ETV Bharat / state

ବୋଲବମ ଭକ୍ତଙ୍କୁ ସେବା ଯୋଗାଇଲା କୋରାପୁଟ ସାଂସ୍କୃତିକ ପରିଷଦ

କୋରାପୁଟର ବିଭିନ୍ନ ଶୈବପୀଠକୁ ଆସୁଥିବା ଭକ୍ତଙ୍କୁ ସେବା ଯୋଗାଇଛି କୋରାପୁଟ ସାଂସ୍କୃତିକ ପରିଷଦ । ଅଧିକ ପଢନ୍ତୁ

author img

By

Published : Aug 1, 2022, 7:36 AM IST

ବୋଲବମ ଭକ୍ତଙ୍କୁ ସେବା ଯୋଗାଇଲା କୋରାପୁଟ ସାଂସ୍କୃତିକ ପରିଷଦ
ବୋଲବମ ଭକ୍ତଙ୍କୁ ସେବା ଯୋଗାଇଲା କୋରାପୁଟ ସାଂସ୍କୃତିକ ପରିଷଦ

କୋରାପୁଟ: ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ବର ତଥା ବିଭିନ୍ନ ଶୈବ ପୀଠରେ ଶ୍ରାବଣ ମାସ ସୋମବାରରେ ବୋଲବମ ଭକ୍ତଙ୍କ ପ୍ରବଳ ଭିଡ଼ ଜମୁଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏପରିକି ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରୁ ଅନେକ ଶ୍ରଦ୍ଧାଳୁ ହଜାର ହଜାର ସଂଖ୍ୟାରେ ଆସି ଗୁପ୍ତେଶ୍ବର ଠାରେ ଜଳାଭିଷେକ କରୁଛନ୍ତି । ତେବେ ଏହି ଭକ୍ତଙ୍କୁ କୋରାପୁଟ ସାଂସ୍କୃତିକ ପରିଷଦ ସେବା ଯୋଗାଇଥିବା ଦେଖିବାକୁ ମିଳିଛି ।

ରେଳ ଓ ବସ ଯୋଗେ କୋରାପୁଟ ସହରରେ ଆସି ପହଞ୍ଚିଛନ୍ତି ଶ୍ରଦ୍ଧାଳୁ । ତେବେ ଦୂର ଦୁରାନ୍ତରୁ ଆସୁଥିବା ଭକ୍ତ ସକାଳେ ଶୌଚ, ନିତ୍ୟକର୍ମ ସାରିବା ସହ ମଧ୍ୟାହ୍ନ ଭୋଜନକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହୋଇଛି । ବୋଲବମ ଭକ୍ତଙ୍କ ଏହି ଅସୁବିଧା ଦୂର କରିବା ପାଇଁ ଚଳିତ ବର୍ଷ କୋରାପୁଟ ସାଂସ୍କୃତିକ ପରିଷଦ ସହରର ଜନସାଧାରଣଙ୍କ ସହଯୋଗରେ ଭକ୍ତଙ୍କୁ ପରିଷଦରେ ବିନା ଖର୍ଚ୍ଚରେ ନିତ୍ୟକର୍ମ ସାରି ଜଳଖିଆ ଓ ମଧ୍ୟାହ୍ନ ଭୋଜନ କରିବାର ସୁବିଧା ପ୍ରଦାନ କରିଛନ୍ତି ।

ସୋମବାର ଦିନ ଭକ୍ତମାନେ ମନ୍ଦିରରୁ ଫେରି ଆସିବା ପରେ ବିଶ୍ରାମ ନେବା ସହ ଭୋଜନ କରି ସ୍ବଗୃହକୁ ଫେରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ପରିଷଦର ସହ ସଂପାଦକ ଅତନୁ ପଟ୍ଟନାୟକ ଜଣାଇଛନ୍ତି । ଅପରପକ୍ଷେ ଏପରି ଏକ ନିସ୍ବାର୍ଥପର ସେବା ପାଇଁ ଭକ୍ତ ମାନେ ମଧ୍ୟ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.