ETV Bharat / state

ଭବିଷ୍ୟତ ଗଢ଼ିବେ ମେଧାବୀ ଆଦିବାସୀ ଛାତ୍ର, ଆର୍ଥିକ ସହାୟତା କଲା SDC - ସ୍ୱତନ୍ତ୍ର ଉନ୍ନୟନ ପରିଷଦ

କୋରାପୁଟ ଜିଲ୍ଲାର ଜଣେ ଗରିବ ଆଦିବାସୀ ଯୁବକ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ୧ଲକ୍ଷ ୫ହଜାର ୧୯୦ ଟଙ୍କା ସହାୟତା ପାଇ କର୍ଣ୍ଣାଟକରେ ପଢିବାର ସ୍ୱପ୍ନ ସାକାର ହେବାକୁ ଯାଉଛି । ଅଧିକ ପଢନ୍ତୁ

meritorious tribal student
meritorious tribal student
author img

By

Published : Jul 16, 2023, 3:12 PM IST

ଭବିଷ୍ୟତ ଗଢ଼ିବେ ମେଧାବୀ ଛାତ୍ର

କୋରାପୁଟ: ରାଜ୍ୟର ଗରିବ ଶ୍ରେଣୀର ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏହା ମଧ୍ୟରେ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଆଗକୁ ଆସିଛନ୍ତି । ଏଣିକି ଆଦିବାସୀ ପିଲାଙ୍କ ପାଠପଢ଼ାରେ ଅର୍ଥ ବାଧକ ସାଜିବ ନାହିଁ । ଦେଶର ଏକ ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନରେ ପଢ଼ିବାର ସୁଯୋଗ ମିଳିବା ବିଷୟ ସ୍ୱପ୍ନରେ କେବେ ଚିନ୍ତା କରି ନଥିବା କୋରାପୁଟ ଜିଲ୍ଲାର ଜଣେ ଗରିବ ଆଦିବାସୀ ଯୁବକ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ୧ଲକ୍ଷ ୫ହଜାର ୧୯୦ ଟଙ୍କା ସହାୟତା ପାଇ କର୍ଣ୍ଣାଟକରେ ପଢିବାର ସ୍ୱପ୍ନ ସାକାର ହେବାକୁ ଯାଉଛି ।

ଓଡିଶାର ଜନଜାତିମାନଙ୍କ କଳା, ସଂସ୍କୃତି, ପରମ୍ପରା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୩ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସ୍ଥାପନା କରି ଆର୍ଥିକ ଅନୁଦାନ ଦେଇ ଆସୁଛନ୍ତି । ହେଲେ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ଗରିବ ମେଧାବୀ ଛାତ୍ର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଆର୍ଥିକ ସହାୟତା ପାଇ କର୍ଣ୍ଣାଟକର ସୁରତକଲ ଏନଆଇଟି(ନ୍ୟାସନାଲ ଇନଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲଜି)ରେ MCA ପଢ଼ିବାର ସୁଯୋଗ ପାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- SDC ସାମିଲ ହେଲା ଆଉ ୧୪ ଜିଲ୍ଲାର ୫୫ ବ୍ଲକ, ଖର୍ଚ୍ଚ ହେବ ୨୨୩ କୋଟି

