କୋରାପୁଟ: ଗୁରୁ ଦିବସରେ ଗୁରୁ ସମ୍ମାନିତ । ବୋରିଗୁମ୍ମା ବ୍ଲକ ଖଟଲାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଦାସ ଚଳିତ ବର୍ଷ ଜାତୀୟ ଉତ୍ତମ ଶିକ୍ଷକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଆଜି(ଗୁରୁବାର) ଦିଲ୍ଲୀରେ ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନିତ କରିଛନ୍ତି ।
ଚଳିତ ବର୍ଷ ପାଇଁ ଜାତୀୟ ସ୍ତରରେ ଓଡିଶାରୁ ସେ ଉତ୍ତମ ଶିକ୍ଷକ ଭାବେ ସମ୍ମାନିତ ହୋଇଥିବାରୁ ଏହା ଗର୍ବର ବିଷୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ସ୍ଥାନୀୟ ଅଞ୍ଚଳରେ ତାଙ୍କର ଖ୍ୟାତି ରହିଛି । ତାଙ୍କର ଉଦ୍ୟମ ଫଳରେ ଖଟଲାଗୁଡା ସମେତ ଆଖପାଖର ଅନେକ ଗ୍ରାମର ପିଲାମାନେ ଏହି ବିଦ୍ୟାଳୟରେ ପଢିବା ପାଇଁ ଆଗ୍ରହ ଦେଖାଉଛନ୍ତି । ପୂର୍ବରୁ ସେ ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ଓ ରାଜ୍ୟ ସ୍ତରୀୟ ଉତ୍ତମ ଶିକ୍ଷକ ପୁରସ୍କାର ପାଇଥିବା ଜଣାପଡିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