସେ ଦିଗରେ କାର୍ଯ୍ୟ କରିବା ଦରକାର ବୋଲି କହିଥିଲେ ମାଆ ଘର ସଂଗଠନର ରାଜ୍ୟ ସଭାପତି ରୁତୁପର୍ଣ୍ଣା ମହାନ୍ତି ।
ଏଥିସହ ସେ କହିଛନ୍ତି, "ବିବେକାନନ୍ଦ ଓ ଗୋପବନ୍ଧୁଙ୍କ ଭଳି ସନ୍ତାନ ପାଇବା ପାଇଁ ମହିଳା ଏକ ଭଲ ମାଆ ହେବା ଦରକାର ।" ସେହିପରି କୋରାପୁଟ ଅଞ୍ଚଳର ନାରୀ ବର୍ତ୍ତମାନ ସଜାଗ ରହିଛନ୍ତି । ଯେକୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ସେମାନେ ପ୍ରସ୍ତୁତ ଥିବା ରାଜ୍ୟ ହସ୍ତତନ୍ତ ଓ ବୟନଶିଲ୍ପ ମନ୍ତ୍ରୀ ପଦ୍ମିନୀ ଦିୟାନ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ବିଭିନ୍ନ ସେବା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