ETV Bharat / state

ମନ୍ଦିର ପ୍ରସାଦରୁ ମିଳିଲା ମନ୍ଦିର ପରିଚାଳନା ଖର୍ଚ୍ଚ

author img

By

Published : Dec 27, 2020, 7:03 AM IST

କୋରୋନା କଟକଣା ଯୋଗୁଁ ରାଜ୍ୟର ସମସ୍ତ ମନ୍ଦିର ଭଳି କୋରାପୁଟର ଶ୍ରୀଜଗନ୍ନାଥଙ୍କ ମନ୍ଦିର ମଧ୍ୟ ବନ୍ଦ ରହିଥିଲା । ମାତ୍ର ମନ୍ଦିରର ପରିଚାଳନା ଖର୍ଚ୍ଚ ଅପରିବର୍ତ୍ତିତ ଥିଲା । ଏହି ସଙ୍କଟ ସମୟରେ ମନ୍ଦିର ପ୍ରସାଦ ପରିଚାଳନା ଖର୍ଚ୍ଚ ମେଣ୍ଟାଇବାରେ ସଫଳ ଭୂମିକା ଗ୍ରହଣ କରିଥିଲା । ଅଧିକ ପଢନ୍ତୁ...

ମନ୍ଦିର ପ୍ରସାଦରୁ ମିଳିଲା ମନ୍ଦିର ପରିଚାଳନା ଖର୍ଚ୍ଚ
ମନ୍ଦିର ପ୍ରସାଦରୁ ମିଳିଲା ମନ୍ଦିର ପରିଚାଳନା ଖର୍ଚ୍ଚ

କୋରାପୁଟ: କୋରୋନା ସଙ୍କଟ ମଧ୍ୟରେ ଗତ 8 ମାସ ଧରି ରାଜ୍ୟର ଅନ୍ୟାନ୍ୟ ମନ୍ଦିର ଗୁଡିକ ବନ୍ଦ ରହିବା ଭଳି ଶାବର ଶ୍ରୀକ୍ଷେତ୍ର କୋରାପୁଟର ଶ୍ରୀ ଜଗନ୍ନାଥ ମନ୍ଦିର ମଧ୍ୟ ବନ୍ଦ ରହିଥିଲା । ମନ୍ଦିରକୁ ଭକ୍ତଙ୍କ ଆସିବା ବନ୍ଦ ହୋଇଯିବାରୁ ଦାନ ଓ ଦକ୍ଷିଣା ଆକାରରେ ମନ୍ଦିରକୁ ମିଳୁଥିବା ଆୟ ବାଧାପ୍ରାପ୍ତ ହେଲା । ମନ୍ଦିରର ଆର୍ଥିକ ବୋଝକୁ ମୁଣ୍ଡାଇଥିବା ଅତିଥି ଭବନ, ଅତିଥି ନିବାସ, ଯାତ୍ରୀ କୁଟୀର ଓ ଶାନ୍ତି ଆବାସ ପ୍ରମୁଖ ବ୍ୟବସାୟିକ ଭାବେ ସଫଳତା ଅର୍ଜନ କରିଥିବା ଆବାସ ସ୍ଥଳୀ ମଧ୍ୟ ବନ୍ଦ ହୋଇଯିବା ଫଳରେ ପରିସ୍ଥିତି ସଙ୍ଗୀନ ହୋଇଉଠିଲା । ମାତ୍ର ଏହି ମହାମାରୀ ସ୍ଥିତିରେ ହୋଟେଲଗୁଡିକ ଅପେକ୍ଷା ଲୋକମାନେ ମନ୍ଦିର ପ୍ରସାଦକୁ ଅଧିକ ସୁରକ୍ଷିତ ଭାବିଥିଲେ । ଧୀରେ ଧୀରେ ପ୍ରସାଦ ପାଇଁ ଲୋକଙ୍କ ଚାହିଦା ବଢିବାରେ ଲାଗିଥିଲା । ଯେଉଁଥିରୁ ମନ୍ଦିର ପରିଚାଳନା ଖର୍ଚ୍ଚ ଉଠିଥିଲା ।

କୋରୋନା ପାଇଁ ଆୟର ମାର୍ଗ ବନ୍ଦ ହୋଇଯାଇଥିବା ବେଳେ ପର୍ବତବ୍ୟାପୀ ବିସ୍ତୃତ ହୋଇଥିବା ମନ୍ଦିର ପରିଚାଳନା ବ୍ୟୟ କିନ୍ତୁ ଅପରିବର୍ତ୍ତିତ ରହିଥିଲା । ମନ୍ଦିରରେ କାର୍ଯ୍ୟରତ କର୍ମଚାରୀ ତଥା ପଣ୍ଡା ପୂଜାରୀଙ୍କୁ ଯଥାସମ୍ଭବ ଆର୍ଥିକ ସହାୟତା ଯୋଗାଇଦେବା ବଡ ସମସ୍ୟା ରୂପେ ଦଣ୍ଡାୟମାନ ହୋଇଥିଲା । ତା' ଉପରେ ଶ୍ରୀଗୁଣ୍ଡିଚା ଯାତ୍ରା, କାର୍ତ୍ତିକ ପୂର୍ଣ୍ଣିମା, ନାଗାର୍ଜୁନ ବେଶ ଭକି ଗୁରୁତ୍ତ୍ବପୂର୍ଣ୍ଣ ଉତ୍ସବ ପାଳନ ପାଇଁ ଆବଶ୍ୟକ ହେଉଥିବା ଖର୍ଚ୍ଚ ବୋଝ ଉପରେ ନଳିତା ବିଡା ଭଳି ଥିଲା । ହେଲେ ଇତିମଧ୍ୟରେ ମନ୍ଦିର ପକ୍ଷରୁ ସାତ୍ବିକ ବିକ୍ରୟ କେନ୍ଦ୍ରରେ ପ୍ରସାଦ ଓ ଜଳଖିଆ ପାଇଁ ଲୋକ ଭିଡ ଜମିବାରେ ଲାଗିଥିଲା । ଜନ ଗହଳିକୁ ଦୃଷ୍ଟିରେ ରଖି ମନ୍ଦିର ତରଫରୁ ଶାନ୍ତି ଆବାସ ଭବନ ଓ ଗୁଣ୍ଡିଚା ମନ୍ଦିର ଠାରେ ନୂତନ ଭାବେ ଜଳଖିଆ ଓ ପ୍ରସାଦ ବିକ୍ରୟ କେନ୍ଦ୍ର ଖୋଲାଯିବା ସହିତ ସାହି ସାହି ବୁଲି ଲୋକଙ୍କୁ ଘର ନିକଟରେ ମହାପ୍ରଭୁଙ୍କ ପ୍ରସାଦ ପହଞ୍ଚାଇବା ପାଇଁ ଏକ ଗାଡି ମାଧ୍ୟମରେ ବିକ୍ରୟ କରିବାର ବ୍ୟବସ୍ଥା କରାଯାଇଥିଲା । ଏହି ସମସ୍ତ ପ୍ରକ୍ରିୟାକୁ ସୂଚାରୁ ରୁପେ ସମ୍ପାଦନ କରାଯିବା ଫଳରେ ମନ୍ଦିରରେ ଆବଶ୍ୟକ ହେଉଥିବା ଆର୍ଥିକ ସାଧନ ଯୋଗାଡ଼ କରିବା ସମ୍ଭବ ହୋଇଥିଲା ଜଗନ୍ନାଥ ମନ୍ଦିର ସମ୍ପାଦକ ଗଦାଧର ପରିଡା ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.