ETV Bharat / state

ହସ୍ପିଟାଲରୁ ହଜିଥିବା ଶିଶୁକୁ ଉଦ୍ଧାର କଲା କୋରାପୁଟ ପୋଲିସ

ଗତ ଶୁକ୍ରବାର ଦିନ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରୁ ଏକ ନବଜାତ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ ଆଣିଥିଲେ ପରିବାର ବର୍ଗ । ପୋଲିସ ଘଟଣାର ଯାଞ୍ଚ କରି ଶିଶୁକୁ ଉଦ୍ଧାର କରିବା ସହ 5 ଜଣଙ୍କୁ ଗିରଫ କରିଛି ।

author img

By

Published : Feb 15, 2021, 2:22 PM IST

ହସ୍ପିଟାଲରୁ ହଜିଥିବା ଶିଶୁକୁ ଉଦ୍ଧାର କଲା କୋରାପୁଟ ପୋଲିସ
ହସ୍ପିଟାଲରୁ ହଜିଥିବା ଶିଶୁକୁ ଉଦ୍ଧାର କଲା କୋରାପୁଟ ପୋଲିସ

କୋରାପୁଟ: ଗତ ଶୁକ୍ରବାର ଦିନ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରୁ ଏକ ନବଜାତ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ ଆଣିଥିଲେ ପରିବାର ବର୍ଗ । ପୋଲିସ ଘଟଣାର ଯାଞ୍ଚ କରି ଶିଶୁକୁ ଆଜି(ସୋମବାର) ଉଦ୍ଧାର କରି ଏ ସଂକ୍ରାନ୍ତରେ 5ଜଣଙ୍କୁ ଗିରଫ କରିଛି ।

ସୂଚନାଥାଉକି, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସିଲକଗୁଡା ଗ୍ରାମର ତୁଳସୀନା ଗୌଡ ନାମକ ଜଣେ ମହିଳା ନିଜ ଘରେ ଏକ କନ୍ୟା ସନ୍ତାନକୁ ଜନ୍ମଦେବା ପରେ ତାଙ୍କ ସ୍ବାସ୍ଥ୍ୟ ବିଗିଡି ଯିବାରୁ ପରିବାର ଲୋକେ କୋରାପୁଟରେ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ହସ୍ପିଟାଲରେ ପହଞ୍ଚିଲାବେଳକୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ ।

କିନ୍ତୁ ତା'ପରେ ପରିବାର ବର୍ଗ ନବଜାତ ଶିଶୁକୁ ନପାଇବା ଯୋଗୁଁ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ଯାଞ୍ଚ କରି ଶିଶୁକୁ ଆଜି ଉଦ୍ଧାର କରି ଏ ସଂକ୍ରାନ୍ତରେ 5ଜଣଙ୍କୁ ଗିରଫ କରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.