କୋରାପୁଟ: ପରୀକୁ ନ୍ୟାୟ ଦାବି କରି ରାଜ୍ୟରେ ବିଜେପି ପକ୍ଷରୁ 5 ଦିନିଆ ପଦଯାତ୍ରା ଆରମ୍ଭ ହୋଇଥିବାବେଳେ କୋରାପୁଟରେ ମଧ୍ୟ ବିଜେପି ପକ୍ଷରୁ ପଦଯାତ୍ରା ହୋଇଥିବା ଦେଖିବାକୁ ମିଳିଛି ।
ପରୀକୁ ନ୍ୟାୟ ଦେବା ସହ ରାଜ୍ୟରେ ସମସ୍ତ ନିଖୋଜ ପିଲାଙ୍କୁ ଖୋଜି ଆଣିବା ପାଇଁ ସରକାରଙ୍କ ପାଖରେ ଦାବି ରଖି ଆଜି ବିଜେପି କୋରାପୁଟରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରି ନଗର ପରିକ୍ରମା କରିଛି ।
ଓଡ଼ିଶାରେ ପାଞ୍ଚହଜାରରୁ ଉର୍ଦ୍ଧ୍ବ ଶିଶୁ ନିଖୋଜ ଥିଲେ ମଧ୍ୟ ରାଜ୍ୟ ସରକାର ଏହି ଗୁରୁତର ସମସ୍ୟା ପ୍ରତି ଗୁରୁତ୍ବ ଦେଉନଥିବା ବିଜେପି ଦଳର ନେତା ତ୍ରିପୁରାରୀ ଗରଡ଼ା ଅଭିଯୋଗ କରିଛନ୍ତି । ସରକାର ତୁରନ୍ତ ଏଦିଗରେ ଉଚିତ ପଦକ୍ଷେପ ନ ନେଲେ ଦଳ ତରଫରୁ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