ETV Bharat / state

ପବିତ୍ର ମହାଶିବରାତ୍ରୀ: ଗୁପ୍ତେଶ୍ଵରରେ ପତିତପାବନ ମନ୍ଦିର ପ୍ରତିଷ୍ଠା ସମ୍ପନ୍ନ

author img

By

Published : Mar 4, 2019, 2:21 PM IST

ଆଜି ପବିତ୍ର ଜାଗର ବା ମହାଶିବରାତ୍ରୀ । କୋରାପୁଟରେ ରହିଛି ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ବର । ଆଉ ଶିବରାତ୍ରୀର ପୂର୍ବଦିନ ଏଠାରେ ଶାବର ଶ୍ରୀକ୍ଷେତ୍ର କୋରାପୁଟ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥା ଦ୍ବାରା ପତିତପାବନ ମନ୍ଦିର ପ୍ରତିଷ୍ଠା କରାଯାଇଛି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଆଜି ପବିତ୍ର ଜାଗର ବା ମହାଶିବରାତ୍ରୀ । ଭୋଳାଶଙ୍କରଙ୍କ ଉପାସନା କରି ତାଙ୍କୁ ପ୍ରସନ୍ନ କରିବା ପାଇଁ ଆଜି ଶ୍ରେଷ୍ଠ ଦିନ । କୋରାପୁଟରେ ରହିଛି ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ବର । ଆଉ ଶିବରାତ୍ରୀର ପୂର୍ବଦିନ ଏଠାରେ ଶାବର ଶ୍ରୀକ୍ଷେତ୍ର କୋରାପୁଟ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥା ଦ୍ବାରା ପତିତପାବନ ମନ୍ଦିର ପ୍ରତିଷ୍ଠା କରାଯାଇଛି ।

ପ୍ରତି ଶିବରାତ୍ରିର ମଧ୍ୟରାତ୍ରୀରେ ଗୁପ୍ତେଶ୍ଵର ପୀଠକୁ କୋରାପୁଟରୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମାକୁ ନେଇ ଭକ୍ତ ଏକ ଉତ୍ସବ ମୁଖରିତ ପରିବେଶରେ ପଟୁଆରରେ ନେଇଆସନ୍ତି । ଏହି ମହାସମାରୋହରେ ହରିହର ଭେଟ ଅନୁଷ୍ଠିତ ହୋଇଥାଏ । ଏହି ଦୃଶ୍ୟକୁ ଦେଖିବା ଲାଗି ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାନ୍ତି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କୋରାପୁଟ

ଭକ୍ତଙ୍କ ଅନୁରୋଧକ୍ରମେ ଗୁପ୍ତେଶ୍ଵର ମନ୍ଦିର ପାଦଦେଶରେ ପତିତପାବନ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ମନ୍ଦିର ପ୍ରତିଷ୍ଠା ହେବା ଫଳରେ ମହାଶିବରାତ୍ରି ଅବସରରେ ହରିହର ଭେଟ ସମ୍ପନ୍ନ କରିବାରେ ସୁବିଧା ହେବ । ଏପରି ସୂଚନା ଦେଇଛନ୍ତି କୋରାପୁଟ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପାଦକ ଗଦାଧର ପରିଡା ।

ଅନ୍ୟଦିନରେ ମଧ୍ୟ ଭକ୍ତ ଉଭୟ ହର ଓ ହରିଙ୍କୁ ଗୋଟାଏ ପାହାଡରେ ଦର୍ଶନ କରିବାର ସୁଯୋଗ ପାଇବେ।ଗତ ରବିବାର ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଜଗନ୍ନାଥ ପ୍ରେମୀ ଭକ୍ତ ଗୁପ୍ତେଶ୍ଵର ପହଞ୍ଚିଥିଲେ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ଅନୁଗୋଳ ରେ ବିଜେପି କରିଛି  ସଂକଳ୍ପ ଯାତ୍ରା । ଜିଲା ପାଞ୍ଚୋଟି ନିର୍ବଚନା ମଣ୍ଡଳୀ ରେ ଦଳ ନିଜର ପାୱାର ସୋ କରିଛି । ଦଳୀୟ କର୍ମୀଙ୍କୁ ଧରି ଦଳର ନେତାଏ ମଟର ସାଇକେଲ ରାଲିରେ ନିର୍ବଚନା ମଣ୍ଡଳୀ ପରିକ୍ରମା କରିଛନ୍ତି । ଅନୁଗୋଳ ଷ୍ଟାଡିୟମ ରୁ ଏକ ଦଳୀୟ ରାଲି ବାହାରି ମୋଦି ସରକାର ର ସଫଳତା ଓ ରାଜ୍ୟ ସରକାର ଙ୍କ ବିଫଳତା ପ୍ରଚାର କରିଥିଲେ । ଏହି ରାଲିରେ ବହୁ ଦଳୀୟ କର୍ମୀ ଓ ନେତା ଯୋଗ ଦେଇଥିଲେ।ବିଜେପି ନେତା ପ୍ରତାପ ପ୍ରଧାନ ଙ୍କ ନେତୃତ୍ୱ ରେ ଏହି ରାଲି ବାହାରିଥିଲା ।
Visual on FTP 

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.