କୋରାପୁଟ: ଚାଷଜମିକୁ ଜଳସେଚନ ପାଇଁ ରିହାତି ଦରରେ ସୋଲାର ପମ୍ପ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । ଘୋଷଣା ମୁତାବକ କୋରାପୁଟ, ନନ୍ଦପୁର ଓ ଲମତାପୁଟ ବ୍ଲକର ଚାଷୀମାନେ ଅନଲାଇନରେ ପଞ୍ଜିକରଣ କରିଥିଲେ । ଯୋଜନାର ସର୍ତ ମୁତାବକ ଚଳିତ ମାସ ୨୪ ତାରିଖ ସୁଦ୍ଧା ଚାଷୀ ନିଜର ଅଂଶ ଅର୍ଥ କେବଳ ୟୁନିଅନ ବ୍ୟାଙ୍କରେ ପଇଠ କରିବା ପାଇଁ ନିର୍ଦ୍ଦେଶ ଥିଲା । ତେବେ ଏହି ବ୍ୟାଙ୍କ୍ର ବାୟୋ ମେଟ୍ରିକରେ ସମସ୍ୟା ଯୋଗୁଁ ଚାଷୀମାନେ ଅର୍ଥ ପୈଠ କରି ପାରିନଥିବା ଅଭିଯୋଗ ହୋଇଛି ।
ଧାରକରଜ କରି ଟଙ୍କା ଏକାଠି କରି ଗରିବ ଚାଷୀ ଯୋଜନାର ସୁଫଳ ପାଇବାକୁ ଚେଷ୍ଟା କରୁଛି । ତେବେ ବ୍ୟାଙ୍କରେ ସମସ୍ୟା ଯୋଗୁଁ ଏହାର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି ଗରିବ ଚାଷୀ । ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ରିହାତି ଦରରେ ସୋଲାର ପମ୍ପ୍ ଆବେଦନ କରିବା ପାଇଁ ତାରିଖ ପୁନଃ ନିର୍ଦ୍ଧାରଣ କରିବାକୁ ଚାଷୀମାନେ ଆଜି ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