ETV Bharat / state

ଭାରୋତ୍ତଳନରେ ସ୍ବର୍ଣ୍ଣ ପଦକ ଜିତିଲେ କୋରାପୁଟର ଝିଅ, ପରିବାରରେ ଖୁସିର ମାହୋଲ

author img

By

Published : Aug 26, 2022, 7:48 AM IST

ରାଜ୍ୟସ୍ତରୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରି ପରିବାର ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ୧୧ ବର୍ଷୀୟ ଝିଅ ବୈଭବୀ ନାୟକ(Koraput girl won gold medal in power lifting) । ଅଧିକ ପଢ଼ନ୍ତୁ

ଭାରୋତ୍ତଳନରେ ସ୍ବର୍ଣ୍ଣ ପଦକ ଜିତିଲେ କୋରାପୁଟର ଝିଅ, ପରିବାରରେ ଖୁସିର ମାହୋଲ
ଭାରୋତ୍ତଳନରେ ସ୍ବର୍ଣ୍ଣ ପଦକ ଜିତିଲେ କୋରାପୁଟର ଝିଅ, ପରିବାରରେ ଖୁସିର ମାହୋଲ

କୋରାପୁଟ: ରାଜ୍ୟସ୍ତରୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରି ପରିବାର ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ୧୧ ବର୍ଷୀୟ ଝିଅ ବୈଭବୀ ନାୟକ (Koraput girl won gold medal in power lifting) । ରାଜଧାନୀ ଭୁବନେଶ୍ବରରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଥମ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପଦକ ହାସଲ କରିଥିବାରୁ ବୈଭବୀଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି ।

ବୈଭବୀଙ୍କ ବାପା ବିଶ୍ଵନାଥ ନାୟକ ଏକାଧାରରେ ଜଣେ ପୂର୍ବତନ ଭାରୋତ୍ତଳନକାରୀ ତଥା ଆଇନଜୀବୀ । ଝିଅର ସଫଳତାକୁ ନେଇ ସେ ଖୁସିରେ ଗଦ୍‌ଗଦ୍‌ ହୋଇଛନ୍ତି । ବିଶ୍ଵନାଥ ନାୟକଙ୍କ ମଧ୍ୟ ଜାତୀୟ ସ୍ତରର ଭାରୋତ୍ତଳନ ପ୍ରତିଯୋଗିତାରେ ପଦକ ହାସଲ କରିଥିଲେ । ଏହାପରେ ତାଙ୍କ ପୁଅ ମଧ୍ୟ ଏହି ସଫଳତା ହାସଲ କରିଛନ୍ତି । ବର୍ତ୍ତମାନ ଝିଅର ସଫଳତା ହାସଲ କରି ପରିବାର କ୍ରୀଡ଼ା ପରମ୍ପରାକୁ ବଜାୟ ରଖିଛନ୍ତି । ଝିଅର ସଫଳତା ପରିବାରରେ ଏକ ଉନ୍ମାଦନା ସୃଷ୍ଟି କରିଛି ।

ଏହାକୁ ନେଇ ବୈଭବୀଙ୍କ ମାଆ ଗୀତାରାଣୀ କହିଛନ୍ତି, "ଝିଅ ଓ ପୁଅ ଭାର ଉତ୍ତୋଳନରେ ସଫଳତା ଆଣି ଜିଲ୍ଲା ଓ ପରିବାର ପାଇଁ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଆଗକୁ ଏହି ଧାରା ରଖିବେ ବୋଲି ଆଶା କରୁଛି । ବାପା ପୁଅ ଓ ଝିଅଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଉଥିବା ବେଳେ ଝିଅ ବୈଭବୀ ବାପାଙ୍କ ଠାରୁ ମଧ୍ୟ ଅଧିକ ପୁରସ୍କାର ଆଣି ପରିବାର ତଥା ଦେଶର ନାମ ରଖିବ ବୋଲି ଆଶା ରହିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.