ETV Bharat / state

ପୂଜକର ମନ୍ତ୍ର, ଗୁରୁମାଈର ଗୀତ ଓ ମହୁରିଆର ବାଜାରେ ପୂଜା ପାଉଛନ୍ତି ମା' - ପୂଜକର ମନ୍ତ୍ର , ଗୁରୁମାଇର ଗୀତ ଓ ମହୁରିଆର ବାଜାରେ ପୂଜା ପାଉଛନ୍ତି ମା'

କୋରୋନା କଟକଣା ମଧ୍ୟରେ କୋରାପୁଟରେ ଶାରଦୀୟ ମାଙ୍କ ପୂଜା ପାଳନ କରାଯାଉଛି । ଜିଲ୍ଲାର ଆଦିବାସୀ ଅଞ୍ଚଳର ପୀଠଗୁଡିକରେ ମାଙ୍କର ପୂଜା ମନ୍ତ୍ର, ଜପ, ଗୁରୁମାଈର ଗୀତ ଓ ମହୁରିଆର ବାଜାରେ ପୂଜା ପାଉଛନ୍ତି । କୋରାପୁଟ ଟାଉନର ପୂଜା ପେଣ୍ଡାଲ ଗୁଡିକରେ କିନ୍ତୁ ବିଧି ଅନୁଯାୟୀ ମାଙ୍କ ପୂଜା କରାଯାଉଛି ।

ପୂଜକର ମନ୍ତ୍ର , ଗୁରୁମାଇର ଗୀତ ଓ ମହୁରିଆର ବାଜାରେ ପୂଜା ପାଉଛନ୍ତି ମା'

author img

By

Published : Oct 24, 2020, 9:33 PM IST

କୋରାପୁଟ: କୋରାପୁଟ ଜିଲ୍ଲାରେ ଆଜି ମା ଦୁର୍ଗା କେଉଁଠାରେ ଅଷ୍ଟମୀ ତ ଆଉ କେଉଁଠି ନବମୀରେ ପୂଜା ପାଉଛନ୍ତି । ଜିଲ୍ଲାର ଆଦିବାସୀ ଅଞ୍ଚଳରେ ପୂଜକର ମନ୍ତ୍ର, ଗୁରୁମାଈର ଗୀତ ଓ ମହୁରିଆର ବାଜାରେ ପୂଜା ପାଉଛନ୍ତି ମା' ।

ଐତିହାସିକ ପର୍ଯ୍ୟଟନ ସ୍ଥଳୀ ନନ୍ଦପୁରର ଭିତରଗଡ ଠାରେ ମହିଳା ପୂଜକ ଗୁରୁମାଈର ମା'ଙ୍କ ସହ କଥାବାର୍ତା ଓ ନିଜ ପ୍ରାର୍ଥନାକୁ ପ୍ରକାଶ କରୁଛନ୍ତି । ଯାହା ଆଦିବାସୀ ଭାଷାରେ ଆଶୁ କବିତାରୁ ସୃଷ୍ଟ ଗୀତ ମଧ୍ୟରେ ଭୈରବୀ ମନ୍ଦିରଟି ଝଙ୍କୃତ ହେଉଛି । କୋରାପୁଟ ସହରର ବିଭିନ୍ନ ପୂଜା ପେଣ୍ଡାଲରେ ପୂଜକର ବୈଦିକ ମନ୍ତ୍ର ଓ ସ୍ଥାନୀୟ ପାରମ୍ପରିକ ବାଦ୍ୟ, ଭକ୍ତଶୂନ୍ୟ ପରିବେଶର ନୀରବତାକୁ ଭଙ୍ଗ କରିବାର ପ୍ରୟାସ ଜାରି ରଖିଛନ୍ତି । କୋରାପୁଟ ଜିଲ୍ଲାରେ ଆଦିବାସୀଙ୍କ ଲାଠି ଯାତ୍ରା ଏକ ପ୍ରମୁଖ ଆକର୍ଷଣ ରହିଛି ।

ପୂଜକର ମନ୍ତ୍ର , ଗୁରୁମାଇର ଗୀତ ଓ ମହୁରିଆର ବାଜାରେ ପୂଜା ପାଉଛନ୍ତି ମା'

ଚଳିତ ବର୍ଷ ଜୟପୁରରେ ଲାଠି ସଂଖ୍ୟା ସୀମିତ କରିଦିଆଯାଇଥିବାବେଳେ ଶାବର ଶ୍ରୀକ୍ଷେତ୍ର କୋରାପୁଟ ଠାରେ ଲାଠି ଯାତ୍ରା ସମ୍ପୂର୍ଣ ରୂପେ ବାତିଲ କରିଦିଆଯାଇଛି । ଯାହା ଫଳରେ ଗାଁ ଗଣ୍ଡାରେ ମଧ୍ୟ ଲାଠି ଯାତ୍ରା ଫିକା ପଡିଯାଇଛି ।

କୋରାପୁଟ ପୋଲିସ ପଡ଼ିଆର ପ୍ରତିବର୍ଷ ସୁଉଚ୍ଚ ମୃଣ୍ମୟ ମୂର୍ତ୍ତି ସମେତ ପାର୍ଶ୍ଵବର୍ତୀ ପେଣ୍ଡାଲରେ ବିଭିନ୍ନ ମୂର୍ତ୍ତୀ ମାଧ୍ୟମରେ ସଚେତନତା ସୃଷ୍ଟି କରୁଥିବା ପ୍ରଦର୍ଶନୀ ଜନତାଙ୍କୁ ବହୁପରିମାଣରେ ଆକୃଷ୍ଟ କରିଆସୁଥିଲା । ଚଳିତ ବର୍ଷ କୋରୋନା ଜନିତ କଟକଣାର ପ୍ରଭାବରେ ସାଧାରଣ ଜନତାଙ୍କ ପ୍ରବେଶ ନିଷେଧ ଥିବା ଯୋଗୁଁ ସେ ପେଣ୍ଡାଲ ଗୁଡିକୁ ମଧ୍ୟ ଏଥର ସ୍ଥାପନା କରାଯାଇନଥିବା ପୋଲିସ ଆର ଆଇ ସୁବାଷ ନାୟକ ଜଣାଇଛନ୍ତି । ସେହିପରି ବସଷ୍ଟାଣ୍ଡ, ଓଏସଏପି ଓ ଆଇଆରବି ଠାରେ ଭକ୍ତଙ୍କ ବିନା ଉପସ୍ଥିତିରେ ପୂଜା ଅନୁଷ୍ଠିତ ହୋଇଛି । ଦୀର୍ଘ ବର୍ଷ ଧରି ବଙ୍ଗୀୟ ପରମ୍ପରା ଅନୁଯାୟୀ ଦଣ୍ଡକାରଣ୍ୟ କଲୋନୀରେ ଆୟୋଜିତ ହେଉଥିବା ପୂଜା ମଧ୍ୟ କେବଳ ଏକ ପରମ୍ପରାକୁ ବଜାୟ ରଖିବା ପାଇଁ ଅନୁଷ୍ଠିତ ହେଉଥିବା ପୂଜା ପରିଚାଳନା କମିଟିର ସଦସ୍ୟ ସୁଲୋଚନା ଘୋଷ ଜଣାଇଛନ୍ତି । ମଣ୍ଡପରେ ମାଇକ ବାଜୁନାହିଁ କି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉନାହିଁ । ତେଣୁ ପୂଜା ଉତ୍ସବଟିରେ ହସ ମଉଳି ଯାଇଥିବା କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.