ETV Bharat / state

ନାହିଁ ନାହିଁରେ ଚାଲିଛି କୋରାପୁଟର ଦେବୀଘାଟ ଉଚ୍ଚବିଦ୍ୟାଳୟ

author img

By

Published : Jul 20, 2022, 8:14 AM IST

ପାହାଡ଼ ଟାପୁରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଦେବିଘାଟ ଉଚ୍ଚବିଦ୍ୟାଳୟ । ହେଲେ ସ୍କୁଲଟି ଅବହେଳିତ ଅବସ୍ଥାରେ ରହିଛି । ଫଳରେ ପିଲାମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢ଼ନ୍ତୁ

ଅବହେଳିତ ଦେବିଘାଟ ଉଚ୍ଚବିଦ୍ୟାଳୟ: ନାହିଁ ରାସ୍ତା, ନାହିଁ ଖେଳପଡ଼ିଆ

କୋରାପୁଟ: କୋରାପୁଟ ଓ ଜୟପୁର ମଧ୍ୟରେ ଜାତୀୟ ରାଜପଥ କଡ଼ରେ ପାହାଡ଼ ଟାପୁରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଦେବିଘାଟ ଉଚ୍ଚବିଦ୍ୟାଳୟ । ରାସ୍ତା ନଥିବା ପାହାଡ଼ ଟାପୁ ଉପରେ ଶିକ୍ଷାନୁଷ୍ଠାନ ନିର୍ମାଣ କରିବା ପାଇଁ ସରକାରଙ୍କ ଦ୍ଵାରା ଅଜସ୍ର ଅର୍ଥ ବ୍ୟୟ କରାଯାଇଛି । ତେବେ ଦୂରଦୃଷ୍ଟି ଅଭାବରୁ ନିର୍ମିତ ଏହି ଭବନକୁ ରାସ୍ତା ଓ ବିଜୁଳି ନଥିବା ଯୋଗୁଁ ଦୀର୍ଘଦିନ ହେଲା ଏହା ପରିତ୍ୟକ୍ତ ହୋଇପଡ଼ିରହିଛି ।

ଦେବୀଘାଟ ଗ୍ରାମ ମଧ୍ୟରେ ଥିବା ମୂଳ ବିଦ୍ୟାଳୟ ଭବନରେ ଶ୍ରେଣୀଗୃହ ଅଭାବ ହେବାରୁ ଚଳିତ ବର୍ଷ ଆରମ୍ଭରୁ ପାହାଡ ଟାପୁରେ ଥିବା ଏହି ନୂତନ ସ୍କୁଲ ଭବନରେ ଅଷ୍ଟମରୁ ଦଶମ ଶ୍ରେଣୀର ପିଲାଙ୍କୁ ନେଇ ପାଠପଢା ଆରମ୍ଭ କରାଯାଇଛି । କିନ୍ତୁ ପାହାଡ଼ ମଥାରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନକୁ ପହଞ୍ଚିବା ପାଇଁ ରାସ୍ତା ନଥିବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

କୋରାପୁଟ ବ୍ଲକ ଦେଓଘାଟି ଗ୍ରାମର ପିଲାଙ୍କ ଶିକ୍ଷାର ଉନ୍ନତି ପାଇଁ ୧୯୭୫ ମସିହାରେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । କୋରାପୁଟ ସହରଠାରୁ ପ୍ରାୟ ୮ରୁ ୧୦ କିମି ଦୂରରେ ଥିବାବେଳେ ପିଲାଙ୍କ ଉଚ୍ଚଶିକ୍ଷା ଓ ଭବିଷ୍ୟତ ଦୃଷ୍ଟିରୁ ୨୦୧୫ ମସିହାରେ ଏହି ବିଦ୍ୟାଳୟ ଉନ୍ନୀତ ଉଚ୍ଚବିଦ୍ୟାଳୟର ମାନ୍ୟତା ମଧ୍ୟ ପାଇଛି । ନବମରୁ ଦଶମ ଶ୍ରେଣୀ ମଧ୍ୟରେ ୩୩ ପୁଅ ଓ ୩୭ ଝିଅ ପାଠ ପଢ଼ୁଛନ୍ତି । ବିଦ୍ୟାଳୟରେ ମୋଟ ୭ଜଣ ଶିକ୍ଷକ କାର୍ଯ୍ୟରତ ଥିବା ବେଳେ ସେମାନଙ୍କ ମଧ୍ୟରୁ ତିନିଜଣ ଡେପୁଟେସନରେ ଅଛନ୍ତି । ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପଢ଼ାଇବା ପାଇଁ ସ୍ଥାୟୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇନାହିଁ କି ଶିକ୍ଷାନୁଷ୍ଠାନରେ ସ୍ଥାୟୀ ପ୍ରଧାନଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନ ଥିବାରୁ କାମଚଳା ନୀତିରେ ଚାଲିଛି ଏହି ଶିକ୍ଷାନୁଷ୍ଠାନ ।

ତେଣୁ ଏହି ବିଦ୍ୟାଳୟକୁ ରାସ୍ତା, ବିଜୁଳି, କମ୍ପ୍ୟୁଟର ଯୋଗାଇବା ସହ ସ୍ଥାୟୀ ଶିକ୍ଷକ ନିଯୁକ୍ତ କରିବା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ତେବେ ରାସ୍ତା ନିର୍ମାଣ ପାଇଁ ବିଡ଼ିଓଙ୍କୁ ଅବଗତ କରାଯାଇଥିବା ବେଳେ ବିଜୁଳି ସଂଯୋଗ କରିବା ପାଇଁ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅନୁମତି ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହାକ ସୂଚନା ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.