ETV Bharat / state

ସାପ କାମୁଡାରେ ବାଳକ ମୃତ - ବିଶାକ୍ତ ସାପ

ଶୋଇଥିବା ସମୟରେ ବାଳକକୁ କାମୁଡିଲା ବିଶାକ୍ତ ସାପ । ଦେହସାରା ବିଷ ଚରି ଯାଇଥିବା କାରଣରୁ ଚିକିତ୍ସିତ ଅବସ୍ଥାରେ ବାଳକର ମୃତ୍ୟୁ ହୋଇଛି ବୋଲି ଡାକ୍ତର ସୂଚନା ଦେଇଥିଲେ । । ଅଧିକ ପଢନ୍ତୁ

ସାପ କାମୁଡାରେ ବାଳକ ମୃତ
ସାପ କାମୁଡାରେ ବାଳକ ମୃତ
author img

By

Published : Aug 20, 2022, 10:40 PM IST

କୋରାପୁଟ: ଶୋଇଥିବା ସମୟରେ ବାଳକକୁ କାମୁଡିଲା ବିଶାକ୍ତ ସାପ । ପରିବାର ଲୋକେ ବାଳକକୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସିତ ଅବସ୍ଥାରେ ବାଳକର ମୃତ୍ୟ ହୋଇଥିବା ସୂଚନା ଦେଇଛନ୍ତି ଡାକ୍ତର ।

ଘରେ ଶୋଇଥିବା ସମୟରେ ସାତ ବର୍ଷର ବାଳକକୁ କାମୁଡିଲା ବିଶାକ୍ତ ସାପ । ଫଳରେ ବାଳକ ଚିତ୍କାର କରି ଉଠି କାନ୍ଦିବାକୁ ଲାଗିଥିଲା । ପରିବାର ଲୋକ ଉଠି ଲାଇଟ ଲଗାଇ ଦେଖିବାରୁ ବାଳକର ଗୋଡରେ କ୍ଷତ ଥିବା ସହ ରକ୍ତସ୍ରାବ ହେଉଥିଲା । ତେବେ କେଉଁ କାରଣରୁ ରକ୍ତସ୍ରାବ ହେଲା ଚାରିଆଡେ ଦେଖିବାରୁ ଗୋଟିଏ କୋଣରେ ବିଶାକ୍ତ ସାପଟି ଥିବା ଦେଖାଯାଇଥିଲା ।

ଏଭଳି ଅଭାବବନୀୟ ଘଟଣା ଘଟିଛି ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ପିପଳପଦର ପଞ୍ଚାୟତର ସୁତିଗୁଡା ଗ୍ରାମରେ । ସାପ କାମୁଡିଥିବା ବାଳକ ହେଲେ ରଞ୍ଜିତ ବାଘଙ୍କ ପୁଅ ବିଶାଳ ବାଘ । ତେବେ ବିଶାଳକୁ ପରିବାର ଲୋକେ ଲଷ୍ମୀପୁର ମେଡିକାଲ ଭର୍ତ୍ତି କରିଥିଲେ । ତେବେ ବାଳକର ଦେହସାରା ବିଷ ଚରି ଯାଇଥିବା କାରଣରୁ ଚିକିତ୍ସିତ ଅବସ୍ଥାରେ ବାଳକର ମୃତ୍ୟୁ ହୋଇଛି ବୋଲି ଡାକ୍ତର ସୂଚନା ଦେଇଥିଲେ ।

ଇଟିିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.