ETV Bharat / state

କୋଟିଆ ପଞ୍ଚାୟତରେ ପୁଣି ଆନ୍ଧ୍ର-ଓଡିଶା ମୁହାଁମୁହିଁ, ଭାଙ୍ଗିଲା ଆନ୍ଧ୍ରର ଅଙ୍ଗନବାଡି କେନ୍ଦ୍ର - କୋଟିଆ ଖବର

କିଛି ଦିନର ନୀରବତା ପରେ ପୁଣିଥରେ କୋଟିଆ ପଞ୍ଚାୟତରେ ଆନ୍ଧ୍ର ଓ ଓଡିଶା ସାମ୍ନାସାମ୍ନି ହୋଇଛନ୍ତି । ଗୋଟେ ପଟେ ଫାଟୁସିନେରୀରେ ଆନ୍ଧ୍ର ସରକାରଙ୍କ ତରଫରୁ ମହିଳା ଏସଏଚଜିଙ୍କ ବୈଠକ କରାଯାଇଥିବାବେଳେ ଗଞ୍ଜେଇପଦରରେ ଆନ୍ଧ୍ର ଦ୍ବାରା ନିର୍ମାଣ କରାଯାଉଥିବା ଅଙ୍ଗନବାଡି କେନ୍ଦ୍ରକୁ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଭାଙ୍ଗି ଦିଆଯାଇଛି । ଅଧିକ ପଢନ୍ତୁ

କୋଟିଆ ପଞ୍ଚାୟତରେ ପୁଣି ଆନ୍ଧ୍ର-ଓଡିଶା ମୁହାଁମୁହିଁ

author img

By

Published : Dec 23, 2021, 3:45 PM IST

କୋରାପୁଟ: ପୁଣି ମୁହାଁମୁହିଁ ପଡୋଶୀ ରାଜ୍ୟ ଆନ୍ଧ୍ର- ଓଡିଶା । କିଛି ଦିନର ନୀରବତା ପରେ ପୁଣିଥରେ କୋଟିଆ ପଞ୍ଚାୟତରେ ଆନ୍ଧ୍ର ଓ ଓଡିଶା ସାମ୍ନାସାମ୍ନି ହୋଇଛନ୍ତି । ଗୋଟେ ପଟେ ଫାଟୁସିନେରୀରେ ଆନ୍ଧ୍ର ସରକାରଙ୍କ ତରଫରୁ ମହିଳା ଏସଏଚଜିଙ୍କ ବୈଠକ କରାଯାଇଥିବାବେଳେ ଗଞ୍ଜେଇପଦରରେ ଆନ୍ଧ୍ର ଦ୍ବାରା ନିର୍ମାଣ କରାଯାଉଥିବା ଅଙ୍ଗନବାଡି କେନ୍ଦ୍ରକୁ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଭାଙ୍ଗି ଦିଆଯାଇଛି । ଏ ନେଇ କୋଟିଆଠାରେ ଓଡିଶା ପୋଲିସ ମୁତୟନ କରାଯାଇଛି ।

କୋଟିଆ ପଞ୍ଚାୟତରେ ପୁଣି ଆନ୍ଧ୍ର-ଓଡିଶା ମୁହାଁମୁହିଁ
କୋଟିଆ ପଞ୍ଚାୟତରେ ପୁଣି ଆନ୍ଧ୍ର-ଓଡିଶା ମୁହାଁମୁହିଁ

ଗତ କିଛିଦିନ ପୂର୍ବେ ଓଡିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କୋଟିଆରେ ସୀମା ବିବାଦ ସମ୍ପର୍କରେ ଆଲୋଚନା ହୋଇଥିଲା । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡିଶା ଆସି ସୀମା ବିବାଦ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ଉଚ୍ଚସ୍ତରୀୟ କମିଟି ଗଠନର ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଗୋଟେ ପଟେ ଭୁବନେଶ୍ବରରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚର୍ଚ୍ଚା ଚାଲିଥିବାବେଳେ ଅପରପଟେ କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀ ଗ୍ରାମସଭା ଅନୁଷ୍ଠିତ କରି ସୀମା ବିବାଦର ସମାଧାନ କରିବା ଦିଗରେ ଆନ୍ଧ୍ରପ୍ରଦେଶର ଦୋମୁହାଁ ନୀତି ପଦାରେ ପଡିଥିଲା । ଏ ନେଇ ଓଡ଼ିଶାର ଜନସାଧାରଣଙ୍କ ଦ୍ଵାରା ଆନ୍ଧ୍ରପ୍ରଦେଶର ଉଦ୍ଦେଶ୍ୟକୁ ତିରସ୍କାର କରାଯାଇଥିଲା ।

ଏହା ପରେ ଗତ କିଛି ଦିନ ଧରି କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀ ଗସ୍ତ କାର୍ଯ୍ୟକ୍ରମ କିଛି ପରିମାଣରେ ହ୍ରାସ ଘଟିଛି । ହେଲେ ଆନ୍ଧ୍ର ସରକାରଙ୍କ ଶକ୍ତି ବିଭାଗର କର୍ମକର୍ତ୍ତାଙ୍କ ସହ ଏନଟିପିସିର ଅଧିକାରୀ କୋଟିଆ ପଞ୍ଚାୟତର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିବା ସୂଚନା ମିଳିଥିଲା । ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନାର ଦଶ ଦିନ ବିତିଯାଇଥିଲେ ହେଁ ଉଭୟ ସରକାରଙ୍କ ମିଳିତ ଉଚ୍ଚସ୍ତରୀୟ କମିଟି ଗଠନ ହୋଇନଥିବା ବେଳେ ଆନ୍ଧ୍ରପ୍ରଦେଶ ଅଧିକାରୀଙ୍କ କୋଟିଆ ପଞ୍ଚାୟତ ଗସ୍ତ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚର୍ଚ୍ଚାର ଗାମ୍ଭୀର୍ଯ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥି ସହିତ କୋଟିଆରେ ଓଡିଶା ସରକାରଙ୍କ ଦ୍ବାରା ପୋଲିସ ଥାନା ନିର୍ମାଣ ସରିଥିଲେ ବି କାହିଁକି ଯେ ତାହା କାର୍ଯ୍ୟକ୍ଷମ ହେଉନାହିଁ ସେ ନେଇ ଚର୍ଚ୍ଚା ଜୋର ଧରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.