ETV Bharat / state

କୋରାପୁଟରେ ଆଳୁ ଚାଷ ପାଇଁ ପାଗ ଅନୁକୂଳ, 93 ପ୍ରତିଶତ ଲକ୍ଷ୍ୟ ହାସଲ

author img

By ETV Bharat Odisha Team

Published : Sep 15, 2023, 2:11 PM IST

କୋରାପୁଟ ଜିଲ୍ଲାରେ କରାଯାଇଛି ବ୍ୟାପକ ଆଳୁ ଚାଷ କରାଯାଇଛି । ଆଳୁ ଚାଷ ସାଧାରଣତଃ ଶୀତ ଦିନେ ହୋଇଥାଏ ମାତ୍ର କୋରାପୁଟରେ ପାଣିପାଗ ଭଲ ଥିବାରୁ ବର୍ଷା ଦିନେ ଆଳୁ ଚାଷ କରାଯାଉଛି । ଅଧିକ ପଢନ୍ତୁ

potato farming in koraput
କୋରାପୁଟରେ ବ୍ୟାପକ ଆଳୁ ଚାଷ
କୋରାପୁଟରେ ବ୍ୟାପକ ଆଳୁ ଚାଷ

କୋରାପୁଟ: ଓଡ଼ିଶାର ବିଭିନ୍ନ ସ୍ଥାନରେ ରବି ଋତୁରେ ଆଳୁ ଚାଷ କରାଯାଇଥାଏ । କୋରାପୁଟ ଜିଲ୍ଲାରେ କୃଷି ଉପଯୋଗୀ ଜଳବାୟୁ ଥିବା ଯୋଗୁଁ ଚାଷୀ ଖରିଫ ଋତୁରେ ମଧ୍ୟ ଆଳୁ ଚାଷ କରୁଛନ୍ତି । ଗତ କିଛି ବର୍ଷ ଧରି ଖରିଫ ଆଳୁ ଚାଷ କରି ଏହି ଅଞ୍ଚଳର ଅନେକ ଚାଷୀ ଲାଭବାନ ହୋଇଛନ୍ତି । ଆଳୁ ଉତ୍ପାଦନ ଦିଗରେ ରାଜ୍ୟକୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଚାଲିଥିବା ପ୍ରୟାସର ଧାରା ଭାବେ ଚଳିତ ବର୍ଷ ନନ୍ଦପୁର, ସେମିଳିଗୁଡା, ପଟ୍ଟାଙ୍ଗୀ, ଦଶମନ୍ତପୁର ଏବଂ ଅନ୍ୟାନ୍ୟ ବ୍ଲକ ଅଞ୍ଚଳରେ ବ୍ୟାପକ ଭାବେ ଖରିଫ ଆଳୁ ଚାଷ କରାଯିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ।

ଗତ କିଛିଦିନ ପୂର୍ବେ କୋରାପୁଟ ଗସ୍ତରେ ଆସିଥିବା ଓଡ଼ିଶା ରାଜ୍ୟ ସରକାରଙ୍କ କୃଷି ସଚିବ ଅରବିନ୍ଦ ପାଢୀ ଜିଲ୍ଲା ଅଧିକାରୀଙ୍କ ସହିତ ଚର୍ଚ୍ଚା ବ୍ୟାପକ ଆଳୁ ଚାଷ ନେଇ ଆଲୋଚନା କରିଥିଲେ । କୋରାପୁଟରେ ବର୍ଷା ଦିନିଆ ଆଳୁ ଚାଷ ପାଇଁ 4 ହଜାର ହେକ୍ଟର ଲକ୍ଷ୍ୟ ଧାର୍ଯ୍ୟ କରାହୋଇଥିବା ବେଳେ ବତ୍ତମାନ ସୁଦ୍ଧା ଲକ୍ଷ୍ୟର ଶତକଡ଼ା 93 ପ୍ରତିଶତ ଜମିରେ ଚାଷୀ ଆଳୁ ଚାଷ ହୋଇଛି । ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ସମସ୍ତଙ୍କୁ ଚିନ୍ତାଗ୍ରସ୍ତ କରି ଦେଇଛି । ଦଶମନ୍ତପୁର ବ୍ଲକରେ ସିୱାଇଏସଡି ସଂସ୍ଥା ଜିଲ୍ଲା ଉଦ୍ୟାନ ବିଭାଗ ସହଯୋଗରେ 320 ଚାଷୀଙ୍କ 410 ଏକର ଜମିରେ ଖରିଫ ଆଳୁ ଚାଷ କରିଥିବା ବେଳେ ସେଥିରେ ଫୁଲ ଧରି ଚାଷୀ ମନରେ ନୂତନ ଆଶା ସଞ୍ଚାର ହୋଇଛି ।

ଜିଲ୍ଲା କୃଷି ଅଧିକାରୀ କହିଛନ୍ତି,''ସାଧାରଣତଃ ଆଳୁ ଚାଷ ଶୀତ ଦିନରେ କରାଯାଇଥାଏ । କୋରାପୁଟର ଜଳବାୟୁ ଭଲ ଥିବାରୁ ବର୍ଷା ଦିନେ ଏଠାରେ ଆଳୁ ଚାଷ କରାଯାଇଛି । 4 ହଜାର ହେକ୍ଟର ଲକ୍ଷ୍ୟ ରଖାଯାଇଛି । 93 ପ୍ରତିଶତ ଲକ୍ଷ୍ୟ ହାସଲ କରିସାରିଛୁ । ଫୁଲ ଫୁଟିବା ଆରମ୍ଭ ହୋଇଗଲାଣି । ଆଉ ଟିକେ ବର୍ଷା ହେଲେ ଫସଲ ଭଲ ହେବ ଓ ଭଲ ଉତ୍ପାଦ ହେବ ।''

ଏହା ବି ପଢନ୍ତୁ...କୋରାପୁଟ ଜିଲ୍ଲାରେ ବ୍ୟାପକ କରାଯିବ ଆଳୁ ଚାଷ: କୃଷି ସଚିବ

ଉଦ୍ୟାନ ବିଭାଗ ତରଫରୁ 700 ଟଙ୍କା ମୂଲ୍ୟର 50 କିଲୋ ଆଳୁ ବିହନକୁ 400 ଟଙ୍କାରେ ଯୋଗାଇ ଦିଆଯାଇଥିବାରୁ ଚାଷୀମାନେ ଖୁସି ବ୍ୟକ୍ତ କରିଛନ୍ତି । ଚଳିତ ବର୍ଷ ଆଳୁ ଗଛରେ ଭଲ ଫୁଲ ଆସିଥିବା ଯୋଗୁଁ ଏକର ପିଛା 25-30 କ୍ୱିଣ୍ଟାଲ ଆଳୁ ଉତ୍ପାଦନ ହେବ ବୋଲି ଚାଷୀ ଆଶା ବାନ୍ଧିଛନ୍ତି । ପୂର୍ବେ ଏହି ଜମିରେ କେବଳ ଧାନ, ମାଣ୍ଡିଆ, ସୁଆଁ, ଅଦା ଚାଷ କରୁଥିବା ବେଳେ ସରକାର ଓ ସିୱାଇଏସଡି ସହଯୋଗରେ ଆଳୁ ଚାଷ କରି ଲାଭବାନ ହେଉଥିବା କହିଛନ୍ତି ଚାଷୀ ।

ଇଟିିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.