ETV Bharat / state

ବେଙ୍ଗାଲୁରୁରେ ମିଳିଲାନି ତଟକା ପରିବା, ଚାଷୀ ସାଜିଲେ ଛାତ୍ର ଅଙ୍କିତ - କୋରାପୁଟ ନ୍ୟୁଜ

କିଛି ନୂଆକରି ଦେଖେଇବା ନିଶାରେ ଡାଟା ସାଇନ୍ସର ଛାତ୍ର ଅଙ୍କିତ ମହାନ୍ତିଙ୍କୁ ଆକର୍ଷିତ କରିଛି ଚାଷକାମ । ନିଜ ଘର ଛାତରେ ବିନା ମାଟିରେ କରୁଛନ୍ତି ପନିପରିବା ଉତ୍ପାଦନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

କୋରାପୁଟ ଯୁବକ ଅଙ୍କିତଙ୍କ କମାଲ୍,‌  ବିନା ମାଟିରେ କରୁଛନ୍ତି ଚାଷକୋରାପୁଟ ଯୁବକ ଅଙ୍କିତଙ୍କ କମାଲ୍,‌  ବିନା ମାଟିରେ କରୁଛନ୍ତି ଚାଷ
କୋରାପୁଟ ଯୁବକ ଅଙ୍କିତଙ୍କ କମାଲ୍,‌ ବିନା ମାଟିରେ କରୁଛନ୍ତି ଚାଷ
author img

By

Published : Dec 5, 2020, 3:31 PM IST

Updated : Dec 5, 2020, 4:27 PM IST

କୋରାପୁଟ: ଜିଲ୍ଲାର ଛାତ୍ର ଅଙ୍କିତ ମହାନ୍ତିଙ୍କୁ ଆକର୍ଷିତ କରିଛି ଚାଷକାମ । ଘର ଛାତ ଉପରେ ସେ କରୁଛନ୍ତି ବିନା ମାଟିରେ ପନିପରିବା ଉତ୍ପାଦନ । କେବଳ ପାଣିରେ ଜୈବିକ ସାର ବ୍ୟବହାର କରି ଭଳିକିଭଳି ଶାଗ, କ୍ୟାପିସକମ, ଟମାଟୋ ଆଦି ଚାଷ କରୁଛନ୍ତି । ଯାହା ସ୍ବାସ୍ଥ୍ୟ ପାଇଁ ବେଶ‌ ହିତକର ହେବା ସହ କମ ସ୍ଥାନରେ ତଟକା ସବୁଜ ପନିପରିବା ଉପାର୍ଜନ କରିବାର ମାଧ୍ୟମ ପାଲଟିଛି ।

ବେଙ୍ଗାଲୁରୁରେ ମିଳିଲାନି ତଟକା ପରିବା, ଚାଷୀ ସାଜିଲେ ଛାତ୍ର ଅଙ୍କିତ

ବାହାର ରାଜ୍ୟର ବିଶ୍ୱବିଦ୍ୟାଳୟରେ ଡାଟା ସାଇନ୍ସର ଛାତ୍ର କୋରାପୁଟର ଯୁବକ ଅଙ୍କିତ ମହାନ୍ତି କୋରୋନା ଯୋଗୁଁ ଘରକୁ ଫେରି ଆସିଥିଲେ । ତେବେ ନୂତନତ୍ଵ ଆଡକୁ ତାଙ୍କ ଭିତରେ ଥିବା ଅଦ୍ୟମ ଆଗ୍ରହ ଯୋଗୁଁ ସେ ଭବିଷ୍ୟତର ଚାଷ ଓ ତାର ପ୍ରଣାଳୀକୁ ନେଇ ଏକ ଗବେଷଣା ଆରମ୍ଭ କରିଛନ୍ତି । ପାଠ ପଢିବା ସମୟରେ ବେଙ୍ଗାଲୁରୁ ଭଳି ସହରରେ ତଟକା ପନିପରିବା ନପାଇବା ଭଳି ସମସ୍ୟାକୁ ମନେ ପକାଇ ସେଗୁଡିକର ସମାଧାନ ଖୋଜିବାରେ ଲାଗିଲେ ।

ତେବେ ପନିପରିବା ଚାଷ ବିନା ମାଟିରେ ମଧ୍ୟ ହୋଇପାରୁଥିବା ଜାଣିବାକୁ ପାଇ ସେ ସମ୍ପର୍କରେ ଚର୍ଚ୍ଚା , ଆଲୋଚନା ଓ କାର୍ଯ୍ୟଖସଡା ପ୍ରସ୍ତୁତ କରିବାରେ ଲାଗିଲେ । ଏହି କିଛି ମାସର ଅଧ୍ୟୟନ ଓ ପ୍ରୟୋଗ ଅଙ୍କିତଙ୍କୁ ସଫଳତା ଆଣିଦେଇଛି । କେବଳ ପାଣିରେ ଜୈବିକ ସାର ପ୍ରୟୋଗ କରି କ୍ୟାପସିକମ, ଭଳିକି ଭଳି ଶାଗ, ପନିପରିବା ଉତ୍ପାଦନ ହୋଇପାରିଥିବା ଅଙ୍କିତ ଜଣାଇଛନ୍ତି । ବିନା ମାଟିରେ ଚାଷ କରିବା ଅଧିକ ଆକର୍ଷଣୀୟ ହୋଇପାରିବା ସହିତ କମ ଜାଗାରେ ଅଧିକ ପନିପରିବା ଉତ୍ପାଦନ ମଧ୍ୟ ହୋଇଥାଏ ବୋଲି ଅଙ୍କିତ କହିଛନ୍ତି । ଏହିପରି ଚାଷ କରିବା ପାଇଁ ପ୍ରଥମେ ଖର୍ଚ୍ଚ କିଛି ମାତ୍ରାରେ ଅଧିକ ହେଉଥିଲେବି ଦୁଇ ତିନି ବର୍ଷରେ ଲାଭାଂଶ ମିଳିପାରିବ ।

କୋରୋନା ଦେଇଥିବା ଛୁଟି ବେଳର ଏହି ଅଭିଜ୍ଞତା ଭବିଷ୍ୟତ ଜୀବନରେ ଚାଷକୁ ଆପଣାଇବାରେ ସହାୟକ ହେବା ସହିତ କୋରାପୁଟର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ନୂତନ ଚାଷ ପ୍ରଣାଳୀକୁ ଜାଣିବା ପାଇଁ ଅଙ୍କିତଙ୍କ ଛୋଟ ଗବେଷଣା କ୍ଷେତ୍ର କାମ ଦେବ ବୋଲି ସେ ଆଶାପୋଷଣ କରିଛନ୍ତି । ଅଙ୍କିତଙ୍କ ଏହି ପ୍ରୟାସ ଯୁବପୀଢୀକୁ ନୂତନ ଉତ୍ସାହ ପ୍ରଦାନ କରିବାରେ ସହାୟକ ହେବ ସେଥିରେ କୌଣସି ସନ୍ଦେହ ନାହିଁ ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Last Updated : Dec 5, 2020, 4:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.