ETV Bharat / state

ଓଡିଶା ଛାଡିବାକୁ ଧମକ ଦେଲା କୋଟିଆ ପଞ୍ଚାୟତ - କୋରାପୁଟ

ବିବାଦୀୟ କୋଟିଆ ପଞ୍ଚାୟତର 21 ଟି ଗ୍ରାମକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା ଛକାପଞ୍ଝା ମଧ୍ୟରେ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଓଡିଶା ସରକାରଙ୍କ ସମସ୍ତ ପ୍ରୟାସକୁ ଲାଗିଛି ଶକ୍ତ ଝଟକା । ମଙ୍ଗଳବାର ପୋଲିସର କଥିତ ଜୁଲମକୁ ବିରୋଧ କରି କୋଟିଆ ପଞ୍ଚାୟତର ମାତଲାମ ସମେତ ଅନ୍ୟାନ୍ୟ ଗାଁର ଶତାଧିକ ଗ୍ରାମବାସୀ । ଅଧିକ ଖବର ପଢନ୍ତୁ...

ଓଡିଶା ଛାଡିବାକୁ ଧମକ ଦେଲେ କୋଟିଆବାସୀ
ଓଡିଶା ଛାଡିବାକୁ ଧମକ ଦେଲେ କୋଟିଆବାସୀ
author img

By

Published : Feb 18, 2020, 10:15 PM IST

କୋରାପୁଟ: ବିବାଦୀୟ କୋଟିଆ ପଞ୍ଚାୟତର 21 ଟି ଗ୍ରାମକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା ଛକାପଞ୍ଝା ମଧ୍ୟରେ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଓଡିଶା ସରକାରଙ୍କ ସମସ୍ତ ପ୍ରୟାସକୁ ଲାଗିଛି ଶକ୍ତ ଝଟକା । ମଙ୍ଗଳବାର ପୋଲିସର କଥିତ ଜୁଲମକୁ ବିରୋଧ କରି କୋଟିଆ ପଞ୍ଚାୟତର ମାତଲାମ ସମେତ ଅନ୍ୟାନ୍ୟ ଗାଁର ଶତାଧିକ ଗ୍ରାମବାସୀ । କୋରାପୁଟ ଜିଲ୍ଲାପାଳଙ୍କୁ ଭେଟି ଗ୍ରାମବାସୀଙ୍କୁ ନ୍ୟାୟ ନ ମିଳିଲେ ଓଡ଼ିଶାର ସମସ୍ତ ପ୍ରଚେଷ୍ଟାକୁ ପଛରେ ପକାଇ ଆନ୍ଧ୍ରମୁହାଁ ହେବା ସହ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଜଣାଇଛନ୍ତି ।

ଓଡିଶା ଛାଡିବାକୁ ଧମକ ଦେଲେ କୋଟିଆବାସୀ

ମାଓବାଦୀଙ୍କୁ ସମର୍ଥନ କରି ସେମାନଙ୍କୁ ଖାଇବା ପିଇବା ଯୋଗାଉଥିବା ଅଭିଯୋଗ ଆଣି ଚଳିତ ମାସ 11 ତାରିଖରେ ତାକୁ ସୁନାବେଡ଼ାରୁ କୋରାପୁଟକୁ ଉଠାଇ ଆଣି ପୋଲିସ ବହୁତ ମାଡ଼ ମାରିଥିବାର ସଙ୍ଗୀନ ଅଭିଯୋଗ ଆଣିଛି ମାତଲାମର ବେସୁ ନାମକ ଏକ ଯୁବକ । ବେସୁର କହିବାନୁଯାୟୀ, କୋରାପୁଟ ପୋଲିସ କାର୍ଯ୍ୟାଳୟର ଏକ କୋଠରୀରେ ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରା ପଚରାଉଚରା ସରିବା ପରେ ପୋଲିସ ତାକୁ ମାରିବା ଆରମ୍ଭ କରିଥଲା ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ମାଓବାଦୀଙ୍କ ସମ୍ପର୍କରେ ଯାହା ଯାହା ଜାଣିଛି ତାହା କହିବା ପାଇଁ ଅଶ୍ଳୀଳ ଭାଷାରେ ଗାଳି କରି ଚାପ ପ୍ରୟୋଗ କରୁଥିବା ସେ ସାମ୍ବାଦିକଙ୍କୁ ଜଣାଇଛି ।

ତେବେ ଗତ କିଛିଦିନ ମଧ୍ୟରେ ବେସୁ ଭଳି ଅନେକ ଯୁବକଙ୍କୁ ପୋଲିସ ତାଙ୍କ ଘରୁ ଉଠାଇ ଆଣି ଅତ୍ୟାଚାର କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ସେମାନଙ୍କ ଅଭିଯୋଗ ଶୁଣିବା ପରେ ତଦନ୍ତ କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଗ୍ରାମବାସୀ ଜଣାଇଛନ୍ତି ।

କୋରାପୁଟରୁ ସି. ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.