ETV Bharat / state

ଅର୍ଥ ଅପେକ୍ଷାରେ ବିପଦପୂର୍ଣ୍ଣ ପୋଲିସ ବାରାକ୍ - ଆଶଙ୍କା

ଦୟନୀୟ ଅବସ୍ଥାରେ କୋରାପୁଟ ପୋଲିସ ବାରାକ୍ । ଅର୍ଥ ଆସିଛି । କିନ୍ତୁ ମଞ୍ଜୁର ହେଉନି । ଫଳରେ ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ବାରାକ୍ । ଅଘଟଣ ଘଟିବା ଆଶଙ୍କାରେ ଆତଙ୍କିତ ସ୍ଥାନୀୟ ବାସିନ୍ଦା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ
author img

By

Published : Aug 11, 2019, 5:15 PM IST

କୋରାପୁଟ: ଅର୍ଥକୁ ଅପେକ୍ଷା କରିଛି ପୋଲିସ ବାରାକ୍ । ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । କେବଳ ଅନାଇ ରହିଛି ଭୁଷୁଡ଼ିବା ବାଟକୁ । କୋରାପୁଟରୁ ରାୟଗଡାକୁ ଲମ୍ବିଯାଇଥିବା ଜାତୀୟ ରାଜପଥ କଡ଼ରେ ରହିଛି ଏହି ପୋଲିସ ବାରାକ୍ । ଦୀର୍ଘ ବର୍ଷ ହେବ ଏପରି ଜରାଜୀର୍ଣ୍ଣ ଅବସ୍ଥାରେ ଦଣ୍ଡାୟମାନ ଏହି ତିନି ମହଲା କୋଠା । ବ୍ୟାରେକ ମଝି ମହଲାର ଛାତ ଭୁଶୁଡି ପଡିଥିବା ବେଳେ ଚାରିପାଖ କାନ୍ଥ ସମ୍ପୂର୍ଣ୍ଣ ରୂପେ ଦୟନୀୟ ଅବସ୍ଥାରେ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ବ୍ୟାରେକର ଗୋଟେ ପାଖରେ ପୋଲିସ ହସ୍ପିଟାଲ ଏବଂ ଅପରପଟେ ପୋଲିସ ପ୍ରାଥମିକ ବିଦ୍ୟାଳୟ । ତେଣୁ କୌଣସି ମୁହୂର୍ତ୍ତରେ ଧସିଯିବା ଭୟରେ ଆଶଙ୍କା ମଧ୍ୟରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ପତ୍ର ପାଇବା ପରେ ପୂର୍ତ୍ତ ବିଭାଗ ଏହି ବାରାକ୍ କୁ ପରୀକ୍ଷା କରି ଅସୁରକ୍ଷିତ ବୋଲି ଘୋଷଣା କରିଛି । ବାରାକ୍ ଭାଙ୍ଗିବା ପାଇଁ ମଧ୍ୟ ୪ ଲକ୍ଷ ଟଙ୍କାର ଅର୍ଥ ମଞ୍ଜୁରୀ କରି ଜିଲ୍ଲା ପୋଲିସ କାର୍ଯ୍ୟାଳୟକୁ ପଠାଇଥିବା ସୂଚନା ଦେଇଛନ୍ତି ପୂର୍ତ୍ତବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ।

