ETV Bharat / state

ଆସୁଛି ନିର୍ବାଚନ, ବୁଥ୍‌କୁ ନେଇ ଝୁଣ୍ଟିଲେ କୋଟିଆବାସୀ - କୋରାପୁଟ

ଆସୁଛି ନିର୍ବାଚନ । ସମସ୍ତ ଦଳ ପକ୍ଷରୁ ଆରମ୍ଭ ହୋଇଛି ନିର୍ବାଚନୀ ଅଙ୍କ କଷା । କିନ୍ତୁ ନିର୍ବାଚନୀ ବୁଥ୍‌କୁ ନେଇ ଝୁଣ୍ଟି ହୋଇ ପଡିଛନ୍ତି କୋଟିଆ ଅଞ୍ଚଳବାସୀ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ
author img

By

Published : Mar 28, 2019, 11:08 PM IST

Updated : Mar 29, 2019, 1:21 PM IST

କୋରାପୁଟ: ଆସୁଛି ନିର୍ବାଚନ । ସମସ୍ତ ଦଳ ପକ୍ଷରୁ ଆରମ୍ଭ ହୋଇଛି ନିର୍ବାଚନୀ ଅଙ୍କ କଷା । କିନ୍ତୁ ନିର୍ବାଚନୀ ବୁଥ୍‌କୁ ନେଇ ଝୁଣ୍ଟି ହୋଇ ପଡିଛନ୍ତି କୋଟିଆ ଅଞ୍ଚଳବାସୀ । ନିର୍ବାଚନରେ ଭୋଟ ଦେବା ପାଇଁ ଏହି ଅଞ୍ଚଳରେ ଉଭୟ ଓଡିଶା ଓ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଖୋଲାଯାଇଛି ବୁଥ୍‌ । ହେଲେ କେଉଁଠି ଦେବେ ଭୋଟ ସେନେଇ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ନେରେଡିବାଲାସାଠାରେ ଆନ୍ଧ୍ର ସରକାରଙ୍କ ତରଫରୁ ନେରେଡିବାଲାସା ଓ ନିକଟବର୍ତ୍ତୀ ତାଡିବାଲାସା, ଝଙ୍କରଗୁଡା, କୁମ୍ଭୀମାଡାର ଭୋଟରଙ୍କ ସମେତ ୨୦ ରୁ ୨୫ କିଲୋମିଟର ଦୂରରେ ଥିବା ତଲଗଂଜେଇପଦର, ଉପର ଗଂଜେଇପଦର, କୁରୁଡିପଦର, ତଳସେମ୍ବୀ, ଉପରସେମ୍ବୀ, କୋଟାଯାନୀଗୁଡା, ଡୋଲିପଦର, ସୀମାଗଡା ପ୍ରଭୃତି ଗ୍ରାମର ଭୋଟରଙ୍କ ପାଇଁ ମଧ୍ୟ ଦୁଇଟି ବୁଥ ଖୋଲାଯାଇଥିବା ଜଣାପଡିଛି । ଅପରପକ୍ଷେ ଓଡିଶା ସରକାରଙ୍କ ତରଫରୁ କୋଟିଆ ନିକଟବର୍ତ୍ତୀ ଗ୍ରାମ ଗୁଡିକ ସମେତ ନାରେଡିବାଲାସା ଓ ନିକଟବର୍ତ୍ତୀ ଗ୍ରାମର ଭୋଟରଙ୍କ ପାଇଁ ଗଂଜେଇପଦର ଓ ରଣସିଙ୍ଗଠାରେ ଭୋଟ କେନ୍ଦ୍ର ଖୋଲାଯାଇଛି ।

ଗୋଟିଏ ପଟେ ରାଜ୍ୟ ସରକାର 11ଟି ବିବାଦୀୟ ଗ୍ରାମ ପାଇଁ ମାତ୍ର 5ଟି ଭୋଟ କେନ୍ଦ୍ର ଖୋଲିଥିବାବେଳେ ଆନ୍ଧ୍ର ସରକାର ଏ ଦିଗରେ ନେଇଛନ୍ତି ବ୍ୟାପକ ପଦକ୍ଷେପ । ଭୋଚରଙ୍କ ପାଇଁ ଖାଦ୍ୟ ସହ ଗମନାଗମନର ସୁବିଧା ପାଇଁ ଆନ୍ଧ୍ର ସରକାର କରିଛନ୍ତି ବିଭିନ୍ନ ବ୍ୟବସ୍ଥା । ହେଲେ ରାଜ୍ୟ ସରକାରଙ୍କ କୋଟିଆବାସୀଙ୍କ ପ୍ରତି ଖାମଖିଆଲ ଭାବ ସ୍ପଷ୍ଟ ବାରି ହୋଇ ପଡୁଛି ।

ଏମିତିରେ ଭୋଟରଙ୍କୁ ଆକୃଷ୍ଟ କରିଛି ଆନ୍ଧ୍ର ସରକାରଙ୍କ ପଦକ୍ଷେପ । ତେଣେ ଭତ୍ତା ଓ ଜମିପଟ୍ଟା ବାବଦରେ ରାଜ୍ୟ ସରକାରଙ୍କ ଉଦାସୀନତା ଭାବ ଯୋଗୁଁ ଏକପ୍ରକାର ଓଡିଶାରୁ ମୁହଁ ଫେରାଇବାକୁ ବସିଛନ୍ତି କୋଟିଆବାସୀ । କେବଳ ସେତିକି ନୁହେଁ ଆନ୍ଧ୍ର ସରକାରଙ୍କ ତରଫରୁ କୋଟିଆରେ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଏଯାଏଁ ଦେଖା ଦେଇ ନାହାଁନ୍ତି ରାଜ୍ୟର ନେତା ।

ବୁଥ୍‌କୁ ନେଇ ଦେଖା ଦେଇଥିବା ବିବାଦରେ ଏକ ପ୍ରକାର ସ୍ପଷ୍ଟ ହୋଇଛି କି ଭୋଟରମାନେ ଚଳିତ ଥର ଆନ୍ଧ୍ର ବୁଥ୍‌ରେ ଭୋଟ ଦେଇ ଆନ୍ଧ୍ର ସରକାରଙ୍କ ପ୍ରତି ନିଜ ସମର୍ଥନ ଜାହିର କରିବେ । ତେଣେ ରାଜ୍ୟ ସରକାର ଏନେଇ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:Body:

2825450

bijaya-mohapatra-returns-to-bjp-once-again

ବିଜେପିକୁ ଫେରିଲେ ବିଜୟ

ଭୁବନେଶ୍ୱର: ଗତବର୍ଷ ନଭେମ୍ବରରେ ବିଜେପି ଛାଡିଥିବା ବିଜେପି ମହାପାତ୍ର ପୁନର୍ବାର ପଦ୍ମ ଗଡିଆରେ ମିଶିଛନ୍ତି। ମାନଭଞ୍ଜନ କରିବା ପାଇଁ ତାଙ୍କ ବାସଭନବନରେ ପହଞ୍ଚିଥିଲେ ଓଡିଶା ବିଜେପି ପ୍ରଭାରୀ ଏବଂ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ।

Conclusion:
Last Updated : Mar 29, 2019, 1:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.