କୋରାପୁଟ: କାଦୁଅ ଫିଙ୍ଗା ଫିଙ୍ଗି ସହ ଉପରେ ଉଭୟେ ଉଭୟଙ୍କ ବଳ କଷୁଛନ୍ତି । କୋଟିଆ ଉପରେ ନିଜର ହକ୍ ଜାହିର ପାଇଁ ଉଭୟ ଓଡିଶା ଓ ଆନ୍ଧ୍ର ମଧ୍ୟରେ ଚାଲିଛି ଶୀତଳ ଯୁଦ୍ଧ। ଲୋଭନୀୟ ଉପହାର ଦେଇ ସୀମାନ୍ତବାସୀଙ୍କୁ ଆନ୍ଧ୍ର ଭିଡି ନେଉଥିବା ବେଳେ ଓଡିଶା ନଛୋଡ ବନ୍ଧା। ଏହି ଘଟଣାର ମାମଲା ଯାଇ ପହଁଞ୍ଚିଲାଣି ସୁପ୍ରିମକୋର୍ଟର।
କୋଟିଆ ପଞ୍ଚାୟତର 21 ଟି ଗ୍ରାମକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶ ପରସ୍ପର ଉପରକୁ ସୀମା ଉଲଂଘନର ଅଭିଯୋଗ ଫିଙ୍ଗି ଚାଲିଛନ୍ତି । ପରସ୍ପର ବାରମ୍ବାର ଉଚ୍ଚତମ ନ୍ୟାୟାଳୟରେ ପରସ୍ପରକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ସମସ୍ତ ଚେଷ୍ଟା ଜାରି ରଖିଛନ୍ତି ।
ସୀମା ବିବାଦକୁ ନେଇ ଏପରି ଏକ ତିକ୍ତତା ବୃଦ୍ଧି ପାଉଥିବା ବେଳେ କୋଟିଆ ପଂଚାୟତର ଉପାନ୍ତ ଗ୍ରାମ ଫାଟୁସିନେରୀ ରେ ଥିବା ଏକ ଫଳକ ଓଡିଶା ଓ ଆନ୍ଧ୍ର ମଧ୍ୟରେ ସମନ୍ବୟ ପ୍ରଗତିର ସମ୍ଭାବନା ଆଡକୁ ଇଙ୍ଗିତ କରୁଛି ।
ଗାଁର ପ୍ରବେଶ ଦ୍ଵାରରେ ଲାଇଥିବା ଏକ ଫଳକର ଏକ ପାର୍ଶ୍ଵରେ ଆନ୍ଧ୍ର ସରକାରଙ୍କ ଦ୍ବାରା ସେହି ଗ୍ରାମରେ କରଯାଇଥିବା ଜଳ ବିଭାଜିକା ପ୍ରକଳ୍ପର ବିବରଣୀ ଦିଆଯାଇଛି। ଏପଟେ ସେହି ଫଳକର ଅପରପଟେ ଓଡିଶା ସରକାରଙ୍କ ଦ୍ଵାରା ଗାଁ ରେ ତିଆରି କରାଯାଇଥିବା ରାସ୍ତାର ବିବରଣୀ ସ୍ଥାନ ପାଇଛି । ଗୋଟାଏ ଫଳକରେ ଦୁଇ ରାଜ୍ୟ ଏକାଠି ହେବା ସାଧରଣରେ କୌତୁହଳ ସୃଷ୍ଟି କରିଛି ।
କୋରାପୁଟରୁ ସି .ଏଚ୍. ଶାନ୍ତାକାର, ଇଟିଭି ଭାରତ