ETV Bharat / state

କୋଟିଆ ଜିଲ୍ଲା ପରିଷଦ ନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀଙ୍କୁ ନିର୍ବାଚନରୁ ଓହରିବା ପାଇଁ 5 ଲକ୍ଷ ପ୍ରଲୋଭନ !

author img

By

Published : Jan 25, 2022, 10:52 PM IST

ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଶେଷ ସମୟରେ ମଧ୍ୟ ସର୍ବଦଳୀୟ ନିକଟରେ ଆତ୍ମସମର୍ପଣ କଲେନି କୋଟିଆ ଜିଲ୍ଲା ପରିଷଦ ଆସନର ସ୍ବାଧୀନ ପ୍ରାର୍ଥୀ । ଦେଖାଇଲେ ଲଢେଇ କରିବାର ଦମ । ଏହା ସହ ସର୍ବଦଳୀୟ କମିଟି ତରଫରୁ ପାଞ୍ଚ ଲକ୍ଷ ଟଙ୍କାର ପ୍ରଲୋଭନ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ସ୍ୱାଧୀନ ପ୍ରାର୍ଥୀ । ଅଧିକ ପଢନ୍ତୁ

କୋଟିଆ ଜିଲ୍ଲା ପରିଷଦ ନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀଙ୍କୁ ନିର୍ବାଚନରୁ ଓହରିବା ପାଇଁ 5 ଲକ୍ଷ ପ୍ରଲୋଭନ !
କୋଟିଆ ଜିଲ୍ଲା ପରିଷଦ ନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀଙ୍କୁ ନିର୍ବାଚନରୁ ଓହରିବା ପାଇଁ 5 ଲକ୍ଷ ପ୍ରଲୋଭନ !

କୋରାପୁଟ : କୋଟିଆର ଜିଲ୍ଲା ପରିଷଦ ନିର୍ବାଚନରୁ ଓହରିବା ପାଇଁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ସମୟରେ ମଧ୍ୟ ସର୍ବଦଳୀୟ ନିକଟରେ ଆତ୍ମସମର୍ପଣ କଲେନି ସ୍ବାଧୀନ ପ୍ରାର୍ଥୀ । ଦେଖାଇଲେ ଲଢେଇ କରିବାର ଦମ । ମୋ ପଛରେ ଲୋକ ଅଛନ୍ତି ମୁଁ ନିର୍ବାଚନରେ ଅବତୀର୍ଣ୍ଣ ହୋଇ ଲଢିିବି ବୋଲି ଦୃଢକ୍ତି କରିଛନ୍ତି ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ। ଏହା ସହ ସର୍ବଦଳୀୟ କମିଟି ତରଫରୁ ପାଞ୍ଚ ଲକ୍ଷ ଟଙ୍କାର ପ୍ରଲୋଭନ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ। ଅପର ପକ୍ଷରେ ଏହି ଅଭିଯୋଗକୁ ଖଣ୍ଡନ କରି ସର୍ବଦଳୀୟ କମିଟିର ସଦସ୍ୟ ତଥା ବିଜେପି ନେତା ଜୟରାମ ପାଙ୍ଗି ଟିକାଇଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କରିବା ପଛରେ କିଛି ଆନ୍ଧ୍ର ଦଲାଲଙ୍କ ହାତ ରହିଥିବା ପାଲଟା ଅଭିଯୋଗ ଆଣିଛନ୍ତି ।

