ETV Bharat / state

ଅସୁରକ୍ଷିତ ବିଦ୍ୟାଳୟରେ ପଢୁଛନ୍ତି କୋମଳମତି ଶିଶୁ - ପ୍ରଧାନ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ

ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡାଗଡ ପ୍ରାଥମିକ ବିଦ୍ୟାଳୟର ଗୋଟାଏ କାନ୍ଥ ଭୁଶୁଡିଯିବା କାରଣରୁ ଅସୁରକ୍ଷିତ ହୋଇପଡିଛି ବିଦ୍ୟାଳୟ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Aug 2, 2019, 4:40 AM IST

କୋରାପୁଟ: ଅସୁରକ୍ଷିତ ବିଦ୍ୟାଳୟ । ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡାଗଡ ପ୍ରାଥମିକ ବିଦ୍ୟାଳୟର ଗୋଟାଏ କାନ୍ଥ ଭୁଶୁଡିଯିବା କାରଣରୁ ଅସୁରକ୍ଷିତ ହୋଇପଡିଛି ବିଦ୍ୟାଳୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଛୋଟ କୋଠରୀ ମଧ୍ୟରେ ପଢାଯାଏ । । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ । ଏହାସହ ଭାଙ୍ଗିଥିବା କାନ୍ଥ ସମ୍ପୂର୍ଣ୍ଣ ରୁପେ ଭୁଶୁଡି ନାହିଁ । ଏହାସହ ବିଦ୍ୟାଳୟର ଶୌଚାଳୟ ଓ ରନ୍ଧାଘରକୁ ସେହି କାନ୍ଥ ପାଖଦେଇ ଯିବାକୁ ପଡୁଥିବା କାରଣରୁ ଭୟଭୀତ ଅବସ୍ଥାରେ ରହିଛନ୍ତି ଛାତ୍ରଛାତ୍ରୀ ।

ଏହି ଘଟଣା ବିଷୟରେ ଜାଣିବା ପରେ ବ୍ଲକର ବିଡିଓ ଓ ସମଗ୍ର ଶିକ୍ଷା ଅଭିଯାନର ଯନ୍ତ୍ରୀ ଆସି ପରିସ୍ଥିତିକୁ ଅନୁଧ୍ୟାନ କରି ଫେରିଯାଇଥିବା ଜଣାଇଛନ୍ତି ପ୍ରଧାନ ଶିକ୍ଷୟତ୍ରୀ।

ଅନ୍ୟପଟେ ଖୁବ୍‌ଶୀଘ୍ର ଏହି ବିଦ୍ୟାଳୟ ଘରଟିକୁ ସୁରକ୍ଷିତ କରିବା ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଦଶମନ୍ତପୁର ବ୍ଲକ ଶିକ୍ଷାଧିକାରୀ ଅର୍ପିତା ପ୍ରଧାନ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Slug- ମିଶନଶକ୍ତି ସମାବେଶରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

Format- AVB

Place- Khurda,3.3.19

Report- Govind Chandra Panda

Visual - mojo

ଆଙ୍କର : ଖୋର୍ଦ୍ଧା ଗୋଶାଳା ପଡ଼ିଆରେ ମିଶନଶକ୍ତି ସମାବେଶରେ ମୁଖ୍ୟଅତିଥି ଭାବେ  ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂମ୍ମାନୀତ ଅତିଥି ରୂପେ ରାଜ୍ୟ ମିଶନଶକ୍ତିର ନିର୍ଦେଶୀକା ସୁଜାତା କାର୍ତ୍ତିକେୟନ ମହିଳା ସମବାୟ ନିଗମର ଅଧକ୍ଷା ଶ୍ରୀମୟୀ ମିଶ୍ର ଏବଂ ଖୋର୍ଦ୍ଧା ଜିଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ । ଏଥିରେ ଖୋର୍ଦ୍ଧା ଜିଲାର 13ଟି ପ୍ରକଳ୍ପରେ 13 ହଜାର 536ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ 4.06କୋଟି ଟଙ୍କାର ଆର୍ଥିକ ସହାୟତା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ସେହିପରି ବ୍ଲକ ସ୍ତରୀୟ ମହାସଙ୍ଘକୁ ସୃଦୃଢ଼ କରିବାପାଇଁ  25ଲକ୍ଷ ଲେଖାଏଁ ମୋଟ 3କୋଟି 25 ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ 13ଟି ପ୍ରକଳ୍ପରେ 2477  ଅଙ୍ଗନବାଡି କର୍ମୀ ଏବଂ 2350 ଅଙ୍ଗନବାଡି ସହାୟିକାଙ୍କୁ 77.87ଲକ୍ଷ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଏହା ସହିତ ପ୍ରତ୍ୟକ ଗୋଷ୍ଠୀ କାର୍ଯ୍ୟର ବ୍ୟବସାୟ ବୃଦ୍ଧି ଲକ୍ଷରେ 3 ହଜାର ଟଙ୍କା ମୋବାଇଲ କିଣିବା ପାଇଁ ସହାୟତା ପ୍ରଦାନ କରାଯାଇଥିଲା । ଏହି ସମାବେଶରେ ଜିଲାରୁ 60ହଜାରରୁ ଉର୍ଦ୍ଧ୍ବ ସ୍ୱୟଂ ସହାୟିକା ସାମିଲ ହେବାସହ ସଭାପୁର୍ବରୁ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ । 

ବାଇଟ 1- ପ୍ରଫୁଲ ସାମଲ,ମନ୍ତ୍ରୀ
          2- ସୁଲୋଚନା ଦାସ,ମୁଖପାତ୍ର ବିଜେଡି

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ନ୍ୟୁଜ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.