ETV Bharat / state

ପୁଡୁଚେରୀରେ ମହକିଲା କୋରାପୁଟ ବ୍ରାଉନ ଭ୍ୟାଲି କଫି

author img

By

Published : Jun 25, 2022, 12:34 PM IST

ସାରା ବିଶ୍ବରେ କୋରାପୁଟ କଫିର ଚାହିଦା ବଢୁଛି । ପୁଡୁଚେରୀର ଆରୋଭିଲରେ ଥିବା କଫି ଆଇଡିଆସ ନାମକ ଏକ ଅନ୍ତର୍ଜାତୀୟ କଫି ବ୍ୟବସାୟିକ ଉଦ୍ୟୋଗ କୋରାପୁଟର ବ୍ରାଉନ ଭ୍ୟାଲି କଫିର ପ୍ରକ୍ରିୟାକରଣ କରି ଅନ୍ତର୍ଜାତୀୟ ବଜାର ସୃଷ୍ଟି କରିବାକୁ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

koraput brown valley coffee now in puducherry
ପଣ୍ଡିଚେରୀରେ ମହକିଲା କୋରାପୁଟ ବ୍ରାଉନ ଭ୍ୟାଲି କଫି

କୋରାପୁଟ: ସାରା ବିଶ୍ବରେ କୋରାପୁଟ କଫିର ଚାହିଦା ବଢୁଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଦିବାସୀଙ୍କ ପାଇଁ ପରିଚିତ ଥିବା କୋରାପୁଟ କଫି ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ପୁଡୁଚେରୀର ଆରୋଭିଲରେ ଥିବା କଫି ଆଇଡିଆସ ନାମକ ଏକ ଅନ୍ତର୍ଜାତୀୟ କଫି ବ୍ୟବସାୟିକ ଉଦ୍ୟୋଗ କୋରାପୁଟ କଫି ପ୍ରତି ଆକୃଷ୍ଟ ହୋଇଛି । ଜିଲ୍ଲାର ଛୋଟାଗୁଡ଼ାରେ ଥିବା ବ୍ରାଉନ ଭ୍ୟାଲି କଫି ବଗିଚାରୁ କଫି ଫଳକୁ ନେଇ ପ୍ରକ୍ରିୟାକରଣ କେନ୍ଦ୍ରରେ ବ୍ୟବହାର କରି ଅନ୍ତର୍ଜାତୀୟ ବଜାର ସୃଷ୍ଟି କରିବାକୁ ଆରମ୍ଭ କରିଛି।

ପୁଡୁଚେରୀର ଆରୋଭିଲରେ ଥିବା କଫି ଆଇଡିଆସ ନାମକ ସଂସ୍ଥାର ମୁଖ୍ୟ ପରିଚାଳକ ମାର୍କସ ଗତ କିଛିଦିନ ପୂର୍ବେ କୋରାପୁଟ ଜିଲ୍ଲା ଗସ୍ତ କରି ବିଭିନ୍ନ କଫି ବଗିଚା ବୁଲି ଦେଖିଥିଲେ ଏବଂ ବ୍ରାଉନ ଭ୍ୟାଲି କଫି ବଗିଚାରେ ଚାଷ ହେଉଥିବା ଆରବିକା କଫି ଫଳର ନମୁନା ସାଥିରେ ନେଇଯାଇଥିଲେ । ନିଜ କଫି ଉଦ୍ୟୋଗରେ ଫଳକୁ ପରୀକ୍ଷା ନିରୀକ୍ଷା କରି ଏହାର ଉଚ୍ଚ ମାନର ଗୁଣବତ୍ତାରେ ପ୍ରଭାବିତ ହୋଇ କୋରାପୁଟରୁ ପ୍ରଥମ ଥର ପାଇଁ 5 କ୍ବିଣ୍ଟାଲ ବ୍ରାଉନ ଭ୍ୟାଲି କଫି ନେଇଥିଲେ । ଏହାର ପ୍ରକ୍ରିୟାକରଣ କରି ଅନ୍ତର୍ଜାତୀୟ ବଜାରରେ ବିକ୍ରି ପାଇଁ ଉପଲବ୍ଧ କରାଯାଇଥିବା ସଂସ୍ଥାର ୱେବସାଇଟରେ ଲଞ୍ଚ କରିଛନ୍ତି । କଫିଚାଷ ପାଇଁ କୋରାପୁଟକୁ ପୁଣି ସଫଳତା ମିଳିବା ପରେ ବିଶ୍ବସ୍ତରରେ ଏହାର ଚାହିଦା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.