ETV Bharat / state

ବୟସର ଅପରାହ୍ନରେ ଅସହାୟ ବୃଦ୍ଧା, ଅଳିଆକୁଣ୍ଡ ଭିତରେ ବିତୁଛି ଚନ୍ଦ୍ରମାଙ୍କ ଜୀବନ

author img

By ETV Bharat Odisha Team

Published : Aug 27, 2023, 1:13 PM IST

ସରକାରୀ ଯୋଜନାର ଅବହେଳାର ଶିକାର ହୋଇଛନ୍ତି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଚମ୍ପିକଟାସାହିର ଚନ୍ଦ୍ରମା । ଘରଟିଏ ନ ଥିବାରୁ ସ୍ବଚ୍ଛ ଭାରତ ଅଭିଯାନରେ ନିର୍ମିତ ଅଳିଆକୁଣ୍ଡର ଚାରିପଟେ ବାଡ଼ ଦେଇ ଉପରେ ପଲିଥିନ ଢାଙ୍କି ବିତାଉଛନ୍ତି ଜୀବନ । ଅଧିକ ପଢନ୍ତୁ

helpless old woman
helpless old woman
ବୟସର ଅପରାହ୍ନରେ ଅସହାୟ ବୃଦ୍ଧା

କୋରାପୁଟ: ଗରିବ ଅସହାୟଙ୍କ ପାଇଁ ସରକାରଙ୍କ କାହିଁ କେତେ ଯୋଜନା କରୁଛନ୍ତି । କେତେବେଳେ ପକ୍କାଘର ପାଇଁ ଯୋଜନା ତ ପୁଣି କେତେବେଳେ ଘର ମରାମତି ପାଇଁ ଯୋଜନା ପ୍ରଣୟନ ହେଉଛି । ହେଲେ ଏସବୁ ଯୋଜନା ବାସ୍ତବରେ କେତେ କାର୍ଯ୍ୟକାରୀ ହେଉଛି ସେଥିପ୍ରତି ସରକାରଙ୍କ ଦୃଷ୍ଟି ନାହିଁ । ଗ୍ରାମାଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରି ଲୋକଙ୍କୁ ସୁନେଲି ସ୍ବପ୍ନ ଦେଖାଉଛନ୍ତି ସରକାର । ହେଲେ ଏବେବି ଲୋକେ ଦୟନୀୟ ସ୍ଥିତିରେ କାଟୁଛନ୍ତି ଦିନ । ଏମିତି ସରକାରୀ ଯୋଜନାର ଅବହେଳାର ଶିକାର ହୋଇଛନ୍ତି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଚମ୍ପିକଟାସାହିର ଚନ୍ଦ୍ରମା ।

ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନ ଥିବାରୁ ସ୍ବଚ୍ଛ ଭାରତ ଅଭିଯାନରେ ନିର୍ମିତ ଅଳିଆକୁଣ୍ଡର ଚାରିପଟେ ବାଡ଼ ଦେଇ ଉପରେ ପଲିଥିନ ଢାଙ୍କି ଜୀବନ ବିତାଉଛନ୍ତି ଚନ୍ଦ୍ରମା । ନିଜର ବୋଲି କେହି ନାହାନ୍ତି ପଡୋଶୀ କିଛି ଖାଇବାକୁ ଦେଲେ ଖାଆନ୍ତି ନ ହେଲେ ଦିନ ଦିନ ଧରି ଭୋକ ଉପାସରେ ପଡି ରହିଥାନ୍ତି ବୃଦ୍ଧା । ସରକାରୀ ଯୋଜନା କହିଲେ କେବଳ ୫୦୦ ସହ ଟଙ୍କା ଭତ୍ତା । ହେଲେ ତାହା ମଧ୍ୟ ସେ ଗତ କିଛି ମାସ ପାଇ ନ ଥିବା ବେଳେ ଗତ ଦୁଇ ମାସର ପାଇଥିବା ତାଙ୍କ ଖାତାରେ ଦେଖିବାକୁ ମିଳିଛି । ସେହିପରି ଉକ୍ତ ଟଙ୍କା ପାଇଁ ସେ ଲକ୍ଷ୍ମୀପୁର ଖର୍ଚ୍ଚାନ୍ତ ହୋଇ ଯିବାକୁ ପଡୁଥିବା କହିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜାନାରେ ମଧ୍ୟ ଚନ୍ଦ୍ରମା ସାମିଲ ହୋଇ ପାରି ନଥିବାରୁ ୫ କିଲୋ ଚାଉଳରୁ ମଧ୍ୟ ବଞ୍ଚିତ । ଆଉ ଏ ଚିତ୍ରକୁ ଦେଖିଲେ ଲାଗୁଛି ସରକାରଙ୍କ ଯୋଜନା ସତରେ ଏମାନଙ୍କ ପାଇଁ ବାଟବଣା ହୋଇ ପଡିଛି ।

