ETV Bharat / state

ମିଲେଟର ପ୍ରସାର ପାଇଁ ଯୋଜନା, ମିଲେଟ ବିଜିନେସ ଆଇଡ଼ିଆସ ପୁସ୍ତକ ରଚନା କଲେ ମିଲେଟ ବିଶେଷଜ୍ଞ - ତାପସ ରାଏ

ଗତ ନଅ ବର୍ଷ ଧରି କୋରାପୁଟ ଜିଲ୍ଲାର ଚାଷୀଙ୍କ ସହ ମିଲେଟ ଜାତୀୟ ଶସ୍ୟ ଉତ୍ପାଦନରେ ନିଜକୁ ଜଡ଼ିତ ରଖିଛନ୍ତି ଜୟପୁରର ଜଣେ ଯୁବ ବ୍ୟବସାୟୀ ଜଗନ୍ନାଥ ପାତ୍ର । ଜଗନ୍ନାଥଙ୍କ ଭଳି ଅନେକ ଉଦ୍ୟୋଗୀଙ୍କ କାର୍ଯ୍ୟକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ " ମିଲେଟ ବିଜିନେସ ଆଇଡ଼ିଆସ " ନାମରେ ଏକ ପୁସ୍ତକ ରଚନା କରିଛନ୍ତି କୃଷି ଅଧିକାରୀ ତଥା ମିଲେଟ ବିଶେଷଜ୍ଞ ତାପସ ଚନ୍ଦ୍ର ରାଏ । ଅଧିକ ପଢନ୍ତୁ

ମିଲେଟ ବିଜିନେସ ଆଇଡ଼ିଆସ ପୁସ୍ତକ ରଚନା କଲେ ମିଲେଟ ବିଶେଷଜ୍ଞ

author img

By

Published : Oct 8, 2022, 5:57 PM IST

କୋରାପୁଟ: ପାରମ୍ପରିକ ଖାଦ୍ୟ ଭାବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଣ୍ଡିଆ, ସୁଆଁ ଏବଂ ଆନ୍ୟାନ୍ୟ ମିଲେଟ ଜାତୀୟ ଫସଲର ବେଶ୍ ଗୁରୁତ୍ବ ରହିଛି । ଏବେ ସହରାଞ୍ଚଳରେ ମଧ୍ୟ ଏଥିରୁ ପ୍ରସ୍ତୁତ ଖାଦ୍ୟର ଚାହିଦା ବଢୁଛି । ବେସନ, ଅଟା ଓ ମଇଦା ଭଳି ମାଣ୍ଡିଆରୁ ମଧ୍ୟ ଭିନ୍ନଭିନ୍ନ ପ୍ରକାରର ଶୁଖିଲା ଖାଦ୍ୟ ପ୍ରସ୍ତୁତ କରି ଜୟପୁରର ଜଣେ ଯୁବ ବ୍ୟବସାୟୀ ଜଗନ୍ନାଥ ପାତ୍ର ନିଜେ ଏହାର ବିକ୍ରି କରିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବୟଂ ସହାୟିକ ଗୋଷ୍ଠିଙ୍କୁ ମଧ୍ୟ ତାଲିମ ଦେଉଛନ୍ତି । ଗତ ନଅ ବର୍ଷ ଧରି କୋରାପୁଟ ଜିଲ୍ଲାର ଚାଷୀଙ୍କ ସହ ମିଲେଟ ଜାତୀୟ ଶସ୍ୟ ଉତ୍ପାଦନରେ ନିଜକୁ ଜଡ଼ିତ ରଖିବା ସହ ଜଗନ୍ନାଥଙ୍କ ଭଳି ଅନେକ ଉଦ୍ୟୋଗୀଙ୍କ କାର୍ଯ୍ୟକୁ ଜାତୀୟ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାର ପ୍ରଚେଷ୍ଟା କରିବା ମାଧ୍ୟମରେ ସାଉଁଟି ଥିବା ଅନୁଭୂତିକୁ ଆଧାର କରି ମିଲେଟ ବିଶେଷଜ୍ଞ ତାପସ ଚନ୍ଦ୍ର ରାଏ ଏକ ପୁସ୍ତକ ରଚନା କରିଛନ୍ତି ।

