ETV Bharat / state

ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗୀତାରେ ଚମକିଲେ କୋରାପୁଟ ଝିଅ - natioanl level painting competion

15 ଲକ୍ଷ ପ୍ରତିଯୋଗୀଙ୍କୁ ପଛରେ ପକାଇ ଜାତୀୟ ସ୍ତରର ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି କୋରାପୁଟର ଆଇୱା ଇପ୍ସିତା ଟେଟେ । ଅଧିକ ପଢନ୍ତୁ...

natioanl level painting competion
ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗୀତାରେ ଚମକିଲେ କୋରାପୁଟ ଝିଅ
author img

By

Published : Jan 25, 2020, 6:19 AM IST

କୋରାପୁଟ: 15 ଲକ୍ଷ ପ୍ରତିଯୋଗୀଙ୍କୁ ପଛରେ ପକାଇ ଜାତୀୟ ସ୍ତରର ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି କୋରାପୁଟର ଆଇୱା ଇପ୍ସିତା ଟେଟେ । ଫେବର କ୍ୟାସେଲ କମ୍ପାନୀ ତରଫରୁ ଏହି ପ୍ରତିଯୋଗିତା ଆୟୋଜନ ହୋଇଥିଲା । କମ୍ପାନୀ ତରଫରୁ ଆଇୱା ଇପ୍ସିତାଙ୍କୁ 75 ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବାବେଳେ ତାଙ୍କର ଏହି ସଫଳତାକୁ ନେଇ ଜିଲ୍ଲାରେ ଆନ୍ଦର ଲହରୀ ଖେଳିଯାଇଛି ।

ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗୀତାରେ ଚମକିଲେ କୋରାପୁଟ ଝିଅ

କୋରାପୁଟ ଜିଲ୍ଲାର ସୁନାବେଡା ସ୍ଥିତ ଭିଏସ ବିଦ୍ୟାଳୟରେ ଆଇୱା ଇପ୍ସିତା ଟେଟେ ପାଠ ପଢୁଥିବାବେଳେ ସେ ଶ୍ରୀ ଅରବିନ୍ଦ କଳା ଭବନରେ ଚିତ୍ରାଙ୍କନ ତାଲିମ ନେଉଛନ୍ତି । ଗତ କିଛିଦିନ ପୂର୍ବେ ଫେବର କ୍ୟାସେଲ କମ୍ପାନୀ ତରଫରୁ ପ୍ରତିବର୍ଷ ଆସିଲା ଭଳି ଜାତୀୟ ସ୍ତରର ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଗ୍ରହୀ ପିଲାଙ୍କ କଳାକୃତି ପଠାଇବା ପାଇଁ ଚିଠି ଆସିଥିଲା । ଅନ୍ୟମାନଙ୍କ ସହିତ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଇପ୍ସିତା ଆଙ୍କିଥିବା ଏକ ଚିତ୍ରକୁ ମଧ୍ୟ ପଠାଇ ଦିଆଯାଇଥିଲା । ସାରା ଦେଶରୁ 15 ଲକ୍ଷରୁ ଉର୍ଦ୍ଧ୍ବ ପ୍ରତିଯୋଗୀଙ୍କ ମଧ୍ୟରୁ ଗାଁଗଣ୍ଡାରେ ପିଲାଏ ଖେଳୁଥିବା କ୍ରିକେଟକୁ ନେଇ ଇପ୍ସିତା ଆଙ୍କିଥିବା ଚିତ୍ରଟି ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ପରେ ଚୂଡାନ୍ତ ପ୍ରତିଯୋଗିତାରେ ଭାଗ ନେବାକୁ ଗୋଆ ଯିବା ପାଇଁ ତାଙ୍କୁ ନିମନ୍ତ୍ରଣ ଆସିଥିଲା ।

