ETV Bharat / state

କାକର ବିନ୍ଦୁରେ ଝଲସୁଛି କୋରାପୁଟ

ଆଜି ଶୀତୁଆ ସକାଳର ପ୍ରଥମ କୁହୁଡ଼ି ସହିତ ଲୋକଙ୍କୁ ସ୍ବାଗତ କରିଛି ପ୍ରକୃତି । ପାହାଡ଼ ମଥାକୁ ଚୁମ୍ବନ କରୁଥିବା କୁହୁଡି ତାର କୋମଳ ସ୍ପର୍ଶରେ ଗଛ , ଲତା , କୀଟ ପତଙ୍ଗ ସମେତ ପ୍ରତିଟି ଜଡ ଓ ଚେତନ ସତ୍ତା ମଧ୍ୟରେ ନୂତନ ସୂର୍ଯ୍ୟୋଦୟ ଆଡ଼କୁ ଅଗ୍ରଗତି କରିବା ପାଇଁ ଅନୁପ୍ରାଣିତ କରିଛି ।

author img

By

Published : Sep 30, 2020, 8:33 PM IST

କୁହୁଡି ମାଳରେ ଆଚ୍ଛାଦିତ କୋରାପୁଟ
କୁହୁଡି ମାଳରେ ଆଚ୍ଛାଦିତ କୋରାପୁଟ

କୋରାପୁଟ: ଘନ କୁହୁଡି ସାଙ୍ଗକୁ କାକର ବିନ୍ଦୁରେ ଝଲସୁଛି ପ୍ରକୃତି ରାଣୀ । ଏହି ମନଲୋଭା ନୈସର୍ଗିକ ସୌନ୍ଦର୍ଯ୍ୟକୁ ଦେଖି କବି ଓ ପ୍ରକୃତିପ୍ରେମୀର ମନ ଆନମନା ହୋଇପଡୁଛି । ଶୀତୁଆ ସକାଳର ପ୍ରଥମ ପରଶରେ ହସିଉଠୁଛି କୋରାପୁଟ ଶସ୍ୟ ଶ୍ୟାମଳା ବସୁଧା ।

କୁହୁଡି ମାଳରେ ଆଚ୍ଛାଦିତ କୋରାପୁଟ

ଆଜି ଶୀତୁଆ ସକାଳର ପ୍ରଥମ କୁହୁଡ଼ି ସହିତ ଲୋକଙ୍କୁ ସ୍ବାଗତ କରିଛି ପ୍ରକୃତି । ପାହାଡ଼ ମଥାକୁ ଚୁମ୍ବନ କରୁଥିବା ମାଳ ମାଳ କୁହୁଡି ତାର କୋମଳ ସ୍ପର୍ଶରେ ଗଛ , ଲତା , କୀଟ ପତଙ୍ଗ ସମେତ ପ୍ରତିଟି ଜଡ ଓ ଚେତନ ସତ୍ତା ମଧ୍ୟରେ ନୂତନ ସୂର୍ଯ୍ୟୋଦୟ ଆଡ଼କୁ ଅଗ୍ରଗତି କରିବା ପାଇଁ ଅନୁପ୍ରାଣିତ କରିଛି ।

ଜଳବାୟୁ ପରିବର୍ତ୍ତନର ଚାପରେ ଶୀତର ପରିମାଣ ଆଗ ଅପେକ୍ଷା କମି ଆସୁଥିଲେ ବି ସକାଳ ପହରରେ ସହର ଓ ଗାଁ ଉପକଣ୍ଠରେ ଚଲାବୁଲା କରୁଥିବା ବ୍ୟକ୍ତି ତାର ଶୀତଳ ସ୍ପର୍ଶରେ ଉଲ୍ଲସିତ ହୋଇଉଠୁଛନ୍ତି ।

ଆଜିର ଏହି ପହଲୀ ଶୀତ ଓ କୁହୁଡି ଭରା ସକାଳ ଆସନ୍ତା ତିନିମାସରେ ଏହିପରି ସୁନ୍ଦର ରୂପକୁ ଧାରଣ କରି ଆସୁଥିବା ଅନେକ ସୁନ୍ଦର ସକାଳର ପ୍ରତିଶ୍ରୁତିକୁ ବହନ କରିଛି ।

କୋରାପୁଟରୁ ସି. ଏଚ ଶାନ୍ତାକାର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.