ETV Bharat / state

ଦେଓମାଳି ଓ କୋଟିଆ ବଞ୍ଚାଅ ଅଭିଯାନ ନେଇ ସାଇକେଲ ଯାତ୍ରା - କୋଟିଆ ପାଇଁ ସାଇକେଲ ରାଲି

ଦେଓମାଳି ଓ କୋଟିଆ ବଞ୍ଚାଅ ଅଭିଯାନକୁ ନେଇ ସାଇକେଲ୍ ଯାତ୍ରା । ଦେଓଘାଟି ଠାରୁ ସାଇକେଲ ଯାତ୍ରା ଆରମ୍ଭ କଲେ ସେମିଳିଗୁଡାର ଚିନ୍ନା ରାଓ । ଅଧିକ ପଢନ୍ତୁ

ଦେଓମାଳି ଓ କୋଟିଆ ବଞ୍ଚାଅ ଅଭିଯାନ ନେଇ ସାଇକେଲ ଯାତ୍ରା

author img

By

Published : Aug 14, 2022, 12:05 PM IST

କୋରାପୁଟ: କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ର ଓ ଓଡିଶା ମଧ୍ୟରେ ବାଦବିବାଦ ଲାଗି ରହିଛି । କୋଟିଆକୁ କବ୍‌ଜା କରିବାକୁ ପଡୋଶୀ ଆନ୍ଧ୍ର ନାନା ଚାଲ୍ ଚଳାଉଛି । ଏସବୁ ଭିତରେ 'ଦେଓମାଳି ଓ କୋଟିଆ ବଞ୍ଚାଅ' ଅଭିଯାନକୁ ନେଇ ସାଇକେଲ୍ ଯାତ୍ରା ଆରମ୍ଭ କରିଛନ୍ତି କୋରାପୁଟ ସେମିଳିଗୁଡାର ଚିନ୍ନା ରାଓ । ସେ ଦେଓଘାଟି ଠାରୁ ନିଜର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି । ଏଥିରେ ସେ ବାଟରେ ସ୍ଥାନେ ସ୍ଥାନେ ଅଟକି ସାଧାରଣ ଲୋକଙ୍କ ସହ ଦେଓମାଳି ଓ କୋଟିଆ ଓଡ଼ିଶାର ଏକ ଅଭିନ୍ନ ଅଙ୍ଗ ବିଷୟକୁ ବୁଝାଉଛନ୍ତି ।

ଦେଓମାଳି ଓ କୋଟିଆ ବଞ୍ଚାଅ ଅଭିଯାନ ନେଇ ସାଇକେଲ ଯାତ୍ରା

ଚିନ୍ନା ରାଓ ଜଣେ ତେଲୁଗୁ ଭାଷାଭାଷୀ ଅଟନ୍ତି । ତାଙ୍କର ମାତୃଭାଷା ତେଲୁଗୁ ହେଲେ ମଧ୍ୟ ଓଡ଼ିଶା ତାଙ୍କ ରାଜ୍ୟ ଏବଂ ଦେଓମାଳି ଓ କୋଟିଆ ଉପରେ ଓଡ଼ିଶାର ଦାବି ଯଥାର୍ଥ ବୋଲି ସେ କହିଛନ୍ତି । ଏହି କଥାକୁ ସମସ୍ତଙ୍କ ହୃଦୟରେ ଭରିବା ପାଇଁ ସେ ସାଇକେଲ ଯାତ୍ରା କରିଥିବା ଜଣାଇଛନ୍ତି । ବିଗତ ଦିନରେ ଚିନ୍ନା ରାଓ ପାରଳାଖେମୁଣ୍ଡି ନିକଟରେ ଥିବା ଆନ୍ଧ୍ର ପ୍ରଦେଶର ପାତାପଟ୍ଟନମ ଠାରୁ ପୋଲାଭରମ ପର୍ଯ୍ୟନ୍ତ ପଦଯାତ୍ରା କରି ପୋଲାଭରମ ପ୍ରକଳ୍ପ ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରିଥିଲେ । ଏବେ ତାଙ୍କର ସାଇକେଲ ଯାତ୍ରାକୁ କୋରାପୁଟରେ ସ୍ଵାଗତ କରିଛନ୍ତି ପ୍ରେସ କ୍ଳବ୍ ସଭାପତି ଭବାନୀ ଶଙ୍କର ମିଶ୍ର । ସେ ରାଓଙ୍କ ଉଦ୍ୟମକୁ ପ୍ରଶଂସା ମଧ୍ୟ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.