ଏପଟେ କ୍ୟାମେରା ସାମ୍ନାରେ ଅନେକ କଥା କହିବାକୁ ରାଜି ହୋଇନାହାଁନ୍ତି ପୋଲିସ ବିଭାଗ ଅଧିକାରୀ । କାର୍ଯ୍ୟ ଆରମ୍ଭ ପାଇଁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ରାଜ୍ୟ ପୋଲିସ ମୁଖ୍ୟାଳୟ ରୁ ଆବଶ୍ୟକ ପରିମାଣର ଅର୍ଥ ମଞ୍ଜୁରୀ ହୋଇପାରୁନଥିବା ଯୋଗୁଁ ବାରାକ୍ ସେହିପରି ପଡ଼ିରହିଥିବା ଜଣାପଡିଛି । ଅର୍ଥର ମଞ୍ଜୁରୀକୁ ବିଭାଗୀୟ ଅଧିକାରୀ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଭୁଶୁଡିଯିବା ପାଇଁ ତତ୍ପର ହେଉଥିବା ବାରାକର ଧୈର୍ଯ୍ୟ କେବେ ଯେ ଭାଙ୍ଗିଯିବ ସେ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟରୁ ରାୟଗଡା ଆଡକୁ ଲମ୍ବିଯାଇଥିବା ଜାତୀୟ ରାଜପଥ କଡରେ ଯେକୌଣସି ସମୟରେ ଭୁଶୁଡିଯିବା ପାଇଁ ଅପେକ୍ଷା କରିଥିବା ପୋଲିସ ବ୍ୟାରେକ ପୋଲିସ ମୁଖ୍ୟାଳୟ ରୁ ଆସିବାକୁ ଥିବା ଅର୍ଥ ମଞ୍ଜୁରୀ କୁ ଅପେକ୍ଷା କରି ରହିଛି ।Body:ଗତ କିଛି ବର୍ଷ ହେବ ଏହି ଜରାଜୀର୍ଣ୍ଣ ହୋଇପଡିଥିବା ତିନି ମହଲା ବିଶିଷ୍ଟ ବ୍ୟାରେକ ର ମଝି ମହଲା ର ଛାତ ଭୁଶୁଡି ପଡିଥିବା ବେଳେ ଚାରିପାଖର କାନ୍ଥ ସମ୍ପୂର୍ଣ୍ଣ ରୂପେ ଖରାପ ହୋଇଯାଇଛି । ବ୍ୟାରେକ ର ଗୋଟେ ପାଖରେ ପୋଲିସ ହସ୍ପିଟାଲ ଏବଂ ଅପରପଟେ ପୋଲିସ ପ୍ରାଥମିକ ବିଦ୍ୟାଳୟ ରହିଥିବା ଯୋଗୁଁ ଅଘଟଣ ର ଆଶଙ୍କା ବହୁଗୁଣରେ ବଢି ଯାଇଥିବା ସ୍ଥାନୀୟ ବ୍ୟବସାୟୀ ଅରୁଣ କୁମାର ଦାସ ଜଣାଇଛନ୍ତି । ତେବେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ପତ୍ର ପାଇବା ପରେ ପୂର୍ତ୍ତ ବିଭାଗ ଏହି ବ୍ୟାରେକ କୁ ପରୀକ୍ଷା କରି ଅସୁରକ୍ଷିତ ବୋଲି ଘୋଷଣା କରିବା ସହ ଏହାକୁ ଭାଙ୍ଗିବା ପାଈଁ ୪ ଲକ୍ଷ ଟଙ୍କା ର ଏକ ଆକଳନ କରି ଜିଲ୍ଲା ପୋଲିସ କାର୍ଯ୍ୟାଳୟକୁ ପଠାଇଦେଇଛି ବୋଲି ପୂର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କିଶୋର କୁମାର ନନ୍ଦ ଜଣାଇଛନ୍ତି ।
Conclusion:ତେବେ କ୍ୟାମେରା ସାମ୍ନାରେ କିଛି କହିବା ପାଇଁ ପୋଲିସ ବିଭାଗ ଅଧିକାରୀ ରାଜି ହୋଇନଥିବା ବେଳେ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଭୁବନେଶ୍ୱର ରେ ଥିବା ପୋଲିସ ମୁଖ୍ୟାଳୟ ରୁ ଆବଶ୍ୟକ ପରିମାଣର ଅର୍ଥ ମଞ୍ଜୁରୀ ହୋଇପାରୁନଥିବା ଯୋଗୁଁ ବ୍ୟାରେକଟିକୁ ଭାଙ୍ଗି ହେଉନଥିବା ଜଣାପଡିଛି । ଅର୍ଥର ମଞ୍ଜୁରୀକୁ ବିଭାଗୀୟ ଅଧିକାରୀ ଅପେକ୍ଷା କରିଥିଲେହେଁ ଭୁଶୁଡିଯିବା ପାଇଁ ତତ୍ପର ହେଉଥିବା ବ୍ୟାରେକ ର ଧୈର୍ଯ୍ୟ କେବେ ଯେ ଭାଙ୍ଗିଯିବ ସେ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ।
..........
Byte : Arun Kumar Das , Local Business man
Byte : Kishore Kumar Nanda , Executive Engineer , R&B , Koraput
P2C : Santakar
...........
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.