ETV Bharat / state

ଆଦିବାସୀ ମାନ୍ୟତା ଦାବିର ଦୋରା ସମାଜର ଆନ୍ଦୋଳନ

author img

By

Published : Feb 23, 2023, 2:08 PM IST

ଆଦିବାସୀ ମାନ୍ୟତା ଦାବି କରି ପୁଣି ଗର୍ଜିଲେ ଦୋରା ସମାଜ । କୋରାପୁଟ ଜିଲ୍ଲା ମହାତ୍ମା ଗାନ୍ଧୀଙ୍କ ମାର୍ଗରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଛି ଦୋରା ସମାଜ । ଅଧିକ ପଢନ୍ତୁ

ଦୋରା ସମାଜ ଆନ୍ଦୋଳନ
Dora Samaj protest demanding tribal status
ଆଦିବାସୀ ମାନ୍ୟତା ଦାବିର ଦୋରା ସମାଜର ଆନ୍ଦୋଳନ

କୋରାପୁଟ: ଆଦିବାସୀ ମାନ୍ୟତା ଦାବି କରି ଆନ୍ଦୋଳନ କରିଛି ଦୋରା ସମାଜ । ଜିଲ୍ଲା ଗାନ୍ଧୀ ଛକରେ ଶାନ୍ତିପୂର୍ଣ୍ଣ ଭାବେ ଦୋରା ସମାଜ ଆନ୍ଦୋଳନ କରିଛି । ଦୀର୍ଘ ବର୍ଷ ହେବ ଆନ୍ଦୋଳନ କରି ଆସୁଥିଲେ ସୁଦ୍ଧା ଦୋରା ଜାତିକୁ ଆଦିବାସୀ ମାନ୍ୟତା ମିଳିନାହିଁ । ନିର୍ବାଚନ ସମୟରେ ନେତା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ମିଳିଛି ହେଲେ ତାହା ପାଣିର ଗାର ହୋଇଛି । ବାରମ୍ବାର ମିଥ୍ୟା ପ୍ରତିଶ୍ରୁତିରେ ଅତିଷ୍ଠ ହୋଇ ଆନ୍ଦୋଳନର ପନ୍ଥା ବାଛିଛନ୍ତି ଦୋରା ଜାତିର ଲୋକ । ଆଦିବାସୀ ମାନ୍ୟତା ଦାବି ପୂରଣ ନହେଲେ ସ୍ବାଧୀନତା ସଂଗ୍ରାମୀ ଆଲୁରି ସୀତାରାମାରାଜୁଙ୍କ ଭଳି ସଂଗ୍ରାମ କରିବାକୁ ଓହ୍ଲାଇବା ପାଇଁ ପଛଘୁଞ୍ଚା ଦେବା ନାହିଁ ବୋଲି ଦୋରା ସମାଜ ଚେତାବନୀ ଦେଇଛି ।

