ETV Bharat / state

ଟଙ୍କା ଲୁଟି ଏଟିଏମ ପୋଡି ଦେଲେ ଲୁଟେରା

author img

By

Published : Feb 12, 2023, 7:31 AM IST

ବାଲଡା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ବଡ ଧରଣର ଲୁଟ । ଏହାପରେ ଏଟିଏମ ପୋଡିଦେଲେ ଲୁଟେରା । ଅଧିକ ପଢନ୍ତୁ

ବାଲଡା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ଲୁଟ
ବାଲଡା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ଲୁଟ
ବାଲଡା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ଲୁଟ

କୋରାପୁଟ: ଜିଲ୍ଲାରେ ମାତିଲେ ଲୁଟେରା । ବ୍ୟାଙ୍କ ସହ ଏଟିଏମରୁ ଟଙ୍କା ଚୋରି ହେଉଥିବା ଖବର ସମ୍ନାକୁ ଆସୁଥିବା ବେଳେ କୋରାପୁଟ ଜିଲ୍ଲାରେ ଅନ୍ୟ ଏକ ପନ୍ଥା ଆପଣାଇଛନ୍ତି ଚୋର । ରାତି ଅଧରେ ଏଟିଏମ ତାଡି ଟଙ୍କା ଲୁଟ କରିବା ସହ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଥିବା ଏସବିଆଇ ଏଟିଏମ ସାମ୍ନାରେ ଘଟିଛି ଏଭଳି ଅଘଟଣ ।

ସୂଚନାଅନୁସାରେ, ଗତକାଲି ସକାଳ ଭୋର ୩ଟା ୩୦ରୁ ୪୫ ମଧ୍ୟରେ ବାଲଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଥିବା ଏସବିଆଇ ଏଟିଏମରୁ ଚୋରି ହୋଇଥିବା ଜଣାପଡିଛି । ଏଟିଏମରୁ ଟଙ୍କା ନେବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଏଟିଏମ ଜାଳି ଦେଇଛନ୍ତି ଦୁର୍ବୃତ୍ତ । ଖବରପାଇ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ପାଡୁଆ, ପୋଲିସ ଥାନାଧିକାରୀ ଶବ୍ୟସାଚି ଶତପଥି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଏଭଳି ଘଟଣା ଲୋକଙ୍କୁ ଚକିତ କରିବା ସହ ସୁରକ୍ଷା ବ୍ୟବସ୍ଥା ଢିଲା ନେଇ ଚର୍ଚ୍ଚା ଚାଲିଛି। ବ୍ୟାଙ୍କରେ ସ୍ଥାପିତ ସିସିଟିଭିରେ ଦୁର୍ବୃତ୍ତ କିଭଳି ଏକ ଦାମୀ କାରରେ ବିଭିନ୍ନ ଯନ୍ତ୍ରାଂଶ ସହ ଆସି ଏଟିଏମରୁ ଚୋରି କରିବା ସହ ନିଆଁ ଲଗାଇ ପାଡୁଆ ପଟକୁ ଚାଲି ଯାଇଛନ୍ତି ତାହାର ଭିଡିଓ ରେକର୍ଡ ରହିଛି । ତେବେ ଏଟିଏମରେ କେତେ ଟଙ୍କା ରହିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ: President visits Lingaraj temple: ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ରାଷ୍ଟ୍ରପତି, ଚାଲି ଚାଲି ବୁଲିଲେ ବିନ୍ଦୁ ସାଗର

ତଦନ୍ତ ଚାଲିଥିବା ବେଳେ ସୀମାନ୍ତ ଅଞ୍ଚଳରେ ଓ ଆଲର୍ଟ ଜାରି ହୋଇଛି । ପୂର୍ବରୁ ବାଲେଶ୍ଵର ନବରଙ୍ଗପୁର ଆଦି ଅଞ୍ଚଳରେ ଏଭଳି ସମାନ ଢଙ୍ଗରେ ଘଟଣା ଘଟାଇ ଦୁର୍ବୃତ୍ତ ମାନେ ଖସି ଯିବାରେ ସଫଳ ହୋଇଥିବାରୁ ସେଇ ସମାନ ଗ୍ୟାଙ୍ଗ ବାଲଡ଼ା ଏଟିଏମ ଲୁଟ କରିଥିବାର ପୋଲିସ ସନ୍ଦେହ କରୁଛି । ବର୍ତ୍ତମାନ ବାଲଡ଼ା ଶାଖାର ସମସ୍ତ ଅନଲାଇନ ବ୍ୟାଙ୍କ୍ ସେବା ବନ୍ଦ ରଖାଯାଇଥିବାରୁ ଗ୍ରାହକ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।

ପ୍ରକାଶଥାଉକି, ଏହା ପୂର୍ବରୁ ଢେଙ୍କାନାଳ ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟ କରିଥିଲେ । ବ୍ୟାଙ୍କରେ ପଶି ସିସିଟିଭିକୁ ଗୁଳି ମାରିବା ସହ ଭୟଭୀତ କରାଇ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ ଲୁଟେରା। ତେବେ ୫ଲକ୍ଷ ଟଙ୍କା ଲୁଟ ହୋଇଥିବା ବେଳେ ୪ଶହ ଗ୍ରାମର ସୁନା ଗହଣା ଲୁଟେରାମାନେ ଲୁଟିନେଇଥିବା ସୂଚନା ରହିଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.