ETV Bharat / state

କୋଭିଡ କଟକଣା ମଧ୍ୟରେ କୋଟିଆ ପାଳିବ ‘ଉତ୍କଳ ଦିବସ ’ - କୋରାପୁଟ ଜିଲ୍ଲା ପ୍ରଶାସନ

ଗୁରୁବାର ବିବାଦୀୟ କୋଟିଆ ପାଳିବ ଉତ୍କଳ ଦିବସ । କୋଭିଡ ଗାଇଡଲାଇନ ସହ ପ୍ରସ୍ତୁତି ଶେଷ କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ....

କୋଭିଡ କଟକଣା ମଧ୍ୟରେ କୋଟିଆ ପାଳିବ ‘ଉତ୍କଳ ଦିବସ ’

author img

By

Published : Mar 31, 2021, 7:37 PM IST

କୋରାପୁଟ: ଗୁରୁବାର ଉତ୍କଳ ଦିବସ । ସାରା ରାଜ୍ୟରେ ଏହାକୁ ପାଳନ ନେଇ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଥିବାବେଳେ ସମସ୍ତଙ୍କ ଦୃଷ୍ଟି ଏବେ କୋରାପୁଟ ଜିଲ୍ଲାର ଓଡିଶା-ଆନ୍ଧ୍ର ସୀମାନ୍ତ ଗ୍ରାମ କୋଟିଆରେ। ତେବେ କୋଟିଆରେ ମଧ୍ୟ ପାଳିତ ହେବାକୁ ଯାଉଛି ଉତ୍କଳ ଦିବସ । କୋଭିଡ କଟକଣାକୁ ଉଚିତ ଅନୁପାଳନ ସହ ଏହାକୁ ପାଳନ କରାଯିବାନେଇ ସ୍ପଷ୍ଟ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ ।

କୋଭିଡ କଟକଣା ମଧ୍ୟରେ କୋଟିଆ ପାଳିବ ‘ଉତ୍କଳ ଦିବସ ’

ସୀମା ବିବାଦକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶ ସୁପ୍ରିମକୋର୍ଟରେ ଆଇନଗତ ସଂଘର୍ଷ କରୁଥିବାବେଳେ ଏହି ଅଞ୍ଚଳରେ ଲୋକଙ୍କ ପାଖରେ ବିକାଶର ଧାରା ପହଞ୍ଚାଇବା ପାଇଁ ଉଭୟ ରାଜ୍ୟ ଆପ୍ରାଣ ଉଦ୍ୟମ କରିଆସୁଛନ୍ତି । ତେବେ କୋଭିଡ କଟକଣା ମଧ୍ୟରେ ଏହି ଉତ୍ସବ ପାଳିତ ହେଉଥିବା ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାଦ ଦିଆଯିବା ସହ ଉତ୍ସବରେ ଭାଗ ନେଉଥିବା ଲୋକଙ୍କ ସଂଖ୍ୟା ଉପରେ ମଧ୍ୟ କଟକଣା ରହିଥିବା କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି ।

‘ଆମ କୋଟିଆ’ ସଂଗଠନ ତରଫରୁ କୋଟିଆ ପଞ୍ଚାୟତର ସମସ୍ତ 21 ଟି ଗ୍ରାମରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ସ୍ଥିର କରାଯାଇଛି । ଜୟପୁରରୁ ଅନେକ ବୁଦ୍ଧିଜୀବୀ ଆସନ୍ତାକାଲି ସକାଳେ କୋଟିଆରେ ଅନୁଷ୍ଠିତ ହେଉଥିବା ଜାତୀୟ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେବେ ବୋଲି ଜଣାପଡିଛି । କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଗତ କିଛିଦିନ ପୂର୍ବେ ଓଡିଶା ଆନ୍ଧ୍ର ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡିକରେ ଆୟୋଜିତ ହୋଇଥିବା ବିଭିନ୍ନ ସଭାରେ ସେଠାକାର ଜନତାଙ୍କୁ ଉତ୍କଳ ଦିବସ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ । ସେମାନେ ମଧ୍ୟ ନିମନ୍ତ୍ରଣ ରକ୍ଷା କରି ଏହି ଉତ୍ସବରେ ଯୋଗ ଦେବାର ସମ୍ଭାବନା ରହିଛି । ଏଥି ସହିତ ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚାୟତ ସ୍ତରୀୟ ଉତ୍ସବ ପାଳନ କରାଯାଉଥିବାବେଳେ କୋରାପୁଟର ସତ୍ତା ସାହିତ୍ୟ ସଂସଦ ଓ ସେମିଳିଗୁଡାର ଲେଖକ ପାଠକ ସମ୍ମିଳନୀ ତରଫରୁ ସାହିତ୍ୟ ସଭା ମାଧ୍ୟମରେ ଉତ୍କଳ ଦିବସ ପାଳନ କରାଯିବ ।

କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.