ETV Bharat / state

ଦକ୍ଷିଣାଞ୍ଚଳ କୃଷି ମହୋତ୍ସବରେ 10 କୋଟିର ଯନ୍ତ୍ରାଂଶ ପାଇଁ ବୁକିଂ, ଭୋଟରଙ୍କୁ ପ୍ରଭାବିତ କରିବାକୁ ପ୍ରଚେଷ୍ଟା କହିଲେ ତାରା - 10କୋଟି ଟଙ୍କାର ଯନ୍ତ୍ରାଂଶ ପାଇଁ ବୁକିଂ

ଉତ୍ପାଦନ କ୍ଷେତ୍ରରେ କମ ସମୟରେ ଅଧିକ ଫସଲ ଉତ୍ପାଦନ ଅମଳ ପାଇଁ ସରକାରଙ୍କ ପଦକ୍ଷପ । 2024ର ସାଧାରଣ ନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରଚେଷ୍ଟା କରିବାର ଉଦ୍ୟମ କହି ସରକାରଙ୍କୁ ବିରୋଧିଙ୍କ ଟାର୍ଗେଟ । ଅଧିକ ପଢ଼ନ୍ତୁ

10କୋଟି ଟଙ୍କାର ଯନ୍ତ୍ରାଂଶ ପାଇଁ ବୁକିଂ
10କୋଟି ଟଙ୍କାର ଯନ୍ତ୍ରାଂଶ ପାଇଁ ବୁକିଂ
author img

By

Published : Feb 8, 2023, 12:43 PM IST

10କୋଟି ଟଙ୍କାର ଯନ୍ତ୍ରାଂଶ ପାଇଁ ବୁକିଂ

କୋରାପୁଟ: କମ ସମୟରେ ହେବ ଅଧିକ ଅମଳ । ଚାଷୀଙ୍କ ଉତ୍ପାଦନ କ୍ଷେତ୍ରରେ କମ ସମୟରେ ଅଧିକ ଫସଲ ଉତ୍ପାଦନ ଅମଳ ପାଇଁ ସରକାରଙ୍କ ପଦକ୍ଷପ । ଏହାକୁ ନେଇ କୋରାପୁଟ ଜିଲ୍ଲା ଜୟପୁର ସହରର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ଦକ୍ଷିଣାଞ୍ଚଳ କୃଷି ମହୋତ୍ସବ ଆରମ୍ଭ ହୋଇଛି । ସୋମବାର ଦିନ ଆୟୋଜିତ ଦକ୍ଷିଣାଞ୍ଚଳ କୃଷି ମହୋତ୍ସବର ପ୍ରଥମ ଦିନରେ 10 କୋଟି ଟଙ୍କାର ଯନ୍ତ୍ରାଂଶ ପାଇଁ ବୁକିଂ ହୋଇଥିବା କୃଷି ନିର୍ଦେଶକ ପ୍ରେମଚନ୍ଦ ଚୌଧୁରୀ ଜଣାଇଛନ୍ତି ।

ରାଜ୍ୟ ସରକାର ଚାଷୀଙ୍କ ଉତ୍ପାଦନ ଦୃଷ୍ଟିରେ ରଖି ଚାଷୀଙ୍କ ବିକାଶ ନିମନ୍ତେ ଯାନ୍ତ୍ରିକ ସୁବିଧା ଯୋଗାଇଦେବା ପାଇଁ ଆଞ୍ଚଳିକ କୃଷି ଯାନ୍ତ୍ରିକ ମେଳା ଆୟୋଜିତ କରାଯାଇଛି ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ । ଚାଷୀ ବିଭିନ୍ନ ଯନ୍ତ୍ରାଂଶ ବ୍ୟବହାର କରି ଅଧିକ ଉତ୍ପାଦନ କରି ଅଧିକ ଆୟ କରିପାରିବ ଓ ଏ ପର୍ଯ୍ୟନ୍ତ ଉତ୍ପାଦନ ଓ ବିକ୍ରିବଟା କ୍ଷେତ୍ରରେ ଅତୀତରେ ଥିବା ସମସ୍ତ ସମସ୍ୟା ଗୁଡିକର ସମାଧାନ ହେବ ।