ତେବେ ନାରାୟଣପାଟଣା ଗ୍ରାମର ବୃଦ୍ଧା ଜଣକ ଲକ୍ଷ୍ମୀପୁର ବ୍ଲକର ଧବୁଲୁଙ୍କୁ ବିବାହ କରିଥିଲେ । ଧବୁଲୁ ସ୍ବାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ ଥିବେ ବେଳେ ତାଙ୍କ ବିହାହିତ ସ୍ତ୍ରୀ ମୃତ୍ୟୁବରଣ କରିବା ପରେ ଚନ୍ଦ୍ରାମାଙ୍କୁ ଦ୍ବିତୀୟ ବିବାହ କରିଥିଲେ । ତା ପରେ ଧବୁଲୁଙ୍କ ମୃତ୍ୟୁ ଘଟିବା ପରେ ତାଙ୍କୁ ଆଉ କେହିବି ପଚାରୁ ନ ଥିବା ଚନ୍ଦ୍ରମା କହିଛନ୍ତି । ତେବେ କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ବା ରାଜ୍ୟ ସରକାରଙ୍କର ବିଜୁ ପକ୍କା ଘର ସହ ବିଭିନ୍ନ ଆବାସ ଯୋଜନା ଏହି ବୃଦ୍ଧାଙ୍କ ପାଇଁ ସାତ ସପନ ପାଲଟିଛି । ତେଣୁ ତାଙ୍କ ବାର୍ଦ୍ଧକ୍ୟ ଭତ୍ତା ନାରାୟଣପାଟଣା ବ୍ଲକରେ ଯେପରି ପାଇପାରିବେ ତାର ସୁବିଧା କରିବା ସହ ତାଙ୍କୁ ସରକାରଙ୍କ ସହ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଗଲେ ବୃଦ୍ଧା ଚନ୍ଦ୍ରମା ଉପକୃତ ହେବେ ବୋଲି ସେ ନେହୁରା ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଘର ଆଗରେ ଉଡୁଛି ତ୍ରିରଙ୍ଗା, ମୁଣ୍ଡ ଗୁଞ୍ଜିବାକୁ ଚାଲିଛି ସଂଘର୍ଷ; ସ୍ବାଧୀନତା ପରେ ପରାଧୀନତାରେ ବିତୁଛି ଜୀବନ !

ଏନେଇ ନାରାୟଣପାଟଣା ବିଡ଼ିଓ ଅଶ୍ବିନୀ କୁମାର ମହାପାତ୍ର ଲିଖିତ ଆକାରରେ ଦେଲେ ଉକ୍ତ ମହିଳାଙ୍କ ବାର୍ଦ୍ଧକ୍ୟ ଭତ୍ତା ନାରାୟଣପାଟଣାରେ ଦେବାର ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ଅନ୍ୟପଟେ ଖାଦ୍ୟ ସୁରକ୍ଷା ଯୋଜନାର କିପରି ଚନ୍ଦ୍ରମା ସାମିଲ ହୋଇପାରିବ ଓ ତାର ଭତ୍ତା ଟଙ୍କା ନାରାୟଣପାଟଣାରେ କିପରି ପାଇପାରିବେ ସେ ନେଇ ଚେଷ୍ଟା କରାଯିବ ବୋଲି ଲକ୍ଷ୍ମୀପୁର ବିଡ଼ିଓ ପ୍ରୀତିରଞ୍ଜନ ରଥ ମଧ୍ୟ କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.