ETV Bharat / state

ସଂଘର୍ଷରୁ ସଫଳତା: ଦିନ ମଜୁରିଆରୁ କନେଷ୍ଟବଳ ହେଲେ ଆଦିବାସୀ ଯୁବକ ବିପ୍ର - koraput Youth bipra kalpadia Cracks constable exam

କଠିନ ପରିଶ୍ରମ ଓ ନିରନ୍ତର ପ୍ରଚେଷ୍ଟା ବଳରେ ସଫଳତା ଆଣି କୋରାପୁଟ ନିକଟସ୍ଥ ଡଲିଆମ୍ବ ଗ୍ରାମର ଯୁବକ ବିପ୍ର କଲପଡ଼ିଆ ସମଗ୍ର ଯୁବପିଢି ପାଇଁ ଏକ ଉଦାହରଣ ପାଲଟିଛନ୍ତି । ଅଧିକ ପଢନ୍ତୁ

koraput boy bipra kalpadia
koraput boy bipra kalpadia
author img

By

Published : Apr 12, 2023, 11:03 AM IST

Updated : Apr 12, 2023, 11:16 AM IST

ସଂଘର୍ଷରୁ ସଫଳତା

କୋରାପୁଟ: କଥାରେ ଅଛି ଇଚ୍ଛା ଶକ୍ତି ଥିଲେ, ଅସମ୍ଭବ କାମ ମଧ୍ୟ ସଫଳତାର ସହିତ କରିହେବ । କଠିନ ପରିଶ୍ରମ ଓ ନିରନ୍ତର ପ୍ରଚେଷ୍ଟା ଦିନେ ନା ଦିନେ ସଫଳତା ଆଣି ଦେଇଥାଏ । କୋରାପୁଟର ଏଭଳି ଜଣେ ଯୁବକ ତାଙ୍କର କଠିନ ପରିଶ୍ରମ ଓ ଇଚ୍ଛା ଶକ୍ତି ବଳରେ ହୋଇଛନ୍ତି ସଫଳ । ଆଉ ଅଞ୍ଚଳର ଯୁବକଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଆମେ କହୁଛୁ କୋରାପୁଟ ଜିଲ୍ଲା ଡଲିଆମ୍ବ ଗ୍ରାମର ଯୁବକ ବିପ୍ର କାଲପଡିଆଙ୍କ କଥା । ପୋଲିସ କନେଷ୍ଟବଳ ଚାକିରି ଚୟନ ପାଇଁ ଅନୁଷ୍ଠିତ ପରୀକ୍ଷାରେ ବିପ୍ର କୃତକାର୍ଯ୍ୟ ହୋଇ ସମଗ୍ର ଯୁବପିଢି ପାଇଁ ଏକ ଉଦାହରଣ ପାଲଟିଛନ୍ତି । ପାଠ ପଢିବା ସହ ଦିନ ମଜୁରିଆ ଭାବେ କାମ କରି ଚଳାଉଥିଲେ ଘର । କିନ୍ତୁ ଇଚ୍ଛା ଶକ୍ତିକୁ ମନରେ ମାରିବାକୁ ଦେଇନଥିଲେ । ଜାରି ରଖିଥିଲେ ପ୍ରଚେଷ୍ଠା । କାମ ସହ ପାଠ ପଢି ବିଜ୍ଞାନରେ ଡିଗ୍ରୀ ହାସଲ କରିବା ସହ କନେଷ୍ଟବଳ ପାଇଁ ହୋଇଛନ୍ତି କୃତକାର୍ଯ୍ୟ ।

ସହଜ ନଥିଲା କନେଷ୍ଟବଳ ପରୀକ୍ଷାରେ କୃତକାର୍ଯ୍ୟ: ବିପ୍ର ପଦାର୍ଥ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି କିନ୍ତୁ ତାଙ୍କ ପାଇଁ ପାଠ ପଢିବା କିମ୍ବା କନଷ୍ଟେବଳ ଚାକିରି ପାଇବା କିଛି କମ କଷ୍ଟକର ନ ଥିଲା । ମହାବିଦ୍ୟାଳୟରେ ବିଏସସି ପଢୁଥିବା ସମୟରେ ତାଙ୍କ ବାପା ପକ୍ଷାଘାତ ରୋଗରେ ବିଛଣା ଧରିଥିଲେ । ଘରେ ସାନ ଭାଇ ଶ୍ରବଣ ବାଧିତ ହେବା ସହ ରୋଗାକ୍ରାନ୍ତ ହୋଇ ଅନ୍ୟ ଉପରେ ଆଧାର କରି ଜୀବନ ବିତାଉଥିଲା । ସେହିପରି ବଡଭାଇ ଅନ୍ୟ ଘରେ ରହୁଥିଲେ । ପାଠ ପଢିବା ସହ ଘର ଚଳାଇବାର ଦାୟିତ୍ବ ବିପ୍ରଙ୍କ କାନ୍ଧରେ ପଡିଥିଲା ହେଲ ହାରି ଯାଇନଥିଲେ ବିପ୍ର ।

