ETV Bharat / state

ଦଶହରାରେ ଲାଠିଯାତ୍ରାରେ କମ୍ପିଲା ଶାବର ଶ୍ରୀକ୍ଷେତ୍ର

author img

By

Published : Oct 8, 2019, 9:40 PM IST

ଦଶହରା ଆସିଲେ କୋରାପୁଟରେ ଲାଠିଯାତ୍ରା ଦେଖିବା ପାଇଁ ଲୋକେ ଅପେକ୍ଷା କରି ରହିଥାନ୍ତି । ଗ୍ରାମଦେବୀଙ୍କ ପ୍ରତିନିଧି ସ୍ବରୂପ ବିଭିନ୍ନ ଗ୍ରାମରୁ ପ୍ରସ୍ତୁତ ଲାଠି ଆସି ମନ୍ଦିରରେ ପହଞ୍ଚିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଲୋକପ୍ରସିଦ୍ଧ ଲାଠିଯାତ୍ରାରେ କମ୍ପି ଉଠିଲା ଶାବର ଶ୍ରୀକ୍ଷେତ୍ର କୋରାପୁଟ । ଦଶହରା ଆସିଲେ କୋରାପୁଟରେ ଲାଠିଯାତ୍ରା ଦେଖିବା ପାଇଁ ଲୋକେ ଅପେକ୍ଷା କରି ରହିଥାନ୍ତି । ଆଜି ମଧ୍ୟ ଏଥିପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଗ୍ରାମଦେବୀଙ୍କ ପ୍ରତିନିଧି ସ୍ବରୂପ ବିଭିନ୍ନ ଗ୍ରାମରୁ ପ୍ରସ୍ତୁତ ଲାଠି ଆସି ମନ୍ଦିରରେ ପହଞ୍ଚିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଗୁରୁମାଇଙ୍କ ଆଦିବାସୀ ଭାଷାରେ ଉଚ୍ଚାରିତ ମନ୍ତ୍ର ସହିତ ପାରମ୍ପରିକ ବାଦ୍ୟର ଝଙ୍କାର ମଧ୍ୟରେ ସମସ୍ତେ ନାଚି ଉଠିଥିଲେ । ପ୍ରଥମେ ମା' ବିମଳାଙ୍କ ପାଖରେ ଧୂପଦୀପ, ନୈବେଦ୍ୟ ଅର୍ପଣ କରିବା ପରେ ଲମ୍ବା ଲମ୍ବା ଲାଠି ଗୁଡିକୁ ଧରି ଶୋଭାଯାତ୍ରା ବାହାରିଥିଲେ । ଏହି ପାରମ୍ପରିକ ଯାତ୍ରାରେ ଶହଶହ ଆଦିବାସୀ ପରିବାର ସାମିଲ ହୋଇଥିଲେ ।

ବାଜା ରୋଶଷି ସହ ସହର ପରିକ୍ରମା କରି କୋରାପୁଟର ଗ୍ରାମଦେବୀ ନିଶାଣୀ ମୁଣ୍ଡାଙ୍କ ପୀଠରେ ସମସ୍ତେ ଆସି ଏକତ୍ରିତ ହୋଇଥିଲେ । ପୂଜାର୍ଚ୍ଚନା ସରିବା ପରେ ଲକ୍ଷ୍ୟ ସନ୍ଧାନ ଉତ୍ସବରେ ସମସ୍ତେ ଅତି ଆନନ୍ଦ ଉଲ୍ଲାସର ସହିତ ଯୋଗ ଦେଇଥିଲେ । ଧନୁ ଓ ବାଟୁଳିରେ ୬୦ ଫୁଟ ବାଉଁଶର ଅଗ୍ରଭାଗରେ ବନ୍ଧାଯାଇଥିବା ବେଲୁନକୁ ଲକ୍ଷ୍ୟ କରି ତୀର ଏବଂ ଗୋଡି ଛାଡି ଏହି ଉତ୍ସବର ଆନନ୍ଦ ନେଇଥିଲେ । ଦିନ ତମାମ ଭୀଷଣ ବର୍ଷା ଲାଗି ରହିଥିଲେ ହେଁ ଯାତ୍ରାରେ ସାମିଲ ହେବାପାଇଁ ଶହ ଶହ ଭକ୍ତଙ୍କ ଭିଡ ଲାଗିଥିଲା ।

