ETV Bharat / state

'ଏଥର ମାନିଲୁ ହେଲେ ପୁଣି ଭଣ୍ଡାଇଲେ ଆର ଥରକୁ ଆଉ ନୁହେଁ'

ରାସ୍ତା ନାହିଁ ତ ଭୋଟ ନାହିଁର ଧମକ ଦେଇଥିଲେ କୋରାପୁଟ ବ୍ଲକର ଜର୍ଟି ଗ୍ରାମବାସୀ । ବର୍ଷ ବର୍ଷ ଧରି ରାସ୍ତାଟିଏ ନଥିବା ଯୋଗୁଁ ନା ଦୟାନିଧିଗୁଡ଼ା ଦେଇ ହେଉ ବା ମେଣ୍ଢାଗୁଡା ଦେଇ ହେଉ କୋରାପୁଟ ଯାଇ ହେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

author img

By

Published : Apr 16, 2019, 11:31 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କୋରାପୁଟ: ରାସ୍ତା ନାହିଁ ତ ଭୋଟ ନାହିଁର ଧମକ ଦେଇଥିଲେ କୋରାପୁଟ ବ୍ଲକର ଜର୍ଟି ଗ୍ରାମବାସୀ । ବର୍ଷ ବର୍ଷ ଧରି ରାସ୍ତାଟିଏ ନଥିବା ଯୋଗୁଁ ନା ଦୟାନିଧିଗୁଡ଼ା ଦେଇ ହେଉ ବା ମେଣ୍ଢାଗୁଡା ଦେଇ ହେଉ କୋରାପୁଟ ଯାଇ ହେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

ଗର୍ଭବତୀଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଖଟୁଲିରେ ଦୟାନିଧିଗୁଡା ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ଚାଲି ଚାଲି ଯିବା କଥା ହେଉ ବା ମନବର ପଞ୍ଚାୟତରୁ ଟଙ୍କିକିଆ ଚାଉଳ ଦୟାନିଧିଗୁଡା ଆଣି ଗାଁ ପର୍ଯ୍ୟନ୍ତ ମୁଣ୍ଡ ଉପରେ ବୋହି ଆଣିବା କଥା ହେଉ, ଗ୍ରାମବାସୀଙ୍କ ପାଇଁ ପ୍ରଶାସନର ଅଣଦେଖା ଅନେକ ସମୟରେ ଅସହ୍ୟ ହୋଇପଡିଛି।

ଦୟାନିଧିଗୁଡା ପରେ ପରେ ରେଳ ପୋଲ ପାର ହୋଇ ଚାଲି ଚାଲି ଆସୁଥିବା ଗ୍ରାମବାସୀଙ୍କ ପାଇଁ ତିନି ବର୍ଷ ପୂର୍ବେ ପୋଲ ଭାଙ୍ଗିଯିବା ବୋଝ ଉପରେ ନଳିତାବିଡା ସଦୃଶ ମାଡି ବସିଥିଲା । ଜିଲ୍ଲା ପ୍ରଶାସନ ପାଖରେ ସମସ୍ତ ଗୁହାରୀ, ଅଳି ଓ ଦାବି ଫସର ଫାଟିଯିବା ପରେ ଗ୍ରାମବାସୀ ନିଜ ହାତରେ କାଠ ପୋଲଟିଏ ତିଆରି କରିଥିଲେ ।

ଗତଥର ବର୍ଷା ଦିନରେ ଗାଁ ଲୋକେ ସାମନା କରିଥିବା ଅସୁବିଧାର ପାହାଡକୁ ମନେ ପକାଇ ଏବେ ବି ହତାଶ ହୋଇପଡନ୍ତି। ତେବେ ପ୍ରଶାସନ ତରଫରୁ ଗତ କିଛି ମାସ ପୂର୍ବେ ପୋଲ କାମ ଆରମ୍ଭ କରାଯାଇଥିଲେ ହେଁ ରାସ୍ତା ପ୍ରତି ନା ପ୍ରଶାସନିକ ଅଧିକାରୀ ନା କୌଣସି ରାଜନୈତିକ ନେତା ନଜର ଦେଲେ ।

ଯାହାଫଳରେ ଗତ ୧୧ ତାରିଖ ଦିନ ଚଳିତ ବର୍ଷର ସାଧାରଣ ନିର୍ବାଚନରେ ଭୋଟ ନଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଭୋଟ ନଦେବା ପାଇଁ ଅଡି ବସିଥିବାବେଳେ କୋରାପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଉପଜିଲ୍ଲାପାଳ ଯାଇ ଗାଁରେ ପହଞ୍ଚି ଲୋକଙ୍କୁ ଭୋଟ ଦେବା ପାଇଁ ମନାଇବା ପାଇଁ ପ୍ରଚେଷ୍ଟା କରିଥିଲେ ।

କିନ୍ତୁ ଗ୍ରାମବାସୀ ତାଙ୍କ କଥା ଉପରେ ବିଶ୍ବାସ ନକରିବାରୁ ରାସ୍ତା କାମ ଆସନ୍ତା ତିନି ମାସ ମଧ୍ୟରେ ଆରମ୍ଭ କରିବା ନେଇ ଏକ ଲିଖିତ ପ୍ରତିଶ୍ରୁତିରେ ଉଭୟ ସରକାରୀ ଅଫିସର ଦସ୍ତଖତ କରିବା ପରେ ଗ୍ରାମବାସୀ ଭୋଟ ଦେବା ପାଇଁ ରାଜି ହୋଇଥିଲେ।

ଆଜି ଯେତେବେଳେ ଆମ କ୍ୟାମେରା ଟିମ ଗାଁକୁ ଯାଇ ଏହି ପ୍ରତିଶ୍ରୁତି ଉପରେ ଲୋକଙ୍କ ବିଶ୍ବାସ ଥିବା ନଥିବା କଥା ଜାଣିବା ପାଇଁ ପହଞ୍ଚିଥିଲା, ଗ୍ରାମବାସୀ ସରକାରୀ ଅଫିସର ଲିଖିତ କାଗଜରେ ଦସ୍ତଖତ କରି ପ୍ରମାଣ କରିଥିବା ଯୋଗୁଁ ରାସ୍ତାକାମ ଆରମ୍ଭ ହେବ ବୋଲି ବିଶ୍ବାସ ରଖିଛନ୍ତି ।

କିନ୍ତୁ ଯଦି ପ୍ରଶାସନ ପୁଣିଥରେ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୁଏ ଆସନ୍ତା ସବୁ ନିର୍ବାଚନ ସମୟରେ ଭୋଟ ବର୍ଜନ କରାଯିବ ଓ ସେତେବେଳେ ଆଉ କିଛି ଶୁଣାଯିବ ନାହିଁ ବୋଲି ଗ୍ରାମବାସୀ ସ୍ପଷ୍ଟ କରିଦେଇଛନ୍ତି । ତେବେ ନିର୍ବାଚନ ଦିନ ଗାଁକୁ ଯାଇ ଲୋକଙ୍କ କଥା ଶୁଣି ଲିଖିତ ପ୍ରତିଶ୍ରୁତି ଦେଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜ୍ୟରେ ନିର୍ବାଚନ ସରିବା ପରେ ପାଞ୍ଚଟି ଗ୍ରାମକୁ ସଂଯୋଗ କରୁଥିବା ଏହି ରାସ୍ତା କାମକୁ ପ୍ରାଧାନ୍ୟତା ଦେଇ ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.