ETV Bharat / state

ରେଜିଷ୍ଟ୍ରେସନର କିଛି ଘଣ୍ଟାରେ ଜମି ପଟ୍ଟା ଦେଲେ କୋରାପୁଟ ତହସିଲଦାର

କୋରାପୁଟ ତହସିଲ କାର୍ଯ୍ୟାଳୟର ରେଭିନ୍ୟୁ ଇନ୍ସପେକ୍ଟରଙ୍କ ପାଖରେ ରେଜିଷ୍ଟ୍ରେସନ ହୋଇଥିବା ଛଅଟି ଜମି ଆବେଦନକୁ ପରୀକ୍ଷା କରି ସମସ୍ତ ସରକାରୀ ନିୟମକୁ ମାନି ମାତ୍ର ଛଅ ସାତ ଘଣ୍ଟାରେ ହିଁ ପଟ୍ଟା ପ୍ରଦାନ କରିଛନ୍ତି ରଞ୍ଜନ କୁମାର ମାନସେଠ । କୋରାପୁଟ ଜିଲ୍ଲାର ତହସିଲ ଇତିହାସରେ ଏକ ନୂତନ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି ।ଅଧିକ ପଢନ୍ତୁ..

author img

By

Published : Jun 27, 2020, 10:55 PM IST

koraput-tehsildar-leased-the-land-for-a-few-hours-of-registration

କୋରାପୁଟ: ସରକାରୀ କର୍ମଚାରୀ ଚାହିଁଲେ ମିନିଟର କାମକୁ ବର୍ଷ ବର୍ଷ ଗଡାଇ ପାରନ୍ତି, ତ ଚାହିଁଲେ ମାସ ମାସ ଲାଗୁଥିବା କାମକୁ କିଛି ଘଣ୍ଟାରେ ସମ୍ପନ୍ନ କରିପାରନ୍ତି । ଏହି କଥାକୁ ବାସ୍ତବ କ୍ଷେତ୍ରରେ ସଫଳତାର ସହ କରି ଦେଖାଇଛନ୍ତି କୋରାପୁଟ ତହସିଲଦାର ରଞ୍ଜନ କୁମାର ମାନସେଠ । ଗତକାଲି ସକାଳେ କୋରାପୁଟ ତହସିଲ କାର୍ଯ୍ୟାଳୟର ରେଭିନ୍ୟୁ ଇନ୍ସପେକ୍ଟରଙ୍କ ପାଖରେ ରେଜିଷ୍ଟ୍ରେସନ ହୋଇଥିବା ଛଅଟି ଜମି ଆବେଦନକୁ ପରୀକ୍ଷା କରି ସମସ୍ତ ସରକାରୀ ନିୟମକୁ ମାନି ମାତ୍ର ଛଅ ସାତ ଘଣ୍ଟାରେ ହିଁ ପଟ୍ଟା ପ୍ରଦାନ କରିଛନ୍ତି ରଞ୍ଜନ କୁମାର ମାନସେଠ । କୋରାପୁଟ ଜିଲ୍ଲାର ତହସିଲ ଇତିହାସରେ ଏକ ନୂତନ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି ।

ରେଜିଷ୍ଟ୍ରେସନର କିଛି ଘଣ୍ଟା ଜମି ପଟ୍ଟା ଦେଲେ କୋରାପୁଟ ତହସିଲଦାର

ସରକାର ସାଧାରଣ ଜନତାଙ୍କ ସୁବିଧା ନିମନ୍ତେ ନିଜ ନିୟମରେ ଆବଶ୍ୟକୀୟ ପରିବର୍ତ୍ତନ କରିଥିବା ଯୋଗୁଁ ଏହା ସମ୍ଭବ ହୋଇପାରିଥିବା ସେ ଜଣାଇଛନ୍ତି । ତେବେ ମାସ ମାସ ଲାଗୁଥିବା କାର୍ଯ୍ୟ ଯେ କିଛି ଘଣ୍ଟା ମଧ୍ୟରେ କରିବା ସମ୍ଭବପର ଜାଣି ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀ ମଧ୍ୟ ରଞ୍ଜନ କୁମାର ମାନସେଠଙ୍କ ଏପରି ସଫଳ ନେତୃତ୍ୱରେ ଏକ ନୂତନ ଧାରା ଆରମ୍ଭ ହୋଇଥିବା ନେଇ ଖୁସି ଜାହିର କରିଛନ୍ତି ।

ରେଜିଷ୍ଟ୍ରେସନ ହେବାର କିଛି ଘଣ୍ଟା ମଧ୍ୟରେ ପଟ୍ଟା ପ୍ରଦାନ ହେବା ଦ୍ୱାରା କାମ କରିବା ପାଇଁ ନୂତନ ଆଗ୍ରହ ସୃଷ୍ଟି ହୋଇଥିବା କୋରାପୁଟର ଆର ଆଇ ଦୁର୍ଯ୍ୟୋଧନ ନାୟକ ମତବ୍ୟକ୍ତ କରିଛନ୍ତି । ଅପରପକ୍ଷେ ଗତକାଲି ଆରମ୍ଭ ହୋଇଥିବା ପାଇଲଟ ପ୍ରକଳ୍ପରେ ଆବେଦନ କରି ଏତେ କମ ସମୟ ମଧ୍ୟରେ ଜମି ପଟ୍ଟା ପାଇଥିବା ହିତାଧିକାରୀ ଝରଣା ବିଶି ଏହି ସୁବିଧା ସମସ୍ତଙ୍କ ପାଖରେ ନିରନ୍ତର ପହଁଚିବା ନେଇ ଆଶା ବାନ୍ଧିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.