ମିଲେଟ ବିଜିନେସ ଆଇଡ଼ିଆସ ପୁସ୍ତକ ରଚନା କଲେ ମିଲେଟ ବିଶେଷଜ୍ଞ

ସୂଚନା ଅନୁସାରେ, ଗତ କିଛିଦିନ ପୂର୍ବେ ହାଇଦ୍ରାବାଦ ଠାରେ ଆଇଆଇଏମ୍ଆର ଏବଂ ନ୍ୟୁଟ୍ରି ହବ ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଜାତୀୟ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତିରେ ମାଣ୍ଡିଆ ଚାହା ଓ ମିକ୍ସଚର ପ୍ରସ୍ତୁତ କରି ଜୟପୁରର ଜଣେ ଯୁବ ବ୍ୟବସାୟୀ ଜଗନ୍ନାଥ ପାତ୍ର ବିଚାରକଙ୍କ ମନ ଜିତି ପାରିଥିଲେ । ତେବେ କୋରାପୁଟ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ମିଲେଟକୁ ନେଇ ଖାଉଟିଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଯାଇଥିବା ବେଳେ ଉତ୍ପାଦନ, ପ୍ରକ୍ରିୟାକରଣ ଓ ମିଲେଟ ଜାତୀୟ ଫସଲର ଭେଲ୍ୟୁ ଏଡିସନ୍ କରିବାରେ ସାଧାରଣ ଚାଷୀ ଓ ଉଦ୍ୟୋଗୀଙ୍କ ସମ୍ମୁଖରେ ଅନେକ ଛୋଟ ବଡ଼ ସମସ୍ୟା ରହିଛି ବୋଲି ମିଲେଟ ଜାତୀୟ ଖାଦ୍ୟ ସମ୍ପର୍କରେ ବିଶେଷ ଗବେଷଣା କରି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା କୋରାପୁଟ ଜିଲ୍ଲାରେ କୃଷି ଅଧିକାରୀ ଭାବେ କାର୍ଯ୍ୟରତ ତାପସ ରାଏ ଉଦବେଗ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମିଲେଟ ମିଶନ ପ୍ରସାର ଦିଗରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଜାତୀୟ ସ୍ତରରେ ସମ୍ମାନିତ

ଏନେଇ ତାପସ ରାଏ କହିଛନ୍ତି ଯେ, "ମାଣ୍ଡିଆ ଓଡ଼ିଶାରେ ଉତ୍ପାଦନ ହେଉଥିବା ଖାଦ୍ୟ ଶସ୍ୟ ମଧ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ଏହା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପାରମ୍ପରିକ ଖାଦ୍ୟ ଭାବରେ ପରିଚିତ ଥିବାବେଳେ ସମୟକ୍ରମେ ମାଣ୍ଡିଆକୁ ନେଇ ପରୀକ୍ଷା ନିରୀକ୍ଷା ହେବାପରେ ଏବେ ଏକାଧିକ ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ ହେଉଛି । ମାଣ୍ଡିଆ ଚାହା, ସୁପ୍ ସହ ବିସ୍କୁଟ, କେକ୍, ଆଙ୍ଗୁଠି ଖଜା, ଗଜା ଲଡୁ ଚକଲେଟ୍, ମିକ୍ସର, ମୁରୁକି, କୁକିସ୍, ନିମିକି ଭଳି ଚଟପଟା ଶୁଖିଲା ଖାଦ୍ୟ ପ୍ରସ୍ତୁତ ହେଉଥିବା ସହ ମାଣ୍ଡିଆରେ ପ୍ରସ୍ତୁତ ଇଡିଲି ଓ ଦୋସା ପାଉଡର ମଧ୍ୟ ଲୋକେ କିଣୁଛନ୍ତି ।"

ଗତ ନଅ ବର୍ଷ ଧରି କୋରାପୁଟ ଜିଲ୍ଲାର ଚାଷୀଙ୍କ ସହ ମିଲେଟ ଜାତୀୟ ଶସ୍ୟ ଉତ୍ପାଦନରେ ନିଜକୁ ଜଡ଼ିତ ରଖିବାସହ ଜଗନ୍ନାଥଙ୍କ ଭଳି ଅନେକ ଉଦ୍ୟୋଗୀଙ୍କ କାର୍ଯ୍ୟକୁ ଜାତୀୟ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାର ପ୍ରଚେଷ୍ଟା କରିବା ମାଧ୍ୟମରେ ସାଉଁଟି ଥିବା ଅନୁଭୂତିକୁ ଆଧାର କରି ତାପସ ରାଏ ଏକ ପୁସ୍ତକ ରଚନା କରିଛନ୍ତି । ଗତ ନଅ ବର୍ଷରେ ୱେବନାର ମାଧ୍ୟମରେ ଓ ସିଧା ସଳଖ ମଞ୍ଚରେ ଅନେକ ବାର ମିଲେଟ ଓ ତାକୁ ନେଇ ସରକାରଙ୍କ ଯୋଜନା ତଥା ଉଦ୍ୟେଗୀଙ୍କ ପ୍ରୟାସକୁ ନେଇ ବକ୍ତବ୍ୟ ଉପସ୍ଥାପନା କରିଛନ୍ତି ତାପସ । ଏବେ ଏହି ସମସ୍ତ ତଥ୍ୟ ଓ ନିଜସ୍ବ ଅନୁଭୂତି କୁ ଆଧାର କରି ପ୍ରକାଶିତ ହେଉଥିବା " ମିଲେଟ ବିଜିନେସ ଆଇଡ଼ିଆସ " ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ତାପସ ଆଶା ପୋଷଣ କରିଛନ୍ତି । ଦେଶରେ ଏହି ପ୍ରକାରର ପୁସ୍ତକ ପ୍ରଥମ ଥର ପାଇଁ ପାଠକଙ୍କ ନିକଟରେ ପହଞ୍ଚିବ ବୋଲି କହିଛନ୍ତି କୃଷି ଅଧିକାରୀ ତାପସ ରାଏ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.