ଗୋଆରେ ଦେଶର ବିଭିନ୍ନ ଭାଗରୁ ଆସିଥିବା ଶିଶୁ କଳାକାରଙ୍କ ମଧ୍ୟରେ ପୁଣି ଥରେ ଭଳିକି ଭଳି ଚିତ୍ରାଙ୍କନର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେଠାରେ ସେ ନିଜର ଦକ୍ଷତା ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରି ପୁରସ୍କୃତ ହୋଇଛନ୍ତି । ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଚତୁର୍ଥ ଶ୍ରେଣୀର ଝିଅଟିଏ ଆଇୱା ଇପ୍ସିତା ଟେଟେ । ଜାତୀୟ ସ୍ତରର ଚିତ୍ରାଙ୍କନ ପ୍ରତିଯୋଗିତାରେ 15 ଲକ୍ଷ ଶିଶୁଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ପ୍ରତିଯୋଗୀତାକୁ ଆୟୋଜନ କରିଥିବା ଫେବର କ୍ୟାସେଲ କମ୍ପାନୀ ତରଫରୁ ଇପ୍ସିତାକୁ 75 ହଜାର ଟଙ୍କାର ପୁରସ୍କାର ଦିଆଯାଇଥିବା ବେଳେ ତାର ଏହି ସଫଳତାରେ ତା ମା ବାପା , ଶିକ୍ଷକ , ବିଦ୍ୟାଳୟ ଏଵଂ ସର୍ବୋପରି ଜିଲ୍ଲାବାସୀଙ୍କ ପାଇଁ ଏହା ସୀମାହୀନ ଆନନ୍ଦ ଆଣିଦେଇଛି ।Body:ଇପ୍ସିତା ଭଲ ପାଠ ପଢିବା ସାଙ୍ଗକୁ ନାଚ , ଗୀତ , ଖେଳକୁଦ ଓ ଚିତ୍ରାଙ୍କନ ଭଳି କଳା ର ଅଭ୍ୟାସ ତଥା ପ୍ରଦର୍ଶନ କରିବାକୁ ଭଲ ପାଏ । କୋରାପୁଟ ଜିଲ୍ଲାର ସୁନାବେଡା ସ୍ଥିତ ଭି ଏସ ବିଦ୍ୟାଳୟରେ ପାଠ ପଢେ ଓ ଶ୍ରୀ ଅରବିନ୍ଦ କଳା ଭବନ ରେ ଚିତ୍ରାଙ୍କନ ର ତାଲିମ ନିଏ । ତାର ଏକାଗ୍ରତା ଓ କଳାତ୍ମକ ଅଭିପ୍ରକାଶ କରିବା ପାଇଁ ଥିବା ଦୃଢ ସଂକଳ୍ପ ତାକୁ ଯେ ଦିନେ ବିଶ୍ୱ ଦରବାରରେ ପରିଚିତ କରାଇବାରେ ସହାୟକ ହେବ ସେ ସମ୍ପର୍କରେ କାହାରି ତିଳେମାତ୍ର ସନ୍ଦେହ ନଥିବା ବେଳେ ତା ଚିତ୍ର ଶିକ୍ଷକ ଅମଳେନ୍ଦୁ ଜାନା ଟିକି ଝିଅଟି ଭିତରେ ଥିବା ଭାବନାତ୍ମକ ଅଭିଭ୍ୟକ୍ତି କୁ ଅନୁଭବ କରି ଵିସ୍ମିତ ହୋଇଉଠିଛନ୍ତି । ଦିନେ ଯେତେବେଳେ ଚିତ୍ରାଙ୍କନ ରେ ଇପ୍ସିତା ଅକୃତ କାର୍ଯ୍ୟ ହେଉଥିଲା ଓ ମା ତାକୁ ସେ ପ୍ରଚେଷ୍ଟା ରୁ ବିରତ ହେବା ପାଇଁ କହିଥିଲେ ସେତେବେଳେ ତାର ସଂକଳ୍ପ ଆହୁରି ତୀବ୍ର ହୋଇଉଠିଥିଲା ଓ ଅସମ୍ଭବକୁ ସମ୍ଭବ କରିବା ପାଇଁ ବ୍ରତୀ ହୋଇଉଠିଥିବା ଶ୍ରୀ ଜାନା