ETV Bharat / state

ରାସ୍ତା ନିର୍ମାଣ ଓ ଥଇଥାନ ଦାବିରେ ଭୋଟ ବର୍ଜନର ଧମକ ଦେଲେ ଗ୍ରାମବାସୀ - election

ଦୀର୍ଘ ଦିନ ସମସ୍ୟାକୁ ନେଇ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି କୋରାପୁଟ ଜିଲ୍ଲା ସଦର ମହକୁମା ଠାରୁ 8 କିମି ଦୂରରେ ଥିବା ଡୁମୁରିଗୁଡା, ମସିପୁଟ, ଚଣ୍ଡାଗୁଡା, ଥାଟଗୁଡା ଓ କୋଲାବ ଗ୍ରାମବାସୀ । 'ରାସ୍ତା ନାହିଁ ତ ଭୋଟ ନାହିଁ' ଏଭଳି ସ୍ଲୋଗାନର ପୋଷ୍ଟର ଗାଁର ପ୍ରବେଶ ପଥରେ ଲଗାଇବା ସହ ସହରର ବିଭିନ୍ନ ଛକ ଓ ବ୍ଲକ ଅଫିସରେ ଲଗାଇ ପ୍ରତିବାଦ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Apr 7, 2019, 11:50 PM IST

କୋରାପୁଟ: ସରକାର ଆଦିବାସୀ ଓ ଗରିବଙ୍କ ସୁବିଧା ପାଇଁ ଅନେକ ଯୋଜନା କରୁଥିବାବେଳେ ଆଜି ବି ଅନେକ ଅଞ୍ଚଳ ବିକାଶର ଅନତିଦୂରରେ ରହିଛି । ମାତ୍ର ବିକାଶ ପାଇଁ ବାରମ୍ବାର ଦାବି ସତ୍ତ୍ବେ ଏଯାବତ୍ କୌଣସି ସମସ୍ୟାର ସମାଧାନ ସଠିକ ଭାବେ ହୋଇପାରିନାହିଁ । ଫଳରେ ବାଧ୍ୟ ହୋଇ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି କୋରାପୁଟ ଜିଲ୍ଲା ସଦର ମହକୁମା ଠାରୁ 8 କିମି ଦୂରରେ ଥିବା ଡୁମୁରିଗୁଡା, ମସିପୁଟ, ଚଣ୍ଡାଗୁଡା, ଥାଟଗୁଡା ଓ କୋଲାବ ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଉକ୍ତ ଗ୍ରାମ ଗୁଡିକୁ ଭଲ ରାସ୍ତାଟିଏ ପାଇଁ ବର୍ଷ ବର୍ଷ ଧରି ପ୍ରଶାସନ ନିକଟରେ ଦାବି ହୋଇଆସୁଛି । ପ୍ରଶାସନ ଠାରୁ ଆରମ୍ଭ କରି ନେତା ସମସ୍ତଙ୍କ ପାଖରେ ଗୁହାରୀ କରି ବିଫଳ ହୋଇଛନ୍ତି ଏହି ପାଞ୍ଚଟି ଗାଁର ବାସିନ୍ଦା । ଫଳରେ ବାଧ୍ୟ ହୋଇ ପ୍ରଶାସନକୁ ଅନ୍ତିମ ଚେତାବନୀ ସ୍ବରୂପ ଭୋଟ ବର୍ଜନର ଧମକ ଦେଇଛନ୍ତି । 'ରାସ୍ତା ନାହିଁ ତ ଭୋଟ ନାହିଁ' ଏଭଳି ସ୍ଲୋଗାନର ପୋଷ୍ଟର ଗାଁର ପ୍ରବେଶ ପଥରେ ଲଗାଇବା ସହ କୋରାପୁଟ ସହରର ବିଭିନ୍ନ ଛକ ଓ ବ୍ଲକ ଅଫିସରେ ଲଗାଇ ପ୍ରତିବାଦ କରିଛନ୍ତି ।

ସୂଚନାନୁସାରେ, କୋଲାବ ଜଳଭଣ୍ଡାର ନିର୍ମାଣ ହେବା ପରେ କୋଲାବ ଗାଁର ଅସ୍ତିତ୍ବ ବୁଡିଯାଇଥିଲା । ଫଳରେ ଅନେକ ବର୍ଷ ପୂର୍ବେ ଏହି ଗ୍ରାମରୁ ବିସ୍ଥାପିତ ହୋଇଥିଲେ ଶହ ଶହ ଲୋକେ । ମାତ୍ର ସେହି ସମୟରେ ଥଇଥାନ ନୀତି ଦୃଢ ନଥିବା କାରଣରୁ ଅତି କମ ପରିମାଣର କ୍ଷତିପୂରଣ ମିଳିଥିବା ଗ୍ରାମର କିଛି ମହିଳା ଅଭିଯୋଗ ଆଣିଛନ୍ତି । ଆଉ ନୂତନ କୋଲାବ ଗ୍ରାମରେ ଯିବାକୁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଭୋଟ ବର୍ଜନର ନିଷ୍ପତ୍ତି ନେଇ ପ୍ରଶାସନକୁ ଅନ୍ତିମ ହୁଙ୍କାର ଦେଇଛନ୍ତି ଗ୍ରାମବାସୀ ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:Body:

gfhjasgdkj

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.