ETV Bharat / state

ଶୁଣିଲାନି ପ୍ରଶାସନ, ଗାଁ ରାସ୍ତାର ପୁନରୁଦ୍ଧାର କଲେ ଗ୍ରାମବାସୀ

author img

By

Published : Nov 6, 2022, 12:04 PM IST

ଗାଁ ରାସ୍ତା ମରାମତି ପାଇଁ ବାରମ୍ବାର ଅନୁରୋଧ ସତ୍ତ୍ବେ ଶୁଣିଲାନି ପ୍ରଶାସନ । ନିଜସ୍ବ ଉଦ୍ୟମରେ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ଶୁଣିଲାନି ପ୍ରଶାସନ, ଗାଁ ରାସ୍ତାର ପୁନରୁଦ୍ଧାର କଲେ ଗ୍ରାମବାସୀ
ଶୁଣିଲାନି ପ୍ରଶାସନ, ଗାଁ ରାସ୍ତାର ପୁନରୁଦ୍ଧାର କଲେ ଗ୍ରାମବାସୀ

କୋରାପୁଟ: ଗାଁ ରାସ୍ତା ମରାମତି ପାଇଁ ଗୁହାରି ଶୁଣିଲାନି ପ୍ରଶାସନ । ଶେଷରେ ନିଜସ୍ବ ଉଦ୍ୟମରେ ରାସ୍ତାର ପୁନରୁଦ୍ଧାର ନିମନ୍ତେ ଅଣ୍ଟା ଭିଡିଲେ ଗାଁ ଲୋକେ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଘାଣ୍ଟ୍ରାଗୁଡ଼ା ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା । ଘାଣ୍ଟ୍ରାଗୁଡ଼ା ଠାରୁ ପୁକି ପର୍ଯ୍ୟନ୍ତ ପ୍ରାୟ ୬ କିଲୋମିଟର ରାସ୍ତା ଅବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ରହିଛି । ପ୍ରାୟ ପନ୍ଦର ବର୍ଷ ପୂର୍ବେ ବ୍ଲକ ପ୍ରଶାସନ ଦ୍ବାରା ଏହାକୁ ନିର୍ମାଣ କରାଯାଇଥିଲା । ମାତ୍ର ସମୟ ସ୍ରୋତରେ ଏହି ରାସ୍ତା ନିଜ ଅସ୍ତିତ୍ବ ହରାଇ ବସିଥିବା ଘାଣ୍ଟ୍ରାଗୁଡ଼ା ଗ୍ରାମବାସୀ କହିଛନ୍ତି ।

ଏହି ରାସ୍ତାରେ କେଉଁଠି ପାହାଡିଆ ଝରଣା ଧୋଇ ନେଇଯାଇଛି ତ ଆଉ କେଉଁଠି ବର୍ଷା ପାଣି ଛୋଟ ବଡ ଗାତ ସୃଷ୍ଟି କରିଛି । ରାସ୍ତାର ମରାମତି ପାଇଁ ଗ୍ରାମବାସୀ ଅନେକଥର ପ୍ରଶାସନ ନିକଟରେ ଗୁହାରି କରିଥିଲେ । ହେଲେ କୌଣସି ସୁଫଳ ନ ମିଳିବାରୁ କ୍ରମଶଃ ଲୋକେ ଏହି ବାଟ ଦେଇ ଯିବା ଆସିବା ବନ୍ଦ କରିଦେଲେ । ସେମାନେ କୋରାପୁଟ କିମ୍ବା ପୋଡ଼ାଗଡ ଯିବା ପାଇଁ ଲୁଲା ବାଟକୁ ବ୍ୟବହାର କଲେ । ଯାହାଫଳରେ ରାସ୍ତା ଉପରକୁ ଜଙ୍ଗଲ ମାଡି ଆସି ରାସ୍ତାକୁ ସମ୍ପୂର୍ଣ ରୂପେ ଅବରୋଧ କରିଦେଇଥିବା ଗାଁର ବୟସ୍କ ବ୍ୟକ୍ତି ଲଛନ ବିଶୋଇ ଜଣାଇଛନ୍ତି ।

ତେବେ ବାରମ୍ବାର ଅନୁରୋଧ କରିବା ପରେ ଚାରି ବର୍ଷ ପୂର୍ବେ ଏହି ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା । ଯାହା ଗ୍ରାମବାସୀଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ପ୍ରଶାସନ ନିଜ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଥିବା ଯୋଗୁଁ ଘାଣ୍ଟ୍ରାଗୁଡ଼ାର ପୁରୁଷ ଓ ମହିଳା ନିଜେ ଏହି ରାସ୍ତାର ମରାମତି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଗତକାଲି ସମସ୍ତେ ମିଳିମିଶି ରାସ୍ତାରେ ଥିବା ଛୋଟ ବଡ ଗାତରେ ପଥର ପକାଇ ମରାମତି କରିବା ସହ ରାସ୍ତା ଉପରକୁ ମାଡି ଆସିଥିବା ଗଛଲତାକୁ ସଫା କରିବା ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.