ନନ୍ଦପୁର ବ୍ଲକ ଖୁର୍ଜୀ ପଞ୍ଚାୟତ ସେମଲା ଗ୍ରାମର ସ୍ୱର୍ଗତ ଡମ୍ବୁ କିର୍ଷାନୀଙ୍କ ପୁଅ ପାତ୍ର କିର୍ଷାନୀ । ଚଳିତ ବର୍ଷ ପାତ୍ର କିର୍ଷାନୀ ଜୟପୁର ବିକ୍ରମ ଦେବ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ବିସିଏ ପରୀକ୍ଷାରେ ପାସ୍ କରିଥିଲେ । ବିସିଏ ପରେ ସେ ଦେଶର ଏକ ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନରେ MCA ପଢିବାର ସ୍ୱପ୍ନ ଦେଖିଥିଲେ, କିନ୍ତୁ ପରିବାରର ଆର୍ଥିକ ସମସ୍ୟା ତାଙ୍କ ତାଙ୍କ ସ୍ୱପ୍ନ ସମ୍ମୁଖରେ କଣ୍ଟା ସାଜିଥିଲା । ଆର୍ଥିକ ଅନଟନରେ ରହି ମଧ୍ୟ ପାତ୍ର କିର୍ଷାନୀ ନିଜକୁ ପ୍ରସ୍ତୁତ କରୁଥିଲେ । ପାତ୍ର ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ କୋରାପୁଟ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ଆବେଦନ କରିଥିଲେ । ସୌଭାଗ୍ୟ ବଶତଃ ଚଳିତ ବର୍ଷ ଅନୁଷ୍ଠିତ NIMCET ପରୀକ୍ଷାରେ ସେ ୨୭୫୪ ରାଙ୍କ୍‌ ଏବଂ OJEE ପରୀକ୍ଷାରେ ଆଦିବାସୀ ବର୍ଗରେ ୧୪ ରାଙ୍କ୍‌ରେ ରହି କର୍ଣ୍ଣାଟକର ସୁରତକଲ୍ NITରେ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ।

ସେ ମାଧାବୀ ତାଲିକାରେ ସ୍ଥାନ ପାଇ ବିନା ଦେୟରେ ପଢ଼ିବାର ଯୋଗ୍ୟତା ହାସଲ କରିଥିଲେ କିନ୍ତୁ ହଷ୍ଟେଲ ଓ ଅନ୍ୟାନ୍ୟ ଦେୟ ପାଇଁ ତାଙ୍କ ନିକଟରେ ଅର୍ଥ ନଥିବାରୁ ସେ SDC ନିକଟରେ ଆର୍ଥିକ ସହାୟତା ପାଇଁ ଆବେଦନ କରିଥିଲେ । କିର୍ଷାନୀଙ୍କ ଆବେଦନକୁ ଗ୍ରହଣ କରି ଜିଲ୍ଲାପାଳଙ୍କ ଅନୁମୋଦନ ପରେ କୋରାପୁଟ ITDA କାର୍ଯ୍ୟାଳୟ ପରିସରରେ ପ୍ରକଳ୍ପ ପ୍ରଶାସକ କାରୁ ସୋରେନଙ୍କ ତତ୍ୱାବଧାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାତ୍ର କିର୍ଷାନୀଙ୍କୁ ଆବଶ୍ୟକ ଥିବା ୧ଲକ୍ଷ ୫ହଜାର ୧୯୦ ଟଙ୍କାର ଚେକ୍‌ ପ୍ରଦାନ କରା ଯାଇଛି । ତେବେ ଆଦିବାସୀ ମେଧାବୀ ଛାତ୍ରଛାତ୍ରୀଙ୍କ ଇଞ୍ଜିନିୟର, ଡାକ୍ତର, MBA, MCA ଓ ଅନ୍ୟାନ୍ୟ ପେଷାଗତ ଶିକ୍ଷା ତଥା UPSE ପରୀକ୍ଷା ପ୍ରସ୍ତୁତି ପାଇଁ କୋରାପୁଟ ସ୍ୱତନ୍ତ ଉନ୍ନୟନ ପରିଷଦ ପକ୍ଷରୁ 40 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ବ୍ୟବସ୍ଥା ରହିଛି । ତେଣୁ ମେଧାବୀ ଆଦିବାସୀ ଛାତ୍ରଛାତ୍ରୀ ଏହାର ସୁଯୋଗ ନେବାକୁ କୋରାପୁଟ ଜିଲ୍ଲା SDC ଚନ୍ଦ୍ରଶେଖର ମାଝୀ ଆହ୍ୱାନ ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.