ETV Bharat / state

କୋରାପୁଟ ଜେଲରେ ଅଭିନବ ପ୍ରୟାସ: ଅନ୍ତେବାସୀଙ୍କୁ ନେଇ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ - ରେଡ଼ିଓ ମୁକ୍ତି

କୋରାପୁଟ ସ୍ଥିତ ମଣ୍ଡଳ କାରାଗାରର ପ୍ରତିଷ୍ଠା ଦିବସ ପୂର୍ବରୁ ଏକ ସପ୍ତାହ ବ୍ୟାପୀ ବିଭିନ୍ନ ଖେଳକୁଦ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏଥିରେ ବହୁ ସଂଖ୍ୟକ ଅନ୍ତେବାସୀ ଅଂଶଗ୍ରହଣ କରିଛନ୍ତି । ଅଧିକ ପଢ଼ନ୍ତୁ

କୋରାପୁଟ ଜେଲରେ ଅଭିନବ ପ୍ରୟାସ, ଅନ୍ତେବାସୀଙ୍କ ମଧ୍ୟରେ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

author img

By ETV Bharat Odisha Team

Published : Dec 6, 2023, 7:12 AM IST

କୋରାପୁଟ ଜେଲରେ ଅଭିନବ ପ୍ରୟାସ, ଅନ୍ତେବାସୀଙ୍କ ମଧ୍ୟରେ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

କୋରାପୁଟ: ଡିସେମ୍ବର 10 ତାରିଖରେ କାରାଗାର ପ୍ରତିଷ୍ଠା ଦିବସ ପାଳିବ କୋରାପୁଟ ସ୍ଥିତ ମଣ୍ଡଳ କାରାଗାର । ଏହି ଅବସରରେ ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଏକ ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ତଥା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ଯେଉଁଥିରେ ଅଂଶ ଗ୍ରହଣ କରୁଛନ୍ତି ଜେଲ୍‌ ଅନ୍ତେବାସୀ । ମଣ୍ଡଳ କାରାଗାର ସୁପେରିନଟେଣ୍ଡେଣ୍ଟ ମନୋରଞ୍ଜନ ପ୍ରତିହାରୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଏହି ଉତ୍ସବ ସହ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ଖେଳକୁଦ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ଅନ୍ତେବାସୀ ଅଂଶଗ୍ରହଣ କରିଛନ୍ତି । କାରାଗାର ଅନ୍ତେବାସୀଙ୍କ ମଧ୍ୟରେ 4 କାନ୍ଥ ମଧ୍ୟରେ ଅଟକ ଅବସ୍ଥାରେ ରହିଥିବା ଅବସ୍ଥାରେ ଅବସାଦ ବୃଦ୍ଧି ପାଉଥିବା ଯୋଗୁଁ ସେମାନଙ୍କ ମଧ୍ୟରେ ନିଜ ଜୀବନ ପ୍ରତି ବିତୃଷ୍ଣାଭାବ ଜାତ ହେବାର ସମ୍ଭାବନା ଥାଏ । ଏହି ସମୟରେ ସେମାନଙ୍କ ସହ ଥିବା ବନ୍ଧୁ ତାଙ୍କୁ ଏହି ଭାବନାରୁ ମୁକ୍ତ କରିବା ଦିଗରେ ସହାୟକ ହୋଇପାରିବେ ବୋଲି କାରାଗାର ସୁପେରିନଟେଣ୍ଡେଣ୍ଟ ମନୋରଞ୍ଜନ ପ୍ରତିହାରୀ ମତବ୍ୟକ୍ତ କରିଛନ୍ତି ।

ଅନ୍ତେବାସୀଙ୍କ ମନରେ ଶାନ୍ତି ପ୍ରତିଷ୍ଠା ତଥା ନୈରାଶ୍ୟ ଭାବକୁ ଦୁରେଇବା ପାଇଁ କାରାଗାର ତରଫରୁ ଅନ୍ତେବାସୀଙ୍କୁ ନେଇ ରେଡିଓ ମୁକ୍ତି ଭଳି ସାପ୍ତାହିକ ସୃଜନାତ୍ମକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଯାହାଦ୍ୱାରା ସେମାନଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଶାରୀରିକ ବ୍ୟାୟାମ ତଥା ଯୋଗ, ପ୍ରାଣାୟମର ପ୍ରଚଳନ ଅନେକ ମାତ୍ରାରେ ପ୍ରଭାବଶାଳୀ ହୋଇପାରିଛି ।

ଏହା ମଧ୍ୟ ପଢନ୍ତୁ...କୋରାପୁଟରେ କେନ୍ଦ୍ରୀୟ କଫି ବୋର୍ଡର ସଚିବ, ଅଧିକରୁ ଅଧିକ କଫି ଚାଷ ନେଇ ଆଲୋଚନା

ଗତ ରବିବାର ଦିନ ସପ୍ତାହବ୍ୟାପୀ ଚାଲିଥିବା ଏହି ଉତ୍ସବର ସମାବର୍ତ୍ତନ ଉତ୍ସବରେ ରେଡିଓ ମୁକ୍ତିରେ ନିଜ କଳାକୁ ପ୍ରଦର୍ଶନ କରୁଥିବା ଅନ୍ତେବାସୀ, କୋରାପୁଟସ୍ଥିତ ଦୃଷ୍ଟି ବାଧିତ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ବିଦ୍ୟାଳୟର ଛାତ୍ର ମାନଙ୍କ ସହ ମିଳିତ ଭାବେ କାରାଗାର ମଞ୍ଚରେ ଏକ ସଙ୍ଗୀତ ମୂର୍ଚ୍ଚନାର କାର୍ଯ୍ୟକ୍ରମ ରହିଛି । କାରାଗାର ମଧ୍ୟରେ ଏକାକୀ ନିସଙ୍ଗ ଜୀବନକୁ ଅତିବାହିତ କରୁଥିବା ଏହି ଅନ୍ତେବାସୀଙ୍କ ମଧ୍ୟରେ ଏପରି ଉତ୍ସବ ପାଳନ ମାଧ୍ୟମରେ ମାନସିକ ସନ୍ତୁଳନ ରକ୍ଷା କରାଯାଇପାରିବା । ତା ସହିତ ସେମାନେ ଭାରତୀୟ ସଂସ୍କୃତିର ବିଭିନ୍ନ ଦିଗ ପ୍ରତି ସଚେତନ ହେବା ସହ ସେଗୁଡ଼ିକୁ ଆୟୋଜିତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରି ନିଜ ମଧ୍ୟରେ ଥିବା ଯେ କୌଣସି ସମ୍ଭାବ୍ୟ ନକାରାତ୍ମକ ଭାବନାକୁ ଦୂରେଇ ପାରିବାରେ ସକ୍ଷମ ହେଉଥିବା କାରାଗାରର ସୁପରିନଟେଣ୍ଡେଣ୍ଟ ମନୋରଞ୍ଜନ ପ୍ରତିହାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.