ETV Bharat / state

କୋଟପାଡ ବୁଣାକାରଙ୍କ ଦୁଃଖ ବୁଝିବେ ମନ୍ତ୍ରୀ ପଦ୍ମିନୀ ଦିଆନ - Padmini Dian

ରାଜ୍ୟ ତଥା ଜାତୀୟ ସ୍ତରରେ ବହୁ ସମ୍ମାନର ଅଧିକାର ହୋଇଛନ୍ତି କୋରାପୁଟ ଜିଲ୍ଲାର କୋଟପାଡ ଅଞ୍ଚଳବାସୀ । ପ୍ରାକୃତିକ ରଙ୍ଗର ଶାଢୀ ସାଙ୍ଗକୁ ବସ୍ତ୍ରବୁଣି ଗୌରାବାନ୍ବିତ ହୋଇଛି ରାଜ୍ୟ । ହେଲେ ଏହି ବୁଣାକାରଙ୍କୁ ମିଳୁନି ଉଚିତ ସମ୍ମାନ । କିନ୍ତୁ ଖୁବଶୀଘ୍ର ଏମାନଙ୍କ ଦୁଃଖ ବୁଝିବେ ଏଠାରୁ ନବନିର୍ବାଚିତ ବିଧାୟକ, ମନ୍ତ୍ରୀ ତଥା ଅଞ୍ଚଳର ବୋହୂ ପଦ୍ମିନୀ ଦିଆନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : May 31, 2019, 12:52 PM IST

କୋରାପୁଟ: ଏଥର କୋଡପାଟବାସୀଙ୍କ ଦୁଃଖ ଶୁଣିବେ ସରକାର । ବୁଣାକାରଙ୍କୁ ମିଳିବ ସମସ୍ତ ସୁବିଧା । ଅନୁସୂଚିତ ଜାତିର ମାନ୍ୟତା ସହ ଯୋଗାଇ ଦିଆଯିବ ଭତ୍ତା । ଜାତୀୟ ଓ ରାଜ୍ୟସ୍ତରୀୟ ସମ୍ମାନିତ ବୁଣାକାରଙ୍କ କଥା ବୁଝୁନଥିବା ସରକାର ବାଧ୍ୟ ହେବେ ମନ୍ତ୍ରୀଙ୍କ କଥା ଶୁଣିବାକୁ । କାହିଁକି ନାଁ ଏମାନଙ୍କ କଥା ବୁଝିବେ ଏ ଅଞ୍ଚଳର ବୋହୂ ତଥା ମନ୍ତ୍ରୀ ପଦ୍ମିନୀ ଦିଆନ । ହସ୍ତତନ୍ତ ମନ୍ତ୍ରୀ ପଦ ମିଳିବା ପରେ ଆଶାବାଦୀ କୋଟପାଡର ବୁଣାକାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଅକ୍ଲାନ୍ତ ପରିଶ୍ରମ ଦ୍ବାରା ପ୍ରାକୃତିକ ରଙ୍ଗର ଶାଢୀ ଓ ଅନ୍ୟାନ୍ୟ ବସ୍ତ୍ରବୁଣି ରାଜ୍ୟ ପାଇଁ ଗୌରବ ଆଣିଛି କୋଟପାଡ ଅଞ୍ଚଳ । ଏଠାକାର ବୁଣାକାରମାନଙ୍କୁ ରାଜ୍ୟ ତଥା ଜାତୀୟ ସ୍ତରରେ ମଧ୍ୟ ସମ୍ମାନିତ କରାଯାଇଛି । ହେଲେ ବର୍ଷ ବର୍ଷ ଧରି ବିଭିନ୍ନ ଯୋଜନା ତଥା ସୁବିଧାରୁ ବଞ୍ଚିତ ହୋଇଆସୁଛନ୍ତି ବୁଣାକାରମାନେ । ପଦ୍ମଶ୍ରୀ ଓ ଜାତୀୟ ପୁରସ୍କୃତ ବ୍ୟକ୍ତିତ୍ବ ଭତ୍ତା ଓ ଅନନ୍ୟା ସୁବିଧା ନେଇ ରାଜ୍ୟସରକରାଙ୍କ ନିକଟରେ ଫେରାଦ ହୋଇଥିଲେ ଏବଂ ବୈଠକ ମଧ୍ୟ ବସିଥିଲା ହେଲେ ମିଳିଲା ନାହିଁ ସୁବିଧା । ଯାହାକୁ ନେଇ ଅଭିଯୋଗ କରିଥିଲେ ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକା । କିନ୍ତୁ ଏଥର ଏମାନଙ୍କ ଅଭିଯୋଗ ଶୁଣିବା ସହ ସୁଖଦୁଃଖର ସାଥୀ ହେବେ ଏ ଅଞ୍ଚଳର ବୋହୂ ତଥା ମନ୍ତ୍ରୀ ପଦ୍ମନୀ ଦିଆନ ।

ପଡୋଶୀ ଜିଲ୍ଲା ନବରଙ୍ଗପୁରରେ ରହୁଥିବା ବୁଣାକାର ସମ୍ପ୍ରଦାୟ ସମ୍ପର୍କୀୟଙ୍କୁ ମିଳିଛି ଅନୁସୂଚିତ ଜାତିର ମାନ୍ୟତା । ଏଥିଯୋଗୁଁ ସେମାନେ ସମସ୍ତ ସରକାରୀ ଯୋଜନାରେ ଲାଭବାନ ହେଉଛନ୍ତି । ଅଥଚ କୋଟପାଡରେ ଏ ସମସ୍ତ ସୁବିଧା ଯେମିତି ଦିବାସ୍ବପ୍ନ ପାଲଟିଛି । ଶିକ୍ଷା ଓ ଚାକିରୀ କ୍ଷେତ୍ରରୁ ଏମାନେ ବଞ୍ଚିତ ହେଉଥିବା ବେଳେ ଚଢାଦରରେ ସୂତା କିଣୁଛନ୍ତି । ସେପଟେ ଅନନ୍ୟ କଳାକୁ ଉଜ୍ଜୀବିତ ରଖିବା ପାଇଁ କୋଟପାଡରେ ମିରିଗାନ ବସ୍ତ୍ର ତିଆରିକୁ ନେଇ ଗୋଟିଏ ଆବାସିକ ଆଇଟିଆଇ ଖୋଲାଯାଉ ବୋଲି ସାଧାରଣରେ ଦାବି ହୋଇଛି ।

କୋରାପୁଟରୁ ସିଏଚ.ଶାନ୍ତାକାର ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.