ETV Bharat / state

ଜୟପୁରର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାତି ଉପରକୁ ଗୁଳିମାଡ

author img

By

Published : Mar 5, 2023, 9:07 AM IST

ଜୟପୁର ସହରରେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାତି ଉପରକୁ ଗୁଳିମାଡ । ଅଳ୍ପକେ ବର୍ତ୍ତିଗଲା ଜୀବନ । ଅଧିକ ପଢନ୍ତୁ

ଜୟପୁରର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାତି ଉପରକୁ ଗୁଳିମାଡ
ଜୟପୁରର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାତି ଉପରକୁ ଗୁଳିମାଡ
ଜୟପୁରର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାତି ଉପରକୁ ଗୁଳିମାଡ

କୋରାପୁଟ: ପୁଣି ଜୟପୁରରେ ଗର୍ଜିଲା ବନ୍ଧୁକ, ଫୁଟିଲା ଗୁଳି । ଦିନ ଦ୍ବିପ୍ରହରରେ ସହରର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାତି ଉପରକୁ ଗୁଳିମାଡ କଲେ ଅଜଣା ଦୁର୍ବୃତ୍ତ । ଶନିବାର ଅପରାହ୍ନରେ ଜୟପୁର ଗାଗନପୁର ରାସ୍ତା ଡେଙ୍ଗାତୋଟା ମଶାଣି ନିକଟରେ ପ୍ରତିଷ୍ଠିତ ବ୍ୟବସାୟୀ ଅଞ୍ଜନି ଅଗ୍ରୱାଲଙ୍କ ନାତି ଆଦର୍ଶ ଆଗ୍ରୱାଲଙ୍କ ଉପରକୁ ଗୁଳିମାଡ ହୋଇଛି । ଦୁଇ ରାଉଣ୍ଡ ଗୁଳିଚାଳନା କରି ଫେରାର୍ ହୋଇଯାଇଛନ୍ତି ଦୁର୍ବୃତ୍ତ । ତେବେ ଗୁଳି କାରରେ ବାଜିଥିବା ବେଳେ ଆଦର୍ଶ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଖବର ପାଇ ପୋଲିସ ସେଠାରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଘଟଣାସ୍ଥଳରୁ ଦୁଇଟି ଗୁଳିର ଖୋକା ମିଳିଥିବା ସୂଚନା ମିଳିଛି । ପୋଲିସ ଏହି ଘଟଣାରେ କୌଣସି ସୂଚନା ଦେଇନାହିଁ । ଏହି ଘଟଣା ପରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବ୍ୟବସାୟୀଙ୍କ ଘରକୁ ଯାଇ ଆଲୋଚନା କରିଛନ୍ତି । ଏନେଇ ତାରା କହିଛନ୍ତି ଯେ, ଜୟପୁର ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାତି ଉପରକୁ ଗୁଳିମାଡ କରାଯାଇଛି । ଏହାକୁ କେବେ ବରଦାସ୍ତ କରାଯିବ ନାହିଁ ।

ଜୟପୁର ବିଧାୟକ ଏହି ଘଟଣା ସଂକ୍ରାନ୍ତରେ କୋରପୁଟ ଏସପିଙ୍କ ସହ କଥାବାର୍ତ୍ତା କରିଛନ୍ତି ଓ ପୋଲିସ ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶା ରଖିଥିବା କହିଛନ୍ତି । ଅନ୍ୟପଟେ ଏହି ଘଟଣା ଜୟପୁର ଅଞ୍ଚଳରେ ବନ୍ଧୁକ ମାଫିଆଙ୍କ ପାର୍ଦୁଭାବ ବୃଦ୍ଧି ପାଇଥିବାର ଜ୍ବଳନ୍ତ ଉଦାହରଣ ବୋଲି କହିଛନ୍ତି ଜୟପୁର ବିଜେପି ନେତା ଗୌତମ ସାମନ୍ତରାୟ । ଏହି ମାଫିଆମାନେ ଏବେ ଲୁଚି ଲୁଚି ଅପରାଧ କରୁଥିବା ବେଳେ କୋରାପୁଟ ଜିଲ୍ଲା ପୋଲିସ ଅପରାଧ ନିୟନ୍ତ୍ରଣ କରିନପାରିଲେ ସେମାନେ ଖୁଲମଖୁଲା ଗୁଳିକାଣ୍ଡ ଘଟାଇବେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଓଡି଼ଆ ଲେଖାପଢା ଜାଣିନଥିଲେ ସରପଞ୍ଚ, ଚାଲିଗଲା ପଦବୀ

ଜୟପୁର ସହରରେ ଗତ କିଛି ବର୍ଷ ଧରି ଗୁଳିକାଣ୍ଡ କିମ୍ବା ବଡ ଧରଣର ଗଣ୍ଡଗୋଳ ହୋଇନଥିବା ବେଳେ ଏହି ଗୁଳିମାଡ ଘଟଣା ଜୟପୁରବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଆଗକୁ ସାଧାରଣ ନିର୍ବାଚନ ଥିବା ଯୋଗୁଁ ଏପରି ଅପରାଧ ଉପରେ ପୋଲିସ ପ୍ରଶାସନର ନିୟନ୍ତ୍ରଣ ନରହିଲେ ପରିସ୍ଥିତି ଚିନ୍ତାଜନକ ହୋଇପାରେ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ପୋଲିସ କିମ୍ବା ଗୁଳିକାଣ୍ଡର ଶିକାର ହୋଇଥିବା ଯୁବକ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ନଦେଇଥିବା ଯୋଗୁଁ ଗୁଳିକାଣ୍ଡରେ ଉଦ୍ଦେଶ୍ୟ ସମ୍ପର୍କରେ କିଛି ଜଣାପଡିନାହିଁ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.