ତେବେ ଗରିବ ଲୋକଙ୍କ ଠାରୁ ବିଭିନ୍ନ ମାର୍ଗରେ ନିଆଯାଉଥିବା ଖଜଣାକୁ ବ୍ୟବହାର କରି ରାଜ୍ୟ ସରକାର ଏପରି ମେଳା ଆୟୋଜନ କରିଥିବା କହିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । 2024ର ସାଧାରଣ ନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି । ଅଣ୍ଡା ଠାରୁ ଆରମ୍ଭ କରି କ୍ଷୀର, କଦଳୀ , ମାଛ ଓ କୁକୁଡ଼ା ପର୍ଯ୍ୟନ୍ତ ଓଡିଶାର ଲୋକେ ଆନ୍ଧ୍ର ଉପରେ ନିର୍ଭର କରୁଥିବା ବେଳେ ଓଡ଼ିଶାର ଚାଷୀ କିଭଳି ଲାଭବାନ ହେଉଛି ତାହା ଏକ ବିରାଟ ପ୍ରଶ୍ନ ବୋଲି ବାହିନୀପତି ମତ ରଖିଛନ୍ତି ।

ସରକାର ଦେଉଥିବା ଯନ୍ତ୍ରପାତି ତଥା ଟ୍ରାକ୍ଟର କୁ ଚାଷୀ ମାନେ କିପରି ଚାଷ କାମରେ ବ୍ୟବହାର କରିବେ ସେ ଦିଗରେ ସରକାରୀ କଳ ସହଯୋଗ ନ କଲେ କିଛିଦିନ ପରେ ଚାଷୀ କେବଳ ଏକ ଋଣଗ୍ରସ୍ତ ମଣିଷ ହୋଇ ରହିଯିବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ଚଳିତ ବର୍ଷ କୋରାପୁଟ ଜିଲ୍ଲାରେ ଶତକଡା 60 ଭାଗ ଚାଷୀ ଟୋକନ ପାଇ ପାରିନଥିବା ବେଳେ ପ୍ରାୟ 7 ଲକ୍ଷ କ୍ୱିଣ୍ଟାଲ ଧାନ କଳାବଜାରରେ ବିକ୍ରି ହୋଇଥିବା ସେ ଅଭିଯୋଗ କରିଛନ୍ତି । ସରକାର ଧାନର ସର୍ବନିମ୍ନ ମୂଲ୍ୟ 2021 ଟଙ୍କା ରଖିଥିବା ବେଳେ ସରକାରୀ ଯୋଜନାର ସଫଳ ରୂପାୟନ ହୋଇପାରୁନଥିବା ଯୋଗୁଁ ଅଧିକାଂଶ ଚାଷୀ 1400 ଟଙ୍କା ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ତାରା ବାହିନୀପତି ଅଭିଯୋଗ କରିଛନ୍ତି ।

ସରକାର ପରିବା ଠାରୁ ଆରମ୍ଭ କରି ଧାନ ମାଣ୍ଡିଆ ପର୍ଯ୍ୟନ୍ତ ଚାଷୀଙ୍କୁ ଉପଯୁକ୍ତ ବଜାର ଯୋଗାଇ ଦେବାରେ ସଫଳ ହୋଇନଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଅବସରରେ ଚୟନ କରାଯାଇଥିବା ମହିଳା ଏସଏଚଜି ଓ ବିଭିନ୍ନ ଚାଷୀଙ୍କୁ ଧାନ କଳ ଠାରୁ ଆରମ୍ଭ କରି ଟ୍ରାକ୍ଟର ପର୍ଯ୍ୟନ୍ତ ରିହାତି ଦରରେ ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.