ETV Bharat / state

ହସପିଟାଲରୁ ଚୋରି କରୁଥିଲେ ରୋଗୀଙ୍କ ମୋବାଇଲ, କାବୁ କଲା ପୋଲିସ - koraput latest news

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଚୋରି କରୁଥିବା ମୋବାଇଲ ଚୋରକୁ ଧରିଲା ପୋଲିସ । ଚୋର ସହିତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି କୋରାପୁଟ ଟାଉନ ପୋଲିସ । ଅଧିକ ପଢନ୍ତୁ...

mobile thief caught by koraput town police
ହସପିଟାଲରେ ରୋଗୀଙ୍କ ମୋବାଇଲ ଚୋରି କରୁଥିବା ଅଭିଯୁକ୍ତ ଧରାପଡିଲା
author img

By

Published : Jun 18, 2021, 10:23 PM IST

କୋରାପୁଟ: ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଚୋରି କରୁଥିବା ମୋବାଇଲ ଚୋରକୁ ଧରିଲା ପୋଲିସ । ପୋଲିସ ଚୋର ସହିତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି କୋରାପୁଟ ଟାଉନ ପୋଲିସ । ସେମାନଙ୍କ ନିକଟରୁ 18 ଟି ମୋବାଇଲ ଜବତ କରାଯାଇଛି । ଗିରଫ ତିନି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ ।

ହସପିଟାଲରେ ରୋଗୀଙ୍କ ମୋବାଇଲ ଚୋରି କରୁଥିବା ଅଭିଯୁକ୍ତ ଧରାପଡିଲା

ସୂଚନା ଅନୁଯାୟୀ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ହସ୍ପିଟାଲରେ ଗତ ଦୁଇ ତିନି ମାସ ଧରି ରୋଗୀଙ୍କ ଶଯ୍ୟା ନିକଟରୁ ମୋବାଇଲ ଫୋନ ଚୋରି ହେଉଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । କୋରାପୁଟ ଟାଉନ ପୋଲିସ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ଦଶମନ୍ତପୁର ଅଞ୍ଚଳର ବେଣୀ ଖୋସ୍ଲା ନାମକ ବ୍ୟକ୍ତି ମେଡିକାଲ କଲେଜ ନିକଟରେ ଏକ ଚାଉମିନ ଦୋକାନ କରିଥିଲା ଓ ରାତିରେ ହସ୍ପିଟାଲର ଷ୍ଟାଣ୍ଡରେ ବିଶ୍ରାମ ନେଉଥିଲା । ରାତି ହେଲେ ହସ୍ପିଟାଲର ଦୁଇଜଣ ସିକ୍ୟୁରୀଟି ଗାର୍ଡଙ୍କୁ ହାତ କରି ରୋଗୀ ଶୋଇଥିବା ଅବସରରେ ତାଙ୍କ ପାଖରୁ ମୋବାଇଲ ଗୁଡିକୁ ଚୋରି କରିନେଉଥିଲା । ଏହି ଭଳି ସେ ମୋଟ 18 ଟି ମୋବାଇଲ ଚୋରି କରିଥିଲା ଏବଂ ତାକୁ ବାହାରେ ବିକ୍ରୟ କରୁଥିଲା । ସିକ୍ୟୁରିଟି ଗାର୍ଡ ଦ୍ବୟ ସେ ସମୟରେ ସିସିଟିଭିକୁ ବନ୍ଦ କରିବା ଭଳି କାର୍ଯ୍ୟ କରି ତାକୁ ଚୋରି କରିବାରେ ସହଯୋଗ କରୁଥିଲେ ।

ତେବେ ଅନେକ ବାର ଅଭିଯୋଗ ପାଇବା ପରେ ପୋଲିସ ଏହାର ତଦନ୍ତ କରିଥିଲା । ଆଜି କିନ୍ତୁ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ । ସେ ବିକ୍ରି କରିଦେଇଥିବା 18 ଟି ମୋବାଇଲ ଫୋନକୁ ଫେରାଇ ଆଣିଛି । ଉପଯୁକ୍ତ ପ୍ରମାଣ ମିଳିଲା ପରେ ଫୋନର ମାଲିକ ମାନଙ୍କୁ ସେ ସବୁକୁ ଫେରାଇଦିଆଯିବ ବୋଲି କୋରାପୁଟ ଟାଉନ ଥାନା ଅଧିକାରୀ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.