ସର୍ବଦଳୀୟ କମିଟି ତରଫରୁ ଟିକାଇ ଗେମେଲଙ୍କୁ ବୁଝାସୁଝା କରିବା ପାଇଁ ଯାହାବି ପ୍ରଲୋଭନ ଦେଖାଯାଇଥିଲା ଆନ୍ଧ୍ରପ୍ରଦେଶର ଦଲାଲ ମାନେ ତାଠାରୁ ଅଧିକ ପ୍ରଲୋଭନ ଦେଖାଇଥାଇ ପାରନ୍ତି ବୋଲି ବିଜେପି ନେତା ଜୟରାମ ପାଙ୍ଗି ସନ୍ଦେହ ବ୍ୟକ୍ତ କରିଛନ୍ତି । ପଟ୍ଟାଙ୍ଗୀ ଜିଲ୍ଲା ପରିଷଦ ଜୋନ-1 ଆସନ ପାଇଁ ତିନିଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ସାବିନା ବୁଡ଼ିଆ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ବେଳେ ସର୍ବଦଳୀୟ ପ୍ରାର୍ଥୀ ଭାବେ ମମତା ଜାନୀ ଓ ଆଉ ଜଣେ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ ନିର୍ବାଚନ ରଣାଙ୍ଗନରେ ଲଢ଼ୁଛନ୍ତି । ତେବେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନୀଙ୍କୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବାର ବାଟକୁ ସୁଗମ କରିବା ପାଇଁ ନିର୍ଦଳୀୟ ପ୍ରାର୍ଥୀ ଟିକାଇ ଗେମେଲଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ଦିଗରେ କଂଗ୍ରେସ , ବିଜେଡି ଓ ବିଜେପିର ନେତୃବୃନ୍ଦଙ୍କ ସମସ୍ତ ପ୍ରଚେଷ୍ଟା ବିଫଳ ହୋଇଥିଲା । ନିର୍ବାଚନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ସୀମା ଅପରାହ୍ନ ତିନିଟା ପର୍ଯ୍ୟନ୍ତ ଥିବା ବେଳେ କୌଣସି କାରଣରୁ ସ୍ୱତନ୍ତ୍ର ଅନୁମତି ଆଣି ସମୟସୀମାକୁ ଆହୁରି ଅଧଘଣ୍ଟା ବୃଦ୍ଧି କରାଯାଇଥିଲା । ଏହି ବର୍ଦ୍ଧିତ ସମୟ ସୀମାର ସୁଯୋଗ ନେଇ ସର୍ବଦଳୀୟ କମିଟିର ବରିଷ୍ଠ ନେତାମାନେ କୋରାପୁଟ ଉପଜିଲ୍ଲାପାଳଙ୍କ କକ୍ଷରେ ମମତା ଓ ଟିକାଇଙ୍କୁ ସାମନା ସାମନି ବସାଇ ସବୁ ପ୍ରକାର ଚେଷ୍ଟା କରାଯାଇଥିବା ବେଳେ ଶେଷକୁ ବରିଷ୍ଠ ନେତୃବୃନ୍ଦଙ୍କ ଅନୁରୋଧକୁ ଟିକାଇ ମନା କରି ପ୍ରତିଦ୍ବନ୍ଦିତାରେ ମନୋବଳ ଦେଖାଇ ଲୋକଙ୍କ ସହାୟତାରେ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

କୋଟିଆ ପଞ୍ଚାୟତର ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ଆସନ ପାଇଁ ସର୍ବଦଳୀୟ ପ୍ରାର୍ଥୀ ଚୟନ କରାଯାଇ ତାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ କରିବା ପାଇଁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ବେଳେ ନିଷ୍ପତ୍ତି ଅନୁଯାୟୀ ସମସ୍ତ 13 ଟି ଯାକ ୱାର୍ଡ ମେମ୍ବର ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ସେହିପରି ସରପଞ୍ଚ ପଦବୀ ପାଇଁ 9 ଜଣ ପ୍ରାର୍ଥୀ ଓ ଜିଲ୍ଳା ପରିଷଦ ଆସନ ପାଇଁ ତିନି ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ରହିଥିଲେ । ତେବେ ଆଲୋଚନା ମାଧ୍ୟମରେ ଦୁଇଜଣ ସରପଞ୍ଚ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ବେଳେ ସାତଜଣ ପ୍ରାର୍ଥୀ କୋଟିଆ ପଞ୍ଚାୟତର ସରପଞ୍ଚ ପଦବୀ ପାଈଁ ନିଜ ପ୍ରାର୍ଥୀପତ୍ରକୁ କାଏମ ରଖିଛନ୍ତି । ତେବେ କୋଟିଆ ଅଞ୍ଚଳବାସୀ ସର୍ବଦଳୀୟ ପ୍ରାର୍ଥୀଙ୍କୁ ନା ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବେ ତାହା ଦେଖିବାକୁ ବାକି ରହିଲା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.