ଦିନ ମଜୁରିଆ ଭାବେ କରୁଥିଲେ କାମ: ମାଆଙ୍କ କାନ୍ଧରେ କାନ୍ଧ ମିଶାଇ ଜମିରେ ଝାଳ ବୁହାଇବା ସହ ଦିନ ମଜୁରିଆ ଭାବେ କାମ କରି ନିଜସ୍ୱ ଅଧ୍ୟୟନକୁ ଜାରି ରଖି ସଫଳତାର ସହ ଡିଗ୍ରୀ ହାସଲ କରିବାରେ ସକ୍ଷମ ହୋଇଥିଲେ । ସମସ୍ୟାକୁ ସାମ୍ନା କରିବା ପାଇଁ ବିପ୍ରଙ୍କ ଅଦମ୍ୟ ପ୍ରଚେଷ୍ଟାକୁ ନୀତି ଦିନ ଦେଖୁଥିବା ଗ୍ରାମବାସୀ ମଧ୍ୟ ତାଙ୍କ ବିଜୟ ଯାତ୍ରାରେ ସହଯୋଗର ହାତ ବଢ଼ାଇଥିଲେ । ଗ୍ରାମରେ ଥିବା ମାନସ ମଲ୍ଲିକଙ୍କ ଭଳି ଶିକ୍ଷିତ ଶୁଭେଚ୍ଛୁ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ପାଇ ଚାକିରି ପାଇଁ ଆବେଦନ କରିବା ଆରମ୍ଭ କରିଥିଲେ । ଏହି କ୍ରମରେ ଯେତେବେଳେ କୋରାପୁଟ ଜିଲ୍ଲାର ପୋଲିସ କନଷ୍ଟେବଳ ପାଇଁ ଚୟନ ଆରମ୍ଭ ହେଲା ଆବେଦନ କରି ଜୀବନର ଏକ ନୂତନ ସୋପାନ ଆଡକୁ ଅଗ୍ରସର ହେବା ପାଇଁ ପଦକ୍ଷେପ ନେଇଥିଲେ ।

ହେଲେ ପରୀକ୍ଷା ଦେବା ପାଇଁ ଲିଖିତ ଓ ଶାରୀରିକ କୌଶଳ ଶିକ୍ଷା କେମିତି ପାଇବେ ସେ ନେଇ ଚିନ୍ତାରେ ପଡିଯାଇଥିଲେ ବିପ୍ର । ଠିକ ସେହି ସମୟରେ ଓଡ୍ରାଫରେ କାର୍ଯ୍ୟରତ ରାଜେଶ ସାହୁଙ୍କ ଦ୍ଵାରା ଜୟପୁରରେ ନିଃଶୁଳ୍କ ତାଲିମ ଦିଆଯାଉଥିବା ଖବର ପାଇଥିଲେ । କିନ୍ତୁ ଜୟପୁରରେ ରହିବା, ଖାଇବା ଓ ତାଙ୍କ ଅନୁପସ୍ଥିତ ରହିବା ସମୟରେ ଘର ଚଳାଇବାକୁ ନେଇ ବିପ୍ର ଚିନ୍ତାରେ ପଡିଥିଲେ । ତେବେ ଗାଁ ନିକଟ ଦେଇ ନିର୍ମାଣ ହେଉଥିବା ଭାରତମାଳା ଜାତୀୟ ରାଜପଥରେ ବିପ୍ରଙ୍କ ପରିବାରର କିଛି ଜମି ଯାଉଥିବା ଯୋଗୁଁ 50 ହଜାର ଟଙ୍କାର କ୍ଷତିପୂରଣ ମିଳିବା ପରେ ତାକୁ ପୁଞ୍ଜି କରିବା ସହ ଗ୍ରାମବାସୀଙ୍କ ସହଯୋଗ ତାଙ୍କ ଭିତରେ ଆଗକୁ ବଢ଼ିବାର ନୂତନ ସାହସ ଭରି ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ-ଛେନାପୋଡ ଦିବସ: ଭାରି ସୁଆଦିଆ ଆମ ଛେନାପୋଡ, ଯିଏ ସ୍ୱାଦ ପାଇଛି ସେ ପୁଣି ଖୋଜିଛି

ତେବେ ରାଜେଶ ସାହୁଙ୍କ ଠାରୁ ତାଲିମ ପାଇଥିବା 30 ଜଣ ସଫଳ ଯୁବକଙ୍କ ମଧ୍ୟରେ ଜଣେ ହେବା ତାଙ୍କୁ ଗର୍ବିତ କରିବା ସହ ଗ୍ରାମବାସୀ ତଥା ତାଲିମଦାତାଙ୍କ ପ୍ରତି କୃତଜ୍ଞତା ବୃଦ୍ଧି କରିଥିବା ବିପ୍ର ପ୍ରକାଶ କରିଛନ୍ତି । ପକ୍ଷାଘାତ ରୋଗରେ ପୀଡିତ ହେବା ପରେ ପୁଅର ଜୀବନ ଯାତ୍ରାକୁ ନେଇ ଚିନ୍ତିତ ହୋଇପଡିଥିବା ବାପା ଆଜି ବିପ୍ରର ସଫଳତା ମାଧ୍ୟମରେ ଏକ ନୂତନ ଆଲୋକ ଦେଖି ପାରୁଥିବା ବେଳେ ବାପା ଓ ସାନ ଭାଇଙ୍କୁ ଭଲ ଚିକିତ୍ସା ଦେବା ସହ ନିଜ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଭବିଷ୍ୟତରେ ଭଲ କ୍ୟାରିୟର କରିବାର ସ୍ବପ୍ନ ଦେଖିଛନ୍ତି ବିପ୍ର । ତାଙ୍କର ନିଜସ୍ବ କଷ୍ଟ ଅର୍ଜିତ ସଫଳତାରେ ଗ୍ରାମବାସୀ ଗର୍ବ ଅନୁଭବ କରିଥିବା ବେଳେ ବିପ୍ରଙ୍କ ସହ ସୁଖଦୁଃଖରେ ଠିଆ ହୋଇଥିବା ମାନସ ମଲ୍ଲିକ ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated : Apr 12, 2023, 11:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.