ETV Bharat / state

ଶିକ୍ଷା ପାଇଁ ସମ୍ମାନ: କୋରାପୁଟ ଶିକ୍ଷକ ପାଇବେ ଜାତୀୟ ପୁରସ୍କାର - koraput achanaguda teacher ramakrushna

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ଲାଛନାଗୁଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମକୃଷ୍ଣ ସାବତ ପାଇବେ ଜାତୀୟ ସ୍ତରର ସୁପର-30 ପ୍ରେରଣାଦାୟୀ ଶିକ୍ଷକ ସମ୍ମାନ । ଅଧିକ ପଢନ୍ତୁ...

‘ସୁପର-30’ରେ ରାମକୃଷ୍ଣ ସାର୍‌
author img

By

Published : Oct 16, 2019, 12:26 AM IST

Updated : Oct 16, 2019, 7:14 PM IST

କୋରାପୁଟ: ଶିକ୍ଷାଦାନ ପାଇଁ ଗୁରୁଙ୍କୁ ସମ୍ମାନ । ଅଖ୍ୟାତ ପଲ୍ଲୀରୁ ସୁପର-30 । ଜାତୀୟ ପୁରସ୍କାରରେ ସମ୍ମାନିତ ହେବେ ଅପହଞ୍ଚ ଇଲାକାର ଶିକ୍ଷାର ପୂଜାରୀ ରାମକୃଷ୍ଣ ସାବତ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ‘ଆଇବି ହବ୍ସ ସୁପର-30’ ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ଲାଛନାଗୁଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମକୃଷ୍ଣ ସାବତ ।

‘ସୁପର-30’ରେ ରାମକୃଷ୍ଣ ସାର୍‌

ଆସନ୍ତା 19 ତାରିଖରେ ହାଇଦ୍ରାବାଦରେ ଆଇ ବିଲ୍‌ଡ ଇନୋଭେସନ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ହେବ ସେ । ତେବେ ସାରା ଦେଶରୁ ଆସିଥିବା 30 ହଜାରରୁ ଉର୍ଦ୍ଧ୍ବ ନାମାଙ୍କନକୁ ପଛରେ ପକାଇ ବେଷ୍ଟ 30 ଶିକ୍ଷକଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ସେ ।