କୋରାପୁଟରୁ ଏଚ.ଶାନ୍ତାକାର, ଇଟିଭି ଭାରତ

Intro:ଦଶହରା ଆସିଲେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଲୋକେ ଅପେକ୍ଷା କରିଥାନ୍ତି ଲାଠି ଯାତ୍ରା ଦେଖିବା ପାଇଁ । ଆଜି ମଧ୍ୟ ଏଥିପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।Body:ଗ୍ରାମଦେବୀଙ୍କ ପ୍ରତିନିଧି ସ୍ୱରୂପ ବିଭିନ୍ନ ଗ୍ରାମରୁ ପ୍ରସ୍ତୁତ ଲାଠି ଆସି ମନ୍ଦିରରେ ପହଞ୍ଚିଥିଲେ । ଏହାସହ ଶହଶହ ଆଦିବାସୀ ପରିବାର ମଧ୍ୟ ପାରମ୍ପରିକ ଯାତ୍ରାରେ ସାମିଲ ହୋଇଥିଲେ ।
ଗୁରୁମାଇଙ୍କ ଆଦିବାସୀ ଭାଷାରେ ଉଚ୍ଚାରିତ ମନ୍ତ୍ର ସହିତ ପାରମ୍ପରିକ ବାଦ୍ୟର ଝଙ୍କାର ମଧ୍ୟରେ ସମସ୍ତେ ନାଚି ଉଠିଥିଲେ । ପ୍ରଥମେ ମା' ବିମଳାଙ୍କ ପାଖରେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିବା ପରେ ଲମ୍ବା ଲମ୍ବା ଲାଠି ଗୁଡିକୁ ଧରି ଶୋଭାଯାତ୍ରା ବାହାରିଥିଲା । ବାଜା ରୋଶଣି ସହ ସହର ପରିକ୍ରମା କରି କୋରାପୁଟର ଗ୍ରାମ ଦେବୀ ନିଶାଣୀ ମୁଣ୍ଡାଙ୍କ ପୀଠରେ ସମସ୍ତେ ଆସି ଏକତ୍ରିତ ହୋଇଥିଲେ । Conclusion:ପୂଜାର୍ଚ୍ଚନା ସରିବା ପରେ ଲକ୍ଷ୍ୟ ସନ୍ଧାନ ଉତ୍ସବରେ ସମସ୍ତେ ହର୍ଷୋଲ୍ଲାସର ସହିତ ଯୋଗ ଦେଇଥିଲେ । ଧନୁ ଓ ବାଟୁଳିରେ ୬୦ ଫୁଟ ବାଉଁଶର ଅଗ୍ରଭାଗରେ ବନ୍ଧାଯାଇଥିବା ବେଲୁନକୁ ଲକ୍ଷ୍ୟକରି ତୀର ଏବଂ ଗୋଡି ଛାଡି ଏହି ଉତ୍ସବର ଆନନ୍ଦ ନେଇଥିଲେ। ଦିନ ତମାମ ଭୀଷଣ ବର୍ଷା ଲାଗି ରହିଥିଲେହେଁ ଯାତ୍ରାରେ ସାମିଲ ହେବା ପାଇଁ ଭକ୍ତଙ୍କ ଆଗ୍ରହରେ ତିଳେ ମାତ୍ର ଫିକା ପଡିନଥିଲା ।
...........
Byte : ଉଦ୍ଧବ ବାଖ୍ୟା , ଲାଠିଧାରୀ ପୂଜକ , ଉମୁରି
..........
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.