କୋରାପୁଟ ଅଞ୍ଚଳରେ କୋଣ୍ଡା ଦୋରା ପରି ଜାତି ଓ ସମ୍ପ୍ରଦାୟର ଲୋକେ ଅଛନ୍ତି । ଯେଉଁମାନେ ଆଦିବାସୀ ହୋଇ ମଧ୍ୟ ଆଦିବାସୀର ମାନ୍ୟତା ପାଇନାହାନ୍ତି । ଫଳରେ ଆଦିବାସୀଙ୍କୁ ମିଳୁଥିବା ସୁବିଧା ସୁଯୋଗ ପାଇବାରୁ ସେମାନେ ବଞ୍ଚିତ ହେଉଥିବା ଦୋରା ସମାଜ ସଭାପତି ବୈଦ୍ୟନାଥ ଗେମେଲ ଜଣାଇଛନ୍ତି । ପଟ୍ଟାଙ୍ଗିରେ କୋଟିଆର ୨୧ଟି ଗ୍ରାମ ଓ ନନ୍ଦପୁର ବ୍ଲକର ଅନେକ ସିମାନ୍ତ ଗ୍ରାମ ସହ ଆନ୍ଧ୍ରପ୍ରଦେଶର ସୀମା ବିବାଦ ପ୍ରତିଥର ନିର୍ବାଚନରେ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇ ରହିଥିବା ବେଳେ ତା ସହିତ ଦୋରା,କମାର,ରଣା, ମାଳି ସମାଜର ସ୍ବାଧୀନତା ପରବର୍ତ୍ତୀ କାଳରେ ଆଦିବାସୀ ମାନ୍ୟତା ହରାଇଥିବା ବିଷୟ ଅମୀମାଂସିତ ହୋଇ ରହିଯାଇଛି । ନିର୍ବାଚନ ପରେ ନିର୍ବାଚନରେ ଚର୍ଚ୍ଚା ଓ ପ୍ରତିଶ୍ରୁତି ମଧ୍ୟରେ ସୀମିତ ହୋଇ ରହିଯାଇଛି । ଗତଥର ବିଜେଡି ପ୍ରାର୍ଥୀ ତଥା ବର୍ତ୍ତମାନର ପଟାଙ୍ଗି ଓ କୋରାପୁଟ ବିଧାୟକଙ୍କ ତରଫରୁ ଏହି ସମସ୍ତ ସମସ୍ୟାକୁ ସମାଧାନ ଦିଗରେ ପ୍ରୟାସ କରାଯିବ ବୋଲି ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିଲେ ମାତ୍ର ତାହା ପାଣିର ଗାର ହୋଇଛି ।

ଏହା ବି ପଢନ୍ତୁ...ପାର୍ଲାମେଣ୍ଟରେ ଉଠିଲା ଗୁମ୍ଭାରୀଗୁଡାବାସୀଙ୍କ ୧୦୦ବର୍ଷର ଦୁଃଖ, କୋରାପୁଟ ଜିଲ୍ଲାରେ ମିଶିବାକୁ ଦାବି

ସ୍ବାଧୀନତା ପୂର୍ବରୁ ଇଂରେଜ ସରକାର କୋରାପୁଟର ପାର୍ବତ୍ୟ ଇଲାକାରେ ବସବାସ କରି ଜୀବିକା ନିର୍ବାହ କରି ଆସୁଥିବା ଲୋକଙ୍କୁ ହିଲଟ୍ରାଇବର ମାନ୍ୟତା ଦେଇଥିଲେ । କିନ୍ତୁ ଦେଶ ସ୍ବାଧୀନତା ପାଇବା ପରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସରକାର ଇଂରେଜମାନେ ପ୍ରଦାନ କରିଥିବା ମାନ୍ୟତା ଆଧାରରେ ଏହି ସମସ୍ତ ଅଧିବାସୀଙ୍କୁ ଆଦିବାସୀର ମାନ୍ୟତା ପ୍ରଦାନ ହୋଇଛି । ହେଲେ ଦୋରା ସମାଜକୁ ଏଯାଏ ଆଦିବାସୀର ମାନ୍ୟତା ମିଳିନାହିଁ । ଏ ନେଇ ଦୋରା ସମାଜ ସମ୍ପାଦକ କ୍ଷୋଭ ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ କୋରାପୁଟ ଜିଲ୍ଳାର ଅବହେଳିତ ଅବସ୍ଥାରେ କାଳାତିପାତ କରୁଥିବା ଏହି ସମସ୍ତ ସମାଜର ହଜାର ହଜାର ସଦସ୍ୟ ଅନେକବାର ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ଜଣାଇଛନ୍ତି । ରାଜ୍ୟ ସରକାର ଆଦିବାସୀ ମାନ୍ୟତା ପ୍ରଦାନର ଦାୟିତ୍ବ କେନ୍ଦ୍ର ସରକାରଙ୍କର ବୋଲି କହି ନିଜ ଦାୟିତ୍ବରୁ ଖସିଯିବା ପାଇଁ ଚେଷ୍ଟା କରୁଥିବା କହିଛନ୍ତି ଦୋରା ସମାଜ ସମ୍ପାଦକ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.