କୋରାପୁଟର ଲାଛନାଗୁଡା ଉଚ୍ଚ ବିଦ୍ୟାଳୟ । ଏହି ବିଦ୍ୟାଳୟକୁ ନିଜ ସନ୍ତାନ ପରି ଗଢି ତୋଳିଛନ୍ତି ପ୍ରଧାନ ଶିକ୍ଷକ ରାମକୃଷ୍ଣ ସାବତ । ଘୋର ଅଭାବ ଅସୁବିଧା ସତ୍ତ୍ବେ ମାଗିଯାଚି ସ୍ଥାନୀୟ ଲୋକଙ୍କ ସହାୟତାରେ 1991 ମସିହାରେ ସ୍କୁଲକୁ ପ୍ରତିଷ୍ଠା କରିଥିଲେ । ତାଙ୍କର ଏହି ପ୍ରଚେଷ୍ଠା ଯୋଗୁଁ ଆଜି ଶହ ଶହ ପିଲା ପାଠ ପଢି ପାରୁଛନ୍ତି । ଏହାସହ ଏହି ବିଦ୍ୟାଳୟରୁ ବହୁ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ଜନ୍ମଦାତା ମଧ୍ୟ । ଯାହା କେବଳ ସମ୍ଭବ ହୋଇପାରିଛି ଶିକ୍ଷକ ରାମକୃଷ୍ଣଙ୍କ ପାଇଁ । କୁହାଯାଏ ପରିଶ୍ରମ କେବେ ବୃଥା ଯାଏନା, ବିଳମ୍ବରେ ହେଉ ପଛେ ପ୍ରକୃତ ସମ୍ମାନ ପାଇବାକୁ ଯାଉଛନ୍ତି ସେ । ଯାହା ସମଗ୍ର ଜିଲ୍ଲା ପାଇଁ ବେଶ୍ ଗର୍ବର ବିଷୟ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ ଲାଛନାଗୁଡା ସ୍ଥିତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାମକୃଷ୍ଣ ସାବତ ପାଇବେ ଜାତୀୟ ସ୍ତରର ସୁପର 30 ପ୍ରେରଣାଦାୟୀ ଶିକ୍ଷକ ସମ୍ମାନ ।Body:ଚଳିତ ମାସ ୧୯ ତାରିଖରେ ହାଇଦ୍ରାବାଦ ଠାରେ ଆଇ ବିଲଡ଼ ଇନୋଭେଶନସ ତରଫରୁ ସାରାଦେଶର ବିଭିନ୍ନ ଅଂଚଳରୁ ଚୟନ କରାଯାଇଥିବା ୩୦ ଜଣ ପ୍ରେରଣାଦାୟୀ ଶିକ୍ଷକଙ୍କୁ ସମ୍ମାନିତ କରିବା ପାଇଁ ଆୟୋଜିତ ହେଉଥିବା ଉତ୍ସବ ରେ ଶ୍ରୀ ସାବତ ସମ୍ମାନିତ ହେବେ । ପ୍ରତିବର୍ଷ ଦେଶର ଗ୍ରାମୀଣ ଅଂଚଳରେ ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ କାର୍ଯ୍ୟ କରିଥିବା ୩୦ ଜଣ ଶିକ୍ଷକଙ୍କୁ ଆଇବି ହବ୍ସ ସୁପର 30 ସମ୍ମାନରେ ସମ୍ମାନିତ କରାଯାଇଥାଏ ଏବଂ ଚଳିତ ବର୍ଷ କୁନ୍ଦୁରା ବ୍ଲକ ଅନ୍ତର୍ଗତ ଲାଛନାଗୁଡା ର ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରାମକୃଷ୍ଣ ସାବତ ଙ୍କ ଅବଦାନ ସମ୍ପର୍କରେ ଏହି ବିଦ୍ୟାଳୟର ପୁରାତନ ଛାତ୍ରଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଉଥିବା ସଂସ୍ଥା ନିକଟରେ ଉପସ୍ଥାପନ କରାଯିବା ପରେ ଶ୍ରୀ ସାବତଙ୍କ ପ୍ରଚେଷ୍ଟା ଓ ତାଙ୍କ ଉଦ୍ୟମରେ ଆରମ୍ଭ କରାଯାଇଥିବା ବିଦ୍ୟାଳୟର କୃତିତ୍ୱ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ଦେଶର ବିଭିନ୍ନ ଅଂଚଳରୁ ଆସିଥିବା ୩୦ ହଜାରରୁ ଉର୍ଧ୍ବ ନାମାଙ୍କନ ମଧ୍ୟରୁ ଶ୍ରୀ ସାବତଙ୍କ ନାମ ଚୟନ ହେବା ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛି ବୋଲି ଅଭିଭାବକ ମତଦେଇଛନ୍ତି ।
ରାସ୍ତାଘାଟ , ବିଜୁଳି , ଶିକ୍ଷା , ସ୍ୱାସ୍ଥ୍ୟ ଭଳି ସାଧାରଣ ସୁବିଧାରୁ ଦୂରରେ ରହିଥିବା ଲାଛନାଗୁଡା ଅଞ୍ଚଳ ରେ ଦଶକିଲୋମିଟର ବାଟ ଯାଇ କୁନ୍ଦୁରାରେ ଥିବା ଅଂଚଳର ଏକମାତ୍ର ହାଇସ୍କୁଲ ରେ ନିଜେ ପାଠ ପଢିଥିବା ରାମକୃଷ୍ଣ ୧୯୯୧ ମସିହାରେ ନିଜ ଜନ୍ମମାଟି ରେ ବନ୍ଧୁ ନିହାର ରଞ୍ଜନ ରାଉତରାୟ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଏକ ହାଇସ୍କୁଲ ପ୍ରତିଷ୍ଠା କରିଥିଲେ । ମାଗି ଯାଚି ପାଉଥିବା ଯତକିଞ୍ଚିତ ସାହାଯ୍ୟ ବଳରେ ସେହିଦିନଠାରୁ ସ୍ଥାୟୀତ୍ୱର ପାହାଚ ଅତିକ୍ରମ କରିଥିବା ଏହି ବିଦ୍ୟାଳୟରୁ ପ୍ରତି ବର୍ଷ ଉନ୍ନତ ମାନର ଛାତ୍ର ବାହାରି ଉଚ୍ଚ ଶିକ୍ଷିତ ହେବାଫଳରେ ବିଦ୍ୟାଳୟର ଖ୍ୟାତି ବୃଦ୍ଧି ହେବାରେ ଲାଗିଥିଲା ।ବିଦ୍ୟାଳୟରେ ପାଠ୍ୟପୁସ୍ତକ ଅଧ୍ୟୟନ ସହିତ ଖେଳକୁଦ , ପାଠାଗାର ପ୍ରଭୃତିର ସୁବିଧା ସୁଯୋଗ ନେବା ସହ ଆଦିବାସୀ ଓ ଅଣ ଆଦିବାସୀ ଛାତ୍ରଛାତ୍ରୀ ଏକାଠି ଛାତ୍ରାବାସରେ ରହି ପଢ଼ିବାର ସୁଯୋଗ ପାଇଥିବା ଯୋଗୁଁ ସାମୁହିକ ପ୍ରଗତି ସମ୍ଭବ ହୋଇପାରିଛି ବୋଲି ଶ୍ରୀ ରାଉତରାୟ ଜଣାଇଛନ୍ତି । ଅନେକ ପ୍ରଚେଷ୍ଟା ପରେ ବିଦ୍ୟାଳୟର ଭିତ୍ତିଭୂମିକୁ ଆଧାରକରି ରାଜ୍ୟ ସରକାରଙ୍କ ତରଫରୁ ଚଳିତ ବର୍ଷଠାରୁ ସମ୍ପୂର୍ଣ୍ଣ ଅନୁଦାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଦ୍ୱାରା ଛାତ୍ରଛାତ୍ରୀ , ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମନରେ ନୂତନ ଆଶା ସଂଚରିତ ହୋଇଛି।Conclusion:ବିଦ୍ୟାଳୟ ଓ ତାଙ୍କୁ ମିଳୁଥିବା ସୁପର୩୦ ସମ୍ମାନ ଏଠାରୁ ପାଠପଢି ଜୀବନ ଗଢୁଥିବା ଛାତ୍ରଛାତ୍ରୀଙ୍କ ସଫଳତାର ପ୍ରତିଫଳନ ବୋଲି ଶ୍ରୀ ସାବତ ମତ ରଖିଛନ୍ତି ।
..........
Byte :ରାମକୃଷ୍ଣ ସାବତ , ପ୍ରଧାନ ଶିକ୍ଷକ
Byte : ନିହାର ରଞ୍ଜନ ରାଉତରାୟ , ଶିକ୍ଷକ
Byte : ସୁରେନ୍ଦ୍ର ସାବତ , ବିଦ୍ୟାଳୟ କମିଟି ସଦସ୍ୟ
Byte : ଡମ୍ବରୁଧର ଗନ୍ତାୟତ , ଅଭିଭାବକ
P2C : Santakar
..........
ସାନ୍ତାକାର
କୋରାପୁଟ
.........
Last Updated : Oct 16, 2019, 7:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.