ETV Bharat / state

ମଧ୍ୟବିତ୍ତ ପରିବାର ଉପରେ କୋରୋନା ମାଡ - ମଧ୍ୟବିତ୍ତ ପରିବାର ଉପରେ କୋରୋନା ମାଡ

କୋଭିଡ କଟକଣା ମଧ୍ୟରେ ବଜାରରେ ଡିଜେଲ ପେଟ୍ରୋଲ ଦର ଆକାଶ ଛୁଆଁ ହେବା ସହିତ ପନିପରିବା, ମାଛ ମାଂସ, ଡାଲି ଚାଉଳ କିଣିବା ମଧ୍ୟ ସାଧାରଣ ଲୋକଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଉଠିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ମଧ୍ୟବିତ୍ତ ପରିବାର ଉପରେ କୋରୋନା ମାଡ
ମଧ୍ୟବିତ୍ତ ପରିବାର ଉପରେ କୋରୋନା ମାଡ
author img

By

Published : Jul 1, 2021, 3:40 PM IST

କୋରାପୁଟ: କୋଭିଡ କଟକଣା ମଧ୍ୟରେ ବଜାରରେ ଡିଜେଲ ପେଟ୍ରୋଲ ଦର ଆକାଶ ଛୁଆଁ ହେବା ସହିତ ପନିପରିବା, ମାଛ ମାଂସ, ଡାଲି ଚାଉଳ କିଣିବା ମଧ୍ୟ ସାଧାରଣ ଲୋକଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଉଠିଥିବା ଅଭିଯୋଗ ହୋଇଛି ।

ମଧ୍ୟବିତ୍ତ ପରିବାର ଉପରେ କୋରୋନା ମାଡ

ଲୋକଙ୍କ ଆୟ କମି ଯିବା କିମ୍ବା ଅତି ବେଶୀରେ କିଛି ବ୍ୟକ୍ତିଙ୍କ ପାଇଁ ପୂର୍ବଭଳି ରହିଥିବାବେଳେ ସମସ୍ତ ଖାଉଟି ଜିନିଷର ଦରଦାମ ଅତି ମାତ୍ରାରେ ବୃଦ୍ଧି ପାଇଥିବା ଯୋଗୁଁ ବିଶେଷ କରି ମଧ୍ୟବିତ୍ତ ପରିବାର ହନ୍ତସନ୍ତ ହେଉଥିବା ଗୃହିଣୀମାନେ ମତ ରଖିଛନ୍ତି ।

କୋଭିଡ ସମୟରେ ମଧ୍ୟବିତ୍ତ ପରିବାର ପାଖରେ ବିଭିନ୍ନ ଜିନିଷ କିଣିବାର ସକ୍ଷମତା ବହୁପରିମାଣରେ କମିଯାଇଥିବା ବ୍ୟବସାୟୀମାନେ ଜଣାଇଛନ୍ତି । ଯେଉଁମାନେ କିଲେ ଜିନିଷ କିଣୁଥିଲେ ସେମାନେ ବର୍ତ୍ତମାନ ଅଧ କିଲୋରେ ପହଞ୍ଚି ଯାଇଥିବା ସେମାନେ ଜଣାଇଛନ୍ତି ।

ସରକାରଙ୍କ ତରଫରୁ ଏହି ଅହେତୁକ ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ ବିହିତ ପଦକ୍ଷେପ ନେବା ପାଇଁ ଦାବି ଜୋର ଧରିଛି । ତେବେ ଜିଲ୍ଲା ପ୍ରଶାସନ ବଜାର ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିବା କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର ଜଣାଇଛନ୍ତି ।

ସ୍ଥାନୀୟ ଭାବେ ପନିପରିବା ଓ ଅନ୍ୟାନ୍ୟ ଖାଦ୍ୟ ଜିନିଷର ଉତ୍ପାଦ କମିଯାଇଥିବା ଓ ବାହାରୁ ଆସୁଥିବା ଜିନିଷ ଆସିବାରେ ଅସୁବିଧା ହେଉଥିବା ଯୋଗୁଁ କୋରାପୁଟ ବଜାରରେ ମଧ୍ୟ ଦରଦାମ ବଢୁଥିବା ବ୍ୟବସାୟୀ କହୁଥିବା ବେଳେ ଯଦି ବ୍ୟବସାୟୀ ମାନେ ନିଜ ତରଫରୁ ଦରଦାମ ବୃଦ୍ଧି କରୁଥିବେ, ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

କୋରାପୁଟରୁ ସି. ଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.