ETV Bharat / state

ହଇଜା ଆତଙ୍କ: ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ କୋରାପୁଟ ଜିଲ୍ଲାପାଳ

author img

By

Published : Jul 20, 2022, 9:38 AM IST

Updated : Jul 20, 2022, 9:48 AM IST

ଝାଡା ବାନ୍ତି ପ୍ରଭାବିତ ଡୁମ୍ବାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପରିଦର୍ଶନ କଲେ କୋରାପୁୁଟ ଜିଲ୍ଲାପାଳ । ଅଧିକ ପଢନ୍ତୁ

ଝାଡା ବାନ୍ତି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ କୋରାପୁଟ ଜିଲ୍ଲାପାଳ

କୋରାପୁଟ: ଗତ କିଛିଦିନ ଧରି ରାୟଗଡ଼ା ଜିଲ୍ଲାର କାଶୀପୁର ଅଞ୍ଚଳରେ ବ୍ୟାପକ ଭାବେ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଳେ ସେହି ଅଞ୍ଚଳକୁ ଲାଗି ରହିଥିବା ଦଶମନ୍ତପୁର ବ୍ଲକର ଡୁମ୍ବାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ହାତିମୁଣ୍ଡାରେ ଜଣେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଡୁମ୍ବାଗୁଡ଼ା ପଞ୍ଚାୟତ ସମିତି ସଦସ୍ୟ ପଦ୍ମନାଭ ଜାନି ।

ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ କୋରାପୁଟ ଜିଲ୍ଲାପାଳ

ଏପରି ପରିସ୍ଥିତିରେ ଅଧିକ ବିସ୍ଫୋରଣ ହେବା ପୂର୍ବରୁ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର, ଦଶମନ୍ତପୁର ବିଡ଼ିଓ ଏବଂ ଡ଼ାକ୍ତରୀ ଦଳ ଗତକାଲି(ମଙ୍ଗଳବାର) ଗାଁରେ ପହଞ୍ଚି ସଚେତନତା ସୃଷ୍ଟି କରିବା ସହ ଆକ୍ରାନ୍ତଙ୍କୁ ହସ୍ପିଟାଲ ପଠାଇ ଚିକିତ୍ସା କରାଇଛନ୍ତି । ଗାଁରେ ପାଇପ ପାଣି ଯୋଗାଣ ଠିକ୍ ଭାବେ ହୋଇପାରୁନଥିବା ଯୋଗୁଁ ଗୋଟିଏ ଭଙ୍ଗା କୂଅରୁ ଲୋକେ ଦୂଷିତ ପାଣି ସଂଗ୍ରହ କରୁଥିବା ଦେଖାଯାଇଥିଲା । ଗାଁ ଓ ସମଗ୍ର ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଗିର୍ଲିଗୁମ୍ମା ଓ ମୂର୍କାର ପଞ୍ଚାୟତରେ ମଧ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଡୁମ୍ବାଗୁଡ଼ା ପଞ୍ଚାୟତ ସମିତି ସଦସ୍ୟ ପଦ୍ମନାଭ ଜାନି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated : Jul 20, 2022, 9:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.