ଜଣାଇଛନ୍ତି । ଗତ କିଛିଦିନ ପୂର୍ବେ ଫେବର କ୍ୟାସେଲ କମ୍ପାନୀ ତରଫରୁ ପ୍ରତିବର୍ଷ ଆସିଲା ଭଳି ଜାତୀୟ ସ୍ତରର ଚିତ୍ରାଙ୍କନ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ଆଗ୍ରହୀ ପିଲାଙ୍କ କଳାକୃତି ପଠାଇବା ପାଇଁ ଚିଠି ଆସିଥିଲା । ଅନ୍ୟମାନଙ୍କ ସହିତ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଇପ୍ସିତା ଆଙ୍କିଥିବା ଏକ ଚିତ୍ର କୁ ମଧ୍ୟ ପଠାଇଦିଆଯାଇଥିଲା । ସାରା ଦେଶରୁ ପନ୍ଦର ଲକ୍ଷ ରୁ ଉର୍ଧ୍ବ ପ୍ରତିଯୋଗୀଙ୍କ ମଧ୍ୟରୁ ଗାଁଗଣ୍ଡାରେ ପିଲାଏ ଖେଳୁଥିବା କ୍ରିକେଟକୁ ନେଇ ଇପ୍ସିତା ଆଙ୍କିଥିବା ଚିତ୍ରଟି ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଓ ଚୂଡାନ୍ତ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗୋଆ ଯିବା ପାଇଁ ଇପ୍ସିତା ନିମନ୍ତ୍ରଣ ପାଇଥିଲା । ଗୋଆରେ ଦେଶର ବିଭିନ୍ନ ଭାଗରୁ ଆସିଥିବା ଶିଶୁ କଳାକାରଙ୍କ ମଧ୍ୟରେ ପୁଣିଥରେ ଭଳିକି ଭଳି ଚିତ୍ରାଙ୍କନ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେହି ପ୍ରତିଯୋଗିତାରେ ମଧ୍ୟ ନିଜ ଦକ୍ଷତା ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରି ସେ ପୁରସ୍କୃତ ହୋଇଥିଲା । ଇପ୍ସିତା ନିଜେ ଏକ ଚିତ୍ରକର ହେବାର ସ୍ୱପ୍ନ ଦେଖୁଥିବା ବେଳେ ବାପା ମା , ଶିକ୍ଷକ ଓ ବିଦ୍ୟାଳୟ ତାକୁ ସେଦିଗରେ ଜୀବନ ଯାତ୍ରା କରିବା ପାଇଁ ସହଯୋଗର ପ୍ରତିଶ୍ରୁତି ଦେବା ଫଳରେ ସେ ଯେ ନିଜ ଚିତ୍ରକଳା ମାଧ୍ୟମରେ କୋରାପୁଟ ଅଂଚଳର ଆହୁରି ଅନେକ ସମ୍ଭାବନାକୁ ପ୍ରଦର୍ଶନ କରିପାରିବ ସେଥିରେ କୌଣସି ସନ୍ଦେହ ନାହିଁ ।Conclusion:Byte : ଆଇୱା ଇପ୍ସିତା ଟେଟେ , ପୁରସ୍କୃତ ଝିଅ
Byte : ଅମଳେନ୍ଦୁ ଜାନା , କଳା ଶିକ୍ଷକ
Byte : ହେମନ୍ତ ସେଠ , ଅଧ୍ୟକ୍ଷ , ଭିଏସ ବିଦ୍ୟାଳୟ ,ସୁନାବେଡା (with coat sitting in chair)
P2c : ଶାନ୍ତାକାର
..........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.