ETV Bharat / state

ସମାଜକୁ ବାର୍ତ୍ତା: କୋରାପୁଟର ନିଆରା ପାରୁଆମାଲି ଯାତ୍ରା

ଆଦିବାସୀଙ୍କ ପାରମ୍ପରିକ ଯାତ୍ରାରେ ବଳି ଏକ ଅଭିନ୍ନ ଅଙ୍ଗ ଭାବେ ରହିଆସିଛି। ହେଲେ କୋରାପୁଟରେ ଭିନ୍ନ ଏକ ଯାତ୍ରା ପାଳନ ହୁଏ। ଯେଉଁଠି ଦେବୀଙ୍କୁ ବଳି ନୁହେଁ ଫଳ ଦିଆଯାଏ । ଏଥିସହ ପାରାକୁ ମୁକ୍ତ ଆକାଶରେ ଉଡାଇ ପାଳନ ହୁଏ ।

author img

By

Published : May 18, 2019, 9:13 PM IST

ଡିଜାଇନ ଫଟୋ

କୋରାପୁଟ: ଓଡିଶାରେ ବାର ମାସରେ ତେର ପର୍ବ । ସବୁ ପର୍ବକୁ ବଡ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି ଓଡିଆ। ହେଲେ ଆମ ରାଜ୍ୟର ବିଭିନ୍ନ ଭାଷାଭାଷୀ ଲୋକ ରହୁଥିବାରୁ ଏଠାରେ ପ୍ରତ୍ୟେକ ସଂପ୍ରଦାୟ ଭିନ୍ନ ଭିନ୍ନ ପରମ୍ପରା ରହିଛି । ସେଥିମଧ୍ୟରୁ କୋରାପୁଟର ପାରୁଆ ମାଲି ଯାତ୍ରା ଅନ୍ୟତମ । ବୈଶାଖ ପୂର୍ଣ୍ଣିମା ତଥା ଚନ୍ଦନ ଯାତ୍ରା ଅବସରରେ ପାଳିତ ହୋଇଥାଏ ଏହି ପାରମ୍ପରିକ ଯାତ୍ରା । ଏହି ଯାତ୍ରାର ରହିଛି ଅନେକ ସ୍ବତନ୍ତ୍ରତା ।

ଆଦିବାସୀଙ୍କ ପାରମ୍ପରିକ ଯାତ୍ରାରେ ବଳି ଏକ ଅଭିନ୍ନ ଅଙ୍ଗ ଭାବେ ରହି ଆସିଛି । ହେଲେ ଜିଲ୍ଲାର ଖେମୁଣ୍ଡୁଗୁଡା ଗାଁ ନିକଟ ପର୍ବତ ଶିଖରରେ ହେଉଥିବା ପାରୁଆ ମାଲି ଯାତ୍ରା ଏକ ନିଆରା ଯାତ୍ରା ଅଟେ । ଏଠାରେ ଦେବୀଙ୍କୁ ବଳି ଦିଆଯାଏ ନାହିଁ। କେବଳ ବିଭିନ୍ନ ଫଳ ଅର୍ପଣ ହୋଇଥାଏ। ଏହି ଯାତ୍ରାର ମୁଖ୍ୟ ବିଶେଷତ୍ୱ ହେଉଛି ଶ୍ରଦ୍ଧାଳୁ ମାନେ ପାରା ଆଣି ମୁକ୍ତ ଆକାଶରେ ଉଡାଇ ଥାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଲୋକକଥା ଅନୁଯାଇ, ଉଜ୍ଜୟିନୀର ରାଜା ଏଠାରେ ରହି ପାରୁଆ ମାଲିଙ୍କୁ ପୂଜାର୍ଚ୍ଚନା କରି ନନ୍ଦପୁର ଠାରେ ବତ୍ରିଶ ସିଂହାସନ ପ୍ରତିଷ୍ଠା କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ନନ୍ଦପୁରରୁ ଜୟପୁରକୁ ରାଜଧାନୀ ସ୍ଥାନାନ୍ତର ହେବା ଦ୍ୱାରା ତତ୍କାଳୀନ ରାଜା କନ୍ଧ ଓ ସୀସା ସମ୍ପ୍ରଦାୟର ଲୋକଙ୍କ ହାତରେ ପୂଜାର ଭାର ହସ୍ତାନ୍ତର କରିଦେଇଥିଲେ।

ତେବେ କୌଣସି ଏକ କାରଣରୁ ଅନେକ ବର୍ଷ ଧରି ଏହି ପୂଜା ଓ ଯାତ୍ରା ବନ୍ଦ ହୋଇଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ପୁଣିଥରେ ଗତ ତିରିଶ ବର୍ଷ ହେବ ଏହି ଯାତ୍ରା ଆରମ୍ଭ ହୋଇଛି । ତେଣୁ ଏଠାକୁ କେବଳ ଜିଲ୍ଲା ନୁହେଁ ରାଜ୍ୟ ବାହାରରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ। ଦେବୀ ପାରୁଆପାଲି ଏକ ଗୁମ୍ଫାରେ ପୂଜା ପାଆନ୍ତି। ଆଉ ସେହି ଗୁମ୍ପା ଅତ୍ୟନ୍ତ ବିଶାଳକାୟ ଅଟେ। ହେଲେ ସରକାରଙ୍କ ଏହି ଗୁମ୍ପା ଉପରେ ନଜର ପଡି ନଥିବାରୁ ଲୋକଙ୍କ ଅଗୋଚରରେ ରହିଯାଇଛି । ଏହା ଉପରେ ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

SLUG-SIKARI ARREST
AVO-MRUTYUNJAY SENAPATI,MAYURBHANJ
DATE-18.05.2019
ANCHOR- ଶିମିଳିପାଳ କୋର ଏରିଆରେ ଶିକାର କରି ଫେରୁଥିବା ବେଳେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ର ଟିମ୍ । ଗିରଫ ଦୁଇ ଶିକାରୀଙ୍କ ନିକଟରୁ ଦେଶୀ ବନ୍ଧୁକ ସହିତ ବନ୍ୟଜନ୍ତୁ ମାଂସ ଜବତ ହୋଇଛି । ଶିମିଳିପାଳ କୋର ଏରିଆ ଉପରବାରହାକାମୁଡା ରେଞ୍ଜ ଭଞ୍ଜବସା ଅଂଚଳରୁ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛି ଏସଟିଆର ଟିମ୍ । ଗିରଫ ଦୁଇ ଜଣ ଶିକାରୀ ହେଲେ ବାଲିନାଳ ଅଂଚଳର ସାନିଆ ମୁଣ୍ଡ ଏବଂ ସସିବିଲ ଅଂଚଳର ଭଞ୍ଜ କିସ୍ତୁ । ଗିରଫ ଦୁଇ ଶିକାରୀଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, କଟୁରୀ ଏବଂ ବନ୍ୟଜନ୍ତୁ ମାଂସ ଜବତ ହୋଇଛି । ଶିକର କରି ଫେରୁଥିବା ବେଳେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଟିମ୍ ସେମାନଙ୍କୁ ଗିରଫ କରିଥିବା ବେଳେ ଆଜି ଉଦଳା ଏସଡିଜେଏମ୍ କୋର୍ଟରେ ହାଜର କରିବା ପରେ କୋର୍ଟଚାଲାଣ କରିଛି ।

Visual